Devsnan Purnima: ସୋମବାର ଦେବସ୍ନାନ ପୂର୍ଣ୍ଣିମା: ଶୃଙ୍ଖଳିତ ପରିଚାଳନା ପାଇଁ ୪୪୧ ଅଫିସର

Jun 28, 2026 - 07:59
Devsnan Purnima: ସୋମବାର ଦେବସ୍ନାନ ପୂର୍ଣ୍ଣିମା: ଶୃଙ୍ଖଳିତ ପରିଚାଳନା ପାଇଁ ୪୪୧ ଅଫିସର

"ପୁରୀ: ସୋମବାର ହେବାକୁ ଥିବା ମହାପ୍ରଭୁଙ୍କ ସ୍ନାନଯାତ୍ରାକୁ ଶୃଙ୍ଖଳିତ ପରିଚାଳନା କରିବା ପାଇଁ ପୁଲିସ ପ୍ରସ୍ତୁତ ହୋଇଛି।

ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଏଥର ସ୍ନାନଯାତ୍ରା ପାଇଁ ସହରରେ ୭୯ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ।

କୁଇକ ରିଆକ୍ସନ ଟିମ୍, ସ୍ପେସିଆଲ ଟେକ୍ନିକାଲ ୟୁନିଟ୍, ଆଣ୍ଟି-ସାବୋଟାଇଜ ଟିମ୍ ଓ କ୍ଲିୟରାନ୍ସ ପାର୍ଟି ସ୍ନାନମଣ୍ଡପ ତଳେ ଭିଡ଼ ନିୟନ୍ତ୍ରଣ କରିବେ।

୪ ଜଣ ଏସ୍‌ପି/କମାଣ୍ଡାଣ୍ଟ, ୧୪ ଜଣ ଅତିରିକ୍ତ ଏସ୍‌ପି/ଡେପୁଟି କମାଣ୍ଡାଣ୍ଟ୍‌, ୮୩ ଇନ୍ସପେକ୍ଟର ଏବଂ ୩୪୦ ଜଣ ଏସ୍‌ଆଇ/ଏଏସ୍‌ଆଇଙ୍କୁ ନିୟୋଜିତ କରାଯାଇଛି।

କେବଳ ଶ୍ରୀମନ୍ଦିର ଭିତରେ ଜଣେ ଏସ୍‌ପି, ୬ ଅତିରିକ୍ତ ଏସ୍‌ପି, ୨୭ ଇନ୍ସପେକ୍ଟର, ୧୦୫ ଏସ୍‌ଆଇ/ଏଏସ୍‌ଆଇ ଓ ୩୦ ପ୍ଲାଟୁନ ଫୋର୍ସ ରହିବେ।

ଶ୍ରୀମନ୍ଦିର ଭିତରେ ୧୫୨ଟି, ଚତୁଃପାର୍ଶ୍ୱରେ ୨୫୦ଟି ଓ ବଡ଼ଦାଣ୍ଡରେ ମାର୍କେଟ ଛକ ପର୍ଯ୍ୟନ୍ତ ୩୦ଟି ସିସିଟିଭି କ୍ୟାମେରା ଲଗାଯାଇଛି।

ବାଗେଡିଆ ଧର୍ମଶାଳା ପରିସରରେ ଇଣ୍ଟିଗ୍ରେଟେଡ୍ କମାଣ୍ଡ କଣ୍ଟ୍ରୋଲ ସେଣ୍ଟର ଜରିଆରେ ଭିଡ଼, ଟ୍ରାଫିକ ଓ ଭକ୍ତଙ୍କ ଦର୍ଶନ ଉପରେ ନଜର ରଖାଯିବ ବୋଲି କହିଛନ୍ତି ଏସ୍‌ପି ପ୍ରତୀକ ସିଂ।

ପୁଲିସ ଲାଇନ୍‌ ପଡ଼ିଆରେ ଏନେଇ ସମୀକ୍ଷା କରାଯାଇଛି।

Advertisment Puri Jagannath: ଦିନକ ପରେ ମହାପ୍ରଭୁଙ୍କ ସ୍ନାନଯାତ୍ରା; ପୁରୀ ଅଭିମୁଖେ ଶ୍ରଦ୍ଧାଳୁ ଦର୍ଶନ ଓ ଟ୍ରାଫିକ ବ୍ୟବସ୍ଥାଭକ୍ତମାନେ ମାର୍କେଟ ଛକରୁ ବ୍ୟାରିକେଡ଼ ଦେଇ ସିଂହଦ୍ୱାର ବାଟରେ ପ୍ରବେଶ କରି ସ୍ନାନମଣ୍ଡପ ତଳେ ପର୍ଯ୍ୟାୟ କ୍ରମେ ଦର୍ଶନ କରି ଉତ୍ତର ଦ୍ୱାର ଦେଇ ଫେରିବେ।

କେବଳ ପରିମାଣିକ ଟିକେଟଧାରୀ ଦକ୍ଷିଣ ଦ୍ୱାର ଦେଇ ପ୍ରବେଶ କରିବେ।

ଅନ୍ୟ ଶ୍ରଦ୍ଧାଳୁମାନେ ବଡ଼ଦାଣ୍ଡରେ ରହି ଜଳଲାଗି ଓ ଗଜାନନ ବେଶ ଦେଖିପାରିବେ।

କିନ୍ତୁ ଦର୍ଶନ ବେଳେ ଛିଡ଼ା ହେବେ ନାହିଁ।

ନିର୍ଦ୍ଧାରିତ ସ୍ଥାନରେ ଦୀପ ଲଗାଇପାରିବେ।

ପହଣ୍ଡିଠାରୁ ଆରମ୍ଭ କରି ଗଜାନନ ବେଶ ଦର୍ଶନ ପର୍ଯ୍ୟନ୍ତ ଭକ୍ତ ଓ ଭିଆଇପି ଦର୍ଶନ ପାଇଁ ଶ୍ରୀମନ୍ଦିର ଭିତରେ ୧୪ଟି ସେକ୍ଟର କରାଯାଇଛି।

ପ୍ରତି ସେକ୍ଟର ଦକ୍ଷ ଅଧିକାରୀ ପରିଚାଳନା କରିବେ।

Puri Rath Yatra 2026 ପୁରୀ ରଥଯାତ୍ରା ପାଇଁ ୧୩ ଓଏଏସ୍‌ ଅଧିକାରୀ ନିଯୁକ୍ତ ନୋ-ଭେଇକିଲ୍‌ ଜୋନ୍ ଓ ପାର୍କିଂମାର୍କେଟ ଛକ ପରେ ବଡ଼ଦାଣ୍ଡକୁ ସଂଯୋଗ କରୁଥିବା ସମସ୍ତ ରାସ୍ତା ନୋ-ଭେଇକିଲ ଜୋନ୍ ଘୋଷଣା କରାଯାଇଛି।

ବାହାର ରାଜ୍ୟର ଟୁରିଷ୍ଟ ବସ୍ ମାଳତିପାଟପୁରରେ ପାର୍କିଂ କରିବ।

ଭୁବନେଶ୍ୱର, କୋଣାର୍କ ଓ ବ୍ରହ୍ମଗିରି ପଟୁ ଆସୁଥିବା ବସ୍ ବସଷ୍ଟାଣ୍ଡରେ ରହିବ।

ତିନି ପାର୍ଶ୍ୱରୁ ଆସୁଥିବା ଦୁଇ ଚକିଆ ଯାନ ମାର୍କେଟ ଛକ ପର୍ଯ୍ୟନ୍ତ ଆସି ମ୍ୟୁନିସିପାଲଟି ମାର୍କେଟ କମ୍ପ୍ଲେକ୍ସରେ ପାର୍କ କରିବେ।

ଏହା ପୂର୍ଣ୍ଣ ହେବା ପରେ ପୁରୁଣା ଜଗନ୍ନାଥ ବଲ୍ଲଭ ପାର୍କିଂକୁ ଯିବ।

ସମୁଦ୍ରକୂଳକୁ ଆସୁଥିବା ଶ୍ରଦ୍ଧାଳୁ ନିଜ ଦୁଇ ଚକିଆ ଯାନଗୁଡ଼ିକ ଭିଆଇପି ରୋଡ ଦେଇ ଦିଗବାରେଣିଠାରେ ପାର୍କିଂ କରିବେ।

ପ୍ରଥମେ ଆସୁଥିବା ଭକ୍ତ ଅଗ୍ରାଧିକାର ପାଇବେ।

ଚାରିଚକିଆଯାନ ଜେବିପିସି ବା ଜଗନ୍ନାଥ ବଲ୍ଲଭ ପିଲିଗ୍ରିମ ସେଣ୍ଟର‌, ଜେଲ ରୋଡ କିମ୍ବା ଶରଧାବାଲିରେ ପାର୍କିଂ କରିବେ।

ପାର୍କିଂ ସ୍ଥାନ ପୂର୍ଣ୍ଣ ହେଲେ ବ୍ଲୁ ଫ୍ଲାଗ ବିଚ୍, ନୀଳାଚଳ ହୋଟେଲରେ ରଖିବେ।

ସମସ୍ତ ପାର୍କିଂ ପୂର୍ଣ୍ଣ ହେଲେ ମାଳତିପାଟପୁର ଆରଓବି ଦେଇ ତାଳବଣିଆ ଯିବେ।

ବ୍ରହ୍ମଗିରି ପାର୍ଶ୍ୱରୁ ଆସୁଥିବା ହାଲୁକା ଯାନ ଜେବିପିସିରେ ପାର୍କିଂ କରିବେ।

କିମ୍ବା ବାଇପାସ୍‌ ଦେଇ ଯାତ୍ରିକା ଯିବେ।

କୋଣାର୍କ ପଟୁ ଆସୁଥିବା ଗାଡ଼ି ସିଟି ରୋଡ ଦେଇ ବ୍ୟୁ ଫ୍ଲାଗ ବିଚ୍ ପାର୍କିଂ ଓ ହୋଟେଲ୍ ନୀଳାଚଳ ଅଶୋକ ପାର୍କିଂ କିମ୍ବା ତାଳବଣିଆ ଓ ଆଇଟିଆଇ ପାର୍କିଂ ଯିବେ।

ଅଧିକ ସୂଚନା ପାଇଁ ପୁଲିସ୍‌ର ହ୍ବାଟ୍‌ସ୍‌ପ୍ ନମ୍ବର ୮୭୬୩୧୯୯୪୦୦ ଓ ଜରୁରୀକାଳୀନ ନମ୍ୱର୍ ୧୧୨ରେ ଯୋଗାଯୋଗ କରିବାକୁ କୁହାଯାଇଛି।

ରେଳଷ୍ଟେସନ୍‌ ସୁରକ୍ଷାପୁରୀ ରେଳଷ୍ଟେସନ୍‌ରେ ୩ ଜଣ ଡିଏସ୍‌ପି, ୪ ଇନ୍ସପେକ୍ଟର, ୫୦ ଏସ୍‌ଆଇ/ଏଏସ୍‌ଆଇ, ୬ ସେକ୍ସନ ଫୋର୍ସ ଓ ୪ ପ୍ଲାଟୁନ ଓଏସ୍‌ଏପି ମୁତୟନ ରହିବେ।"