Husband and wife Fight: ପତି-ପତ୍ନୀ ଟକ୍କର

Jun 28, 2026 - 08:58
Husband and wife Fight: ପତି-ପତ୍ନୀ ଟକ୍କର

"ବାସ୍ତବ ଜୀବନରେ ସ୍ବାମୀ-ସ୍ତ୍ରୀ ବଲିଉଡ୍‌ର ଦୁଇ ତାରକା ସିଦ୍ଧାର୍ଥ ମାଲହୋତ୍ରା ଓ କିଆରା ଆଡ୍‌ଭାନୀ ବୃତ୍ତି ‌‌କ୍ଷେତ୍ରରେ କିନ୍ତୁ ପରସ୍ପରର ପ୍ରତିନ୍ଦ୍ବନ୍ଦ୍ବୀ ଭାବେ ଉଭା ହେବାକୁ ପ୍ରସ୍ତୁତ ହେଉଛନ୍ତି।

ଆସନ୍ତା ଅଗଷ୍ଟ ମାସରେ ଦୁହିଁଙ୍କ ପ୍ରଶଂସକଙ୍କ ମଧ୍ୟରେ ସିନେମା ହଲ୍‌ର ଟିକେଟ୍‌ କାଉଣ୍ଟର୍‌ରେ ଭିଡ଼ ଜମିବାକୁ ଯାଉଛି।

କାହିଁକି ନା, ନିକଟରେ "ଟକ୍ସିକ୍‌: ଏ ଫେରିଟେଲ୍‌ ଫର୍ ଗ୍ରୋନ୍-ଅପ୍‌ସ୍‌"ର ମୁକ୍ତିଲାଭ ତାରିଖ ଘୋଷଣା ହୋଇଛି।

ରକିଂ ଷ୍ଟାର୍ ୟଶ୍‌ଙ୍କ ଅଭିନୀତ ଏହି ପାନ୍-ଇଣ୍ଡିଆ ଆକ୍ସନ୍ ଫିଲ୍ମରେ କିଆରା ଏକ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଅଛନ୍ତି।

ଗୀତୁ ମୋହନ ଦାସଙ୍କ ନିର୍ଦ୍ଦେଶିତ ସିନେମାଟି ଅଗଷ୍ଟ ୨୬ ତାରିଖରେ ମୁକ୍ତିଲାଭ କରିବ।Advertisment Murder: ଅଭିଯୁକ୍ତର ନାବାଳିକା ଝିଅ ସମେତ ଛଅ ଜଣଙ୍କୁ ପଚରାଉଚୁରା ଅନ୍ୟପକ୍ଷରେ ସିଦ୍ଧାର୍ଥ ମାଲହୋତ୍ରାଙ୍କ ଅଭିନୀତ "ଭ୍ୱାନ୍" ତା"ର ଦୁଇଦିନ ପରେ, ଅର୍ଥା‌ତ୍‌ ଅଗଷ୍ଟ ୨୮ ତାରିଖରେ ପରଦାକୁ ଆସିବ।

ତେଣୁ, ଉଭୟ ପତି-ପତ୍ନୀଙ୍କ ମଧ୍ୟରେ ଏକ ଦୃଢ଼ ପ୍ରତିଦ୍ବନ୍ଦ୍ବିତା ହେବ ବୋଲି ଅନୁମାନ କରାଯାଇଛି।

ସିଦ୍ଧାର୍ଥ ଓ କିଆରା ପ୍ରଥମଥର ପାଇଁ ନିଜ ନିଜ ଫିଲ୍ମ ମାଧ୍ୟମରେ ଟିକେଟ୍ କାଉଣ୍ଟର୍‌ରେ ପରସ୍ପରଙ୍କୁ ଟକ୍କର ଦେଇପାରନ୍ତି!

ଏହି ଘଟଣାକୁ ନେଇ ସିନେପ୍ରେମୀଙ୍କ ମଧ୍ୟରେ ବି ବେଶ୍ ଉତ୍ସାହ ରହିଛି।

ତେବେ ଫିଲ୍ମ ବ୍ୟବସାୟ ବିଶେଷଜ୍ଞମାନଙ୍କ ମତରେ, ଏଭଳି ଏକ ବଡ଼ ଧରଣର ମୁକାବିଲାକୁ ଏଡ଼ାଇବା ପାଇଁ କୌଣସି ପ୍ରଯୋଜନା ସଂସ୍ଥା ଶେଷ ମୁହୂର୍ତ୍ତରେ ମୁକ୍ତିଲାଭ ତାରିଖ ବଦଳାଇବାର ବହୁ ସମ୍ଭାବନା ରହିଛି।

ଯଦି ଏପରି ନଘଟେ, ତେବେ ଆସନ୍ତା ଅଗଷ୍ଟରେ ଦର୍ଶକମାନେ ବଲିଉଡ୍‌ର ଏକ ସ୍ମରଣୀୟ ବକ୍ସ ଅଫିସ୍ ଲଢ଼େଇର ସାକ୍ଷୀ ପାଲଟିବେ।

Bharat Taxi ସହ ଯୋଡ଼ିଛନ୍ତି ୭ ଲକ୍ଷରୁ ଅଧିକ ସାରଥୀ"