Cape Verde: ‘କେପ୍‌ ବର୍ଡେ’ର ଐତିହାସିକ ସଫଳତା: ନକ୍‌ଆଉଟ୍‌କୁ ଯୋଗ୍ୟତା ଅର୍ଜନରେ ସବୁଠୁ କ୍ଷୁଦ୍ର ଦେଶ

Jun 28, 2026 - 06:18
Cape Verde: ‘କେପ୍‌ ବର୍ଡେ’ର ଐତିହାସିକ ସଫଳତା: ନକ୍‌ଆଉଟ୍‌କୁ ଯୋଗ୍ୟତା ଅର୍ଜନରେ ସବୁଠୁ କ୍ଷୁଦ୍ର ଦେଶ

"ହ୍ୟୁଷ୍ଟନ: ଚଳିତ ଫିଫା ଫୁଟ୍‌ବଲ୍‌ ବିଶ୍ବକପ୍‌ରେ ପ୍ରଥମ ଥର ଭାଗ ନେଉଥିବା ଅତ୍ୟନ୍ତ ଛୋଟିଆ ଦ୍ବୀପରାଷ୍ଟ୍ର କେପ୍‌ ବର୍ଡେର ସ୍ବପ୍ନିଳ ଅଭିଯାନ ଜାରି ରହିଛି।

ଏହି କେନ୍ଦ୍ରୀୟ ଆଟଲାଣ୍ଟିକ୍‌ ମହାସାଗରୀୟ ଦେଶ ନିଜ ଶେଷ ଲିଗ୍‌ ମ୍ୟାଚ୍‌ରେ ସାଉଦି ଆରବ ସହ ଡ୍ର" (୦-୦) କରି ନକ୍‌ଆଉଟ୍‌ ପର୍ଯ୍ୟାୟରେ ସ୍ଥାନ ସୁରକ୍ଷିତ କରି ନେଇଛି।

ତା"ସହିତ ପ୍ରଥମ ଥର ଲାଗି ବିଶ୍ବକପ୍‌ର ନକ୍‌ଆଉଟ୍‌ ପର୍ଯ୍ୟାୟକୁ ଯିବାର ଐତିହାସିକ ସଫଳତା ଲାଭ କରିଛି।

ସେହିଭଳି ମାତ୍ର ୫ ଲକ୍ଷ ୩୦ ହଜାର ଜନସଂଖ୍ୟା ବିଶିଷ୍ଟ କେପ୍‌ ବର୍ଡେ ମଧ୍ୟ ଉଭୟ ଆୟତନ ଓ ଜନସଂଖ୍ୟା ଦୃଷ୍ଟିରୁ ବିଶ୍ବକପ୍‌ର ନକ୍‌ଆଉଟ୍‌ ପର୍ଯ୍ୟାୟକୁ ଯିବାରେ ବିଶ୍ବର କ୍ଷୁଦ୍ରତମ ରାଷ୍ଟ୍ର ହୋଇଛି।Advertisment AI digital: ପ୍ରଯୁକ୍ତି ଓ ଏଆଇକୁ ସୁଯୋଗ ଭାବେ ଗ୍ରହଣ କରିବା ଉଚିତ: ଉପରାଷ୍ଟ୍ରପତି ଉଲ୍ଲେଖନୀୟ ଘଟଣା ହେଲା ଲିଗ୍‌ ପର୍ଯ୍ୟାୟରେ ଗୋଟିଏ ହେଲେ ବି ବିଜୟ ପାଇ ନଥିଲେ ମଧ୍ୟ ନିଜର ତିନିଟି ଯାକ ମ୍ୟାଚ୍‌କୁ ଅମୀମାଂସିତ ରଖି ଗ୍ରୁପ୍‌-ଏଚ୍‌ ବିଜେତା ସ୍ପେନ୍‌ ପଛକୁ ଦ୍ବିତୀୟ ସ୍ଥାନରେ ରହି ନକ୍‌ଆଉଟ୍‌ ପର୍ଯାୟ ଲାଗି ଯୋଗ୍ୟତା ଅର୍ଜନ କରି ନେଇଛି କେପ୍‌ ବର୍ଡେ।

ପ୍ରଥମ ଅଂଶଗ୍ରହଣରେ ଗ୍ରୁପ୍‌ ପର୍ଯ୍ୟାୟରେ ଅପରାଜେୟ ରହିବାର ବିରଳ ସଫଳତା ବି ଲାଭ କରିଛି।

ତୃତୀୟ କ୍ଷୁଦ୍ରତମ ଦେଶ ଭାବେ ବିଶ୍ବକପ୍‌ରେ ଅଂଶଗ୍ରହଣ କରିଥିବା କେପ୍‌ ବର୍ଡେ ନିଜ ପ୍ରଥମ ମ୍ୟାଚ୍‌ରେ ୟୁରୋପୀୟ ବିଜେତା ସ୍ପେନ୍‌ ସହ ଡ୍ର" (୦-୦) କରିବା ପରେ ଉରୁଗୁଏ ବିପକ୍ଷରେ ମଧ୍ୟ ସମାନ ସଫଳତା (୨-୨) ସାଉଣ୍ଟିଥିଲା।

ଶେଷ ମ୍ୟାଚ୍‌ରେ ସାଉଦି ଆରବ ବିରୋଧରେ ଗୋଲ୍‌ଶୂନ୍ୟ ଡ୍ର" ଖେଳିଥିଲା।

Maa Rambhadevi: ମା" ରମ୍ଭାଦେବୀଙ୍କ ଯାତ୍ରା ଶୁକ୍ରବାର ବିଳମ୍ବିତ ରାତିର ମ୍ୟାଚ୍‌ର ପ୍ରଥମାର୍ଦ୍ଧରେ ଉଭୟ କେପ୍‌ ବର୍ଡେ ଓ ସାଉଦି ଆରବ ବିଶେଷ ସୁଯୋଗ ସୃଷ୍ଟି କରିପାରି ନଥିଲେ।

କେପ୍‌ ବର୍ଡେ ଜାମିରୋ ମୋଣ୍ଟେଇରୋଙ୍କ ଏକ ଜୋରଦାର ସଟ୍‌କୁ ସାଉଦି ଗୋଲରକ୍ଷକ ମହମ୍ମଦ ଅଲ୍-ଓୱାଇସ୍ ଚମତ୍କାର ଢଙ୍ଗରେ ସେଭ୍ କରିଥିଲେ।

ଦ୍ୱିତୀୟାର୍ଦ୍ଧରେ କେପ୍‌ ବର୍ଡେ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲା।

କେଭିନ୍ ପିନାଙ୍କ ଏକ ବାମପାଦିଆ ସଟ୍ ଅଳ୍ପକେ ପୋଷ୍ଟ ବାହାରକୁ ଯାଇଥିଲା।

ପରେ ନୁନୋ ଦା କୋଷ୍ଟାଙ୍କ ପାସ୍‌ରୁ ଲାରୋସ୍ ଡୁଆର୍ଟେ ଗୋଲ୍ କରିବାକୁ ଯାଇଥିଲେ ମଧ୍ୟ ଅଲ୍-ଓୱାଇସ୍ ତାହାକୁ ଅଟକାଇ ଦେଇଥିଲେ।

ଶେଷ ମୁହୂର୍ତ୍ତରେ ଦା କୋଷ୍ଟାଙ୍କ ପାଖରେ ଆଉ ଏକ ସୁବର୍ଣ୍ଣ ସୁଯୋଗ ଆସିଥିଲା, କିନ୍ତୁ ସେ ମୁକୁଳା ଗୋଲ୍‌ପୋଷ୍ଟକୁ ମଧ୍ୟ ଲକ୍ଷ୍ୟଭେଦ କରିପାରି ନଥିଲେ।

ନକ୍‌ଆଉଟ୍‌ ପର୍ଯ୍ୟାୟରେ କେପ୍‌ ବର୍ଡେ ବିଶ୍ବବିଜେତା ଆର୍ଜେଣ୍ଟିନା ସହ ଜୁଲାଇ ୩ ତାରିଖରେ ମାୟାମିଠାରେ ଖେଳିବ।

ଛୋଟ ଦ୍ୱୀପରାଷ୍ଟ୍ରର ଏହି ଚମତ୍କାର ଅଭିଯାନ କିନ୍ତୁ ଏବେ ବିଶ୍ୱ ଫୁଟ୍‌ବଲ୍‌ ପାଇଁ ଏକ ପ୍ରେରଣାଦାୟକ କାହାଣୀରେ ପରିଣତ ହୋଇଛି।"