Missing Woman Found Alive: ହତ୍ୟା ମାମଲାରେ ଜେଲ୍ ଗଲେ ନିର୍ଦ୍ଦୋଷ ଯୁବକ! ୭ ବର୍ଷ ପରେ ହଠାତ୍ ଜୀବିତ ମିଳିଲେ ମୃତ ଘୋଷିତ ମହିଳା
ଯାହାକୁ ମୃତ ବୋଲି ଭାବିଥିଲେ ସେ ମହିଳା ଜୀବିତ।
ଏପଟେ ଅଢ଼େଇ ବର୍ଷ ଜେଲ୍ରେ ଥିଲା ଅଭିଯୁକ୍ତ।
୭ ବର୍ଷ ପରେ ଜୀବିତ ମିଳିଲେ ମହିଳା।
କର୍ଣ୍ଣାଟକର ମାଣ୍ଡ୍ୟାରୁ ଆସିଛି ଏମିତି ଏକ ଘଟଣା।
ଯେଉଁ ମହିଳାଙ୍କୁ ହତ୍ୟା କରି ନଦୀରେ ଫିଙ୍ଗି ଦେଇଥିବା ଅଭିଯୋଗରେ ଜଣେ ବ୍ୟକ୍ତି ଜେଲ୍ ଯାଇଥିଲେ, ସେହି ମହିଳା ୭ ବର୍ଷ ପରେ ଜୀବିତ ମିଳିଛନ୍ତି।
Advertisment ୨୦୧୯ ମସିହାରେ ମଞ୍ଜୁ ନାମକ ଜଣେ ମହିଳା ନିଜ ଇଚ୍ଛା ବିରୋଧରେ ହୋଇଥିବା ବିବାହରେ ଖୁସି ନଥିଲେ।
ତେଣୁ ଘର ଛାଡ଼ି ପ୍ରେମିକଙ୍କ ସହ ଚାଲିଯିବାକୁ ସ୍ଥିର କରିଥିଲେ।
ବସ୍ଷ୍ଟାଣ୍ଡରେ ସେ ଜଣେ ଅଜଣା ବ୍ୟକ୍ତି ରାଜେଶଙ୍କଠାରୁ ମୋବାଇଲ୍ ନେଇ ଘରକୁ ଫୋନ୍ କରିଥିଲେ।
ପରେ ମଞ୍ଜୁ ନିଖୋଜ ହେବାରୁ ତାଙ୍କ ବାପା ପୋଲିସରେ ଅଭିଯୋଗ କରିଥିଲେ।
ରାଜେଶଙ୍କ ନମ୍ବରରୁ ଶେଷ କଲ୍ ଯାଇଥିବାରୁ ତାଙ୍କ ଉପରେ ସନ୍ଦେହ ହୋଇଥିଲା।
ମଞ୍ଜୁଙ୍କୁ ରାଜେଶ ହତ୍ୟା ଅଭିଯୋଗର ପୋଲିସ ରାଜେଶଙ୍କୁ ଗିରଫ କରି ଚାର୍ଜସିଟ୍ ଦାଖଲ କରିଥିଲା।
ମୃତଦେହ ମିଳିନଥିଲେ ମଧ୍ୟ ରାଜେଶଙ୍କୁ ଦୁଇରୁ ଅଢ଼େଇ ବର୍ଷରୁ ଅଧିକ ସମୟ ଜେଲ୍ରେ ରହିବାକୁ ପଡ଼ିଥିଲା।
ହେଲେ ରାଜେଶ ନିଜକୁ ନିର୍ଦ୍ଦୋଷ କହି ଆସୁଥିଲେ।
ତାଙ୍କ ଓକିଲଙ୍କ ଖୋଜାଖୋଜି ପରେ ନଭେମ୍ବର ୧୧ରେ ମଞ୍ଜୁ ମାଣ୍ଡ୍ୟାର ନାଗମଙ୍ଗଳା ଅଞ୍ଚଳରେ ଜୀବିତ ମିଳିଥିଲେ।
Advertisment ଏବେ ସେ ଅନ୍ୟ ଜଣେ ବ୍ୟକ୍ତିଙ୍କ ସହ ରହୁଥିବା ଜଣାପଡ଼ିଛି।
ମଞ୍ଜୁ ମଧ୍ୟ ରାଜେଶଙ୍କୁ ଜାଣିନଥିବା ଏବଂ ହତ୍ୟା ମାମଲା ବିଷୟରେ ଅଜ୍ଞ ଥିବା କହିଛନ୍ତି।
ଏବେ ତଦନ୍ତରେ ତ୍ରୁଟି ନେଇ ଅବସରପ୍ରାପ୍ତ ତଦନ୍ତକାରୀ ଅଧିକାରୀଙ୍କ ଭୂମିକାର ଯାଞ୍ଚ ପାଇଁ DSP ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ହୋଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
