Missing College Student Found Dead in Well: ଚାରି ଦିନ ପରେ ମିଳିଲା ନିଖୋଜ ପୁଅର ମୃତଦେହ, ଘର ପଛରେ ଥିବା କୂଅରେ...
୪ ଦିନ ପରେ ମିଳିଲା ନିଖୋଜ ପୁଅର ମୃତଦେହ।ଲଗାତର ଖୋଜାଖୋଜି ପରେ ଶେଷରେ ଗୋଟିଏ କୂଅରୁ ମିଳିଲା ମୃତଦେହ।
ଭଦ୍ରକ ଚାନ୍ଦବାଲି ଅଂଚଳ ନିଶ୍ଚନ୍ତା ଜେନାସାହିର ଏ ଘଟଣା।
ଘର ବାଡ଼ି ପଟ କୂଅ ଭିତରୁ ମିଳିଛି।
ଖବର ପାଇ ଚାନ୍ଦବାଲି ଅଗ୍ନିଶମବାହିନୀର ଟିମ କୂଅ ଭିତରୁ ଶବ ଉଦ୍ଧାର କରିଛନ୍ତି।
ସୁବାସ ସାହୁଙ୍କ ପୁଅ ପବିତ୍ର ସାହୁ ବାପାଙ୍କ ସହ କାଳୀପୂଜା ଦେଖି ଫେରିବା ପରେ ୧୨ ତାରିଖ ରାତିରେ କୁଆଡେ ଚାଲିଯାଇଥିଲେ।
ପରିବାର ଲୋକେ ଚାରିଆଡ଼େ ଖୋଜିବା ପରେ ତାଙ୍କ ବାପା ଥାନାରେ ଏତଲା ଦେଇଥିଲେ।
Advertisment ୪ ଦିନ ପରେ ଆଜି ବାଡ଼ି ପଟ କୂଅରୁ ପୁଅର ମୃତଦେହ ମିଳିଛି।
ବାପା ବହୁ କଷ୍ଟରେ ପୁଅକୁ ପାଠ ପଢ଼ାଉଥିଲେ।
ପବିତ୍ର ଚାନ୍ଦବାଲି କଲେଜରେ +୩ରେ ପଢ଼ୁଥିଲେ।
ପୁଅର ମୃତ୍ୟୁ ନେଇ ବାପା-ମା'ଙ୍କ କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ ପରିବେଶ।
ତେବେ ମୃତ୍ୟୁ କେମିତି ହେଲା ଅସ୍ପଷ୍ଟ ରହିଛି।
ଦୁର୍ଘଟଣା ନା ଆଉ କଣ କାରଣ ରହିଛି ତନାଘନା କରୁଛି ପୋଲିସ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
