Million Jobs at Risk in Five Years: ଆଗାମୀ ୫ ବର୍ଷରେ ଏଆଇ ଖାଇବ ୨.୪ କୋଟି ଚାକିରି!

Nov 27, 2026 - 18:54
Million Jobs at Risk in Five Years: ଆଗାମୀ ୫ ବର୍ଷରେ ଏଆଇ ଖାଇବ ୨.୪ କୋଟି ଚାକିରି!

ନୂଆଦିଲ୍ଲ: ଆଗାମୀ ୫ ବର୍ଷରେ ଏଆଇ ଯୋଗୁଁ ବିଶ୍ୱରେ ପ୍ରାୟ ୨ କୋଟି ୪୦ ଲକ୍ଷ ଚାକିରି ବିପଦରେ ପଡ଼ିବା ଆଶଙ୍କା ରହିଛି।

ବିଭିନ୍ନ କମ୍ପାନି ମଣିଷଙ୍କ ବଦଳରେ ଏଆଇର ବ୍ୟବହାର ବଢ଼ାଇବାରୁ ଏଭଳି ସ୍ଥିତି ସୃଷ୍ଟି ହେବ।

ଆମେରିକାର ଆର୍ଥିକ ସଂସ୍ଥା ଜେପି ମୋର୍ଗାନର ଏକ ରିପୋର୍ଟରେ ଏହି ଆକଳନ କରାଯାଇଛି।

ରିପୋର୍ଟ ଅନୁସାରେ, ଏଆଇ ଯୋଗୁଁ ପ୍ରତିବର୍ଷ ବିଶ୍ୱରେ ମୋଟ ଜ୍ଞାନଭିତ୍ତିକ କାମ କରୁଥିବା କର୍ମଚାରୀଙ୍କ ମଧ୍ୟରୁ ପ୍ରାୟ ୧.୩ ପ୍ରତିଶତଙ୍କ ଚାକିରି ପ୍ରଭାବିତ ହେବ।

ତଥ୍ୟ ସଂଗ୍ରହ, ରିପୋର୍ଟ ତିଆରି, ହିସାବ ଓ ଅନ୍ୟାନ୍ୟ କାର୍ଯ୍ୟାଳୟ କାମ ଏଆଇ ମାଧ୍ୟମରେ କରାଯାଇପାରିବ।

ଏହାଦ୍ୱାରା କମ୍ପାନିଗୁଡ଼ିକର କର୍ମଚାରୀ ଆବଶ୍ୟକତା କମିବ।

Advertisment ଏହି ପ୍ରଭାବ ଆମେରିକା ରେ ଅଧିକ ଦେଖିବାକୁ ମିଳିବ।

ରିପୋର୍ଟର ଏକ ଆକଳନ ଅନୁସାରେ, ଯଦି ଚାକିରି ହରାଇବାକୁ ଥିବା ଲୋକଙ୍କ ମଧ୍ୟରୁ ଦୁଇ ତୃତୀୟାଂଶ ଆମେରିକୀୟ ହୁଅନ୍ତି, ତେବେ ସେଠାରେ ୫ ବର୍ଷରେ ପ୍ରାୟ ୧ କୋଟି ୬୦ ଲକ୍ଷ ଲୋକ ପ୍ରଭାବିତ ହେବେ।

ଅର୍ଥାତ୍ ପ୍ରତିବର୍ଷ ପ୍ରାୟ ୩୦ ଲକ୍ଷ ଲୋକଙ୍କ ଚାକିରି ବିପଦରେ ପଡ଼ିବ।

ତେବେ ଏଆଇ ଯୋଗୁଁ ସବୁ ଚାକିରି ଏକାଥରକେ ଶେଷ ହୋଇଯିବ ନାହିଁ ବୋଲି ରିପୋର୍ଟରେ କୁହାଯାଇଛି।

ଅନେକ କାମର କିଛି ଅଂଶ ଏଆଇ କରିବ।

ଅନ୍ୟ କାମ କରିବା ପାଇଁ ମଣିଷର ଆବଶ୍ୟକତା ରହିବ।

ଏହା ସହିତ କମ୍ପାନିଗୁଡ଼ିକ ନୂଆ କର୍ମଚାରୀ ନିଯୁକ୍ତ ନକରି କାମ ଚାଲୁ ରଖିବାର ସମ୍ଭାବନା ଅଧିକ ରହିଛି।

ଆମେରିକାରେ ଏବେ ମୋଟ କାର୍ଯ୍ୟ ସମୟର ମାତ୍ର ୬ ପ୍ରତିଶତ କାମରେ ଏଆଇର ବ୍ୟବହାର ହେଉଛି।

କିନ୍ତୁ ପ୍ରାୟ ଦୁଇ ତୃତୀୟାଂଶ କାମରେ ଏଆଇର ବ୍ୟବହାର ସମ୍ଭବ ବୋଲି ଆକଳନ କରାଯାଇଛି।

ଏବେ ଅଧିକାଂଶ କମ୍ପାନି ଏଆଇର ପରୀକ୍ଷାମୂଳକ ବ୍ୟବହାର କରୁଛନ୍ତି।

ଆଗକୁ ଏହାର ବ୍ୟବହାର ବଢ଼ିଲେ ଚାକିରି ଉପରେ ପ୍ରଭାବ ଅଧିକ ପଡ଼ିବ।

ଭାରତରେ ମଧ୍ୟ କମ୍ପାନିଗୁଡ଼ିକ ଏଆଇ ବ୍ୟବହାର ବଢ଼ାଇବାକୁ ଯୋଜନା କରୁଛନ୍ତି।

ଏକ ରିପୋର୍ଟ ଅନୁସାରେ, ୯୩ ପ୍ରତିଶତ ଭାରତୀୟ ବ୍ୟବସାୟିକ ମୁଖ୍ୟ ଏଆଇ ଜରିଆରେ କାମ କରିବାକୁ ଯୋଜନା କରୁଛନ୍ତି।

ସେହିପରି ୫୯ ପ୍ରତିଶତ କମ୍ପାନି ଏବେଠାରୁ କିଛି କାମରେ ଏଆଇ ବ୍ୟବହାର କରୁଛନ୍ତି।

ତେଣୁ ଆଗାମୀ ଦିନରେ କର୍ମଚାରୀଙ୍କ ପାଇଁ ନୂଆ ପ୍ରଯୁକ୍ତି ଶିଖିବା ଓ ନିଜର କାମ କରିବା ଦକ୍ଷତା ବଢ଼ାଇବା ଜରୁରୀ ହୋଇପଡ଼ିବ।

୨ ଦିନରେ ସୁନା ମୂଲ୍ୟ ୫୧୨୦ ଟଙ୍କା ବୃଦ୍ଧି

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)