Three Arrested in Bipulingi case ବିପୁଳିଙ୍ଗିରେ ଯୁବକଙ୍କୁ ପ୍ରାଣାନ୍ତକ ଆକ୍ରମଣ ମାମଲା: ୩ ଅଭିଯୁକ୍ତ ଗିରଫ

Nov 27, 2026 - 19:58
Three Arrested in Bipulingi case ବିପୁଳିଙ୍ଗିରେ ଯୁବକଙ୍କୁ ପ୍ରାଣାନ୍ତକ ଆକ୍ରମଣ ମାମଲା: ୩ ଅଭିଯୁକ୍ତ ଗିରଫ

ଛତ୍ରପୁର (ବସନ୍ତ କୁମାର ମହାରଣା): ଗତକାଲି (ଗୁରୁବାର) ରାତିରେ ଛତ୍ରପୁର ଥାନା ଅନ୍ତର୍ଗତ ବିପୁଳିଙ୍ଗି ଗ୍ରାମରେ ଜଣେ ଯୁବକଙ୍କୁ ପ୍ରାଣାନ୍ତକ ଆକ୍ରମଣ କରି ଚାଷଜମିରେ ଫିଙ୍ଗି ଚାଲିଯାଇଥିବା ମାମଲାରେ ପୁଲିସକୁ ସଫଳତା ମିଳିଛି।

ଆକ୍ରମଣର ଅଭିଯୁକ୍ତ ୩ଜଣଙ୍କୁ ଗିରଫ କରିବା ସହ ସେମାନଙ୍କୁ ନିକଟରୁ ଆକ୍ରମଣରେ ବ୍ୟବହୃତ ମାରଣାସ୍ତ୍ର ଜବତ ହୋଇଛି।

Advertisment Sand mafia: ବାଲିମାଫିଆଙ୍କ ଜଘନ୍ୟକାଣ୍ଡ: ଘରୁ ଡାକିନେଇ ମାରି ଫିଙ୍ଗିଦେଲେ ଆଜି (ଶୁକ୍ରବାର) ସନ୍ଧ୍ୟାରେ ଛତ୍ରପୁର ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ଚନ୍ଦନ କୁମାର ଘଡ଼ାଇ ଏହି ସୂଚନା ଦେଇଛନ୍ତି।

ସୂଚନାନୁସାରେ, ଗ୍ରାମ ପଦ୍ମପୁର ସାହିର ଶ୍ୟାମଘନ ଦାସଙ୍କୁ ସେହି ଗାଁର ପଲସରା ସାହିର ଗୋପାଳ ଦାସ (୨୩), ଅରୁଣ ଦାସ (୨୧) ଓ ଦୀପୁ ଓରଫ ଦୀପୁନ ଦାସ (୧୯) ଆକ୍ରମଣ କରିଥିଲେ।

ସେମାନଙ୍କୁ ଗିରଫ କରାଯାଇଛି।

Youth Attacked and Dumped ବିପୁଳିଙ୍ଗିରେ ଯୁବକଙ୍କୁ ହାଣି ବିଲରେ ଫିଙ୍ଗିଦେଲେ ଦୁର୍ବୃତ୍ତ ବାତ୍ୟା ସମୟରେ କ୍ଷୟକ୍ଷତିର ଫଟୋ ଉଠାଇବା ଏବଂ ଗାଡ଼ି ଚଳାଚଳ ଓ ଯାତାୟାତକୁ ନେଇ ଆହତ ଶ୍ୟାମଘନଙ୍କ ସହ ଅଭିଯୁକ୍ତମାନଙ୍କର ଦୀର୍ଘଦିନ ଧରି ବିବାଦ ରହିଥିଲା।

ସେମାନଙ୍କ ନିକଟରୁ ଏକ ଲୁହା ପଞ୍ଚ/କଙ୍କଲ୍‌ସ ଓ ସାଇକେଲର ଏକ ଅଂଶରେ ତିଆରି ମାରଣାସ୍ତ୍ର ଜବତ କରାଯାଇଛି।

ଏସଆଇ ସିଦ୍ଧାର୍ଥ ଶଙ୍କର ଜେନା ମାମଲାର ତଦନ୍ତ କରୁଥିଲେ।

BLO Attacked During SIR Work ଏସ୍‌ଆଇଆର୍‌ରେ ନିୟୋଜିତ ବିଏଲ୍‌ଓଙ୍କୁ ଗାଁଦାଣ୍ଡରେ ପ୍ରାଣାନ୍ତକ ଆକ୍ରମଣ ସୂଚନାଯୋଗ୍ୟ, ଶ୍ୟାମଘନଙ୍କ ଭଉଣୀ ମମତା ଦାସ ଆକ୍ରମଣ ନେଇ ଶୁକ୍ରବାର ଛତ୍ରପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ଅଭିଯୋଗ ଆଧାରରେ ଛତ୍ରପୁର ପୋଲିସ କେସ୍ ନଂ ୫୯୦/୨୦୨୬ ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।

ବର୍ତ୍ତମାନ ଆହତ ଶ୍ୟାମଘନ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମ୍‌କେସିଜିରେ ଚିକିତ୍ସିତ ହେଉଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)