India-US : ଅନ୍ତିମ ପର୍ଯ୍ୟାୟରେ ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି : ଗୋୟଲ

Nov 27, 2026 - 19:10
India-US : ଅନ୍ତିମ ପର୍ଯ୍ୟାୟରେ ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି : ଗୋୟଲ

ନୂଆଦିଲ୍ଲୀ: ଭାରତ ଓ ଆମେରିକା ମଧ୍ୟରେ ଦୀର୍ଘଦିନ ଧରି ଚାଲିଥିବା ବାଣିଜ୍ୟ ଚୁକ୍ତି ସଂକ୍ରାନ୍ତ ଆଲୋଚନା ଏବେ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି।

ଚୁକ୍ତି ଚୂଡ଼ାନ୍ତ କରିବା ପାଇଁ ଆବଶ୍ୟକ ପ୍ରକ୍ରିୟା ଓ ରାସ୍ତା ଧୀରେ ଧୀରେ ସ୍ପଷ୍ଟ ହେଉଛି।

ଶୁକ୍ରବାର ଏହା କହିଛନ୍ତି କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ପୀୟୂଷ ଗୋୟଲ।

Advertisment ସେ କହିଛନ୍ତି, ଦୁଇ ଦେଶ ମଧ୍ୟରେ କେତେକ ପ୍ରମୁଖ ପ୍ରସଙ୍ଗରେ ମତଭେଦ ଥିବାରୁ ଚୁକ୍ତି ସ୍ୱାକ୍ଷର ବିଳମ୍ବ ହେଉଥିଲା।

ଏବେ ଉଭୟ ପକ୍ଷ ସେହି ବାଧା ଦୂର କରିବା ଦିଗରେ ଅଗ୍ରଗତି କରୁଛନ୍ତି।

ଏହି ଚୁକ୍ତି ଦ୍ୱାରା ଉଭୟ ଦେଶ ମଧ୍ୟରେ ବାଣିଜ୍ୟ ବୃଦ୍ଧି ସହ ଭାରତୀୟ ସାମଗ୍ରୀ ପାଇଁ ଆମେରିକା ବଜାରରେ ଅଧିକ ସୁଯୋଗ ସୃଷ୍ଟି ହେବ ବୋଲି ଆଶା କରାଯାଉଛି।

ଏହି ଆଲୋଚନା ମଧ୍ୟରେ ଆମେରିକା ଭାରତୀୟ ସାମଗ୍ରୀ ଉପରେ ଶୁଳ୍କ ଲାଗୁ କରିବା ନେଇ ନୂଆ ପ୍ରସ୍ତାବ ଦେଇଛି।

ଚୁକ୍ତି ନହେଲେ ଭାରତୀୟ ସାମଗ୍ରୀ ଉପରେ ୨୫ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ଲାଗିପାରେ।

କିନ୍ତୁ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଚୁକ୍ତି ହେଲେ ଏହି ଶୁଳ୍କକୁ ୧୭ ପ୍ରତିଶତରେ ସୀମିତ ରଖାଯିବ ବୋଲି ଆମେରିକାର ବାଣିଜ୍ୟ ପ୍ରତିନିଧି ଜେମିସନ ଗ୍ରିର ଦୁଇ ଦିନ ତଳେ କହିଥିଲେ।

ଅଧିକ ଶୁଳ୍କ ଲାଗୁ ଲାଗିଲେ ଆମେରିକା ବଜାରରେ ଭାରତୀୟ ସାମଗ୍ରୀର ଦାମ୍ ବଢ଼ିବା ସହ ଭାରତୀୟ ରପ୍ତାନିକାରୀମାନଙ୍କ ପ୍ରତିଯୋଗିତା କ୍ଷମତା ପ୍ରଭାବିତ ହୋଇପାରେ।

ଗୋୟଲଙ୍କ ମନ୍ତବ୍ୟ ପରେ ଦୁଇ ଦେଶ ମଧ୍ୟରେ ଦ୍ବିପାକ୍ଷିକ ବାଣିଜ୍ୟ ରାଜିନାମା କେବେ ହେଉଛି ତାହା ଉପରେ ନଜର ରହିଛି।

ଆଗାମୀ ୫ ବର୍ଷରେ ଏଆଇ ଖାଇବ ୨.୪ କୋଟି ଚାକିରି!

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)