Arrest: ନିରୀହ ଚେହେରା ଦେଖି ଆହା କୁହନ୍ତୁନି, ସ୍ୱାହା କରିବାକୁ ଯୋଜନା କରୁଥିଲା
ଅହମ୍ମଦାବାଦ: ଗୁଜୁରାଟ ର ବଡୋଦରା ସ୍ଥିତ ଭାରତୀୟ ବାୟୁସେନା (IAF) ଷ୍ଟେସନ ଏବଂ ପ୍ରମୁଖ ସୁରକ୍ଷା ପ୍ରତିଷ୍ଠାନ ଉପରେ ଆକ୍ରମଣ କରିବା ପାଇଁ ଏକ ବଡ଼ଧରଣର ଆତଙ୍କବାଦୀ ଷଡ଼ଯନ୍ତ୍ରକୁ ଗୁଜୁରାଟ ଆତଙ୍କବାଦ ନିରୋଧୀ ସ୍କାଡ୍ (ATS) ପଣ୍ଡ କରିଦେଇଛି।
ଏହି ମାମଲାରେ ପାକିସ୍ତାନୀ ଆତଙ୍କବାଦୀ ସଙ୍ଗଠନ 'ଜୈଶ୍-ଏ-ମହମ୍ମଦ' (JeM) ସହ ଜଡିତ ଜଣେ ସନ୍ଦିଗ୍ଧ ଅପରେଟିଭ୍କୁ ଗୁଜୁରାଟ ଏଟିଏସ୍ ଗିରଫ କରିବାରେ ସଫଳ ହୋଇଛି।
ଧୃତ ଅଭିଯୁକ୍ତର ପରିଚୟ ମହମ୍ମଦ ସହରୁଲ ଇସ୍ଲାମ କବୀରୁଦ୍ଦିନ (୨୨) ଭାବେ ଜଣାପଡିଛି।
ସେ ଆସାମର କରିମଗଞ୍ଜ ଜିଲ୍ଲାର ବାସିନ୍ଦା ବୋଲି ଏଟିଏସ୍ ସୂଚନା ଦେଇଛି।
Advertisment ଏଟିଏସ୍ ଅଧିକାରୀଙ୍କ କହିବାନୁଯାୟୀ, ଅଭିଯୁକ୍ତ ଜଣକ ପାକିସ୍ତାନରେ ଥିବା ଜୈଶ୍ର ଜଣେ ହ୍ୟାଣ୍ଡଲର୍ ସ୍ପର୍ଶରେ ଥିଲା ଏବଂ ତା'ର ନିର୍ଦ୍ଦେଶରେ ଏହି ଷଡ଼ଯନ୍ତ୍ର ରଚୁଥିଲା।
ଗୁଜୁରାଟ ଏଟିଏସ୍ ଡିଆଇଜି ସୁନୀଲ ଜୋଶୀଙ୍କ ସୂଚନା ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ପଞ୍ଚମହଲ ଜିଲ୍ଲାର ହଲୋଲ-ବଡୋଦରା ରୋଡ୍ ନିକଟରୁ ଅଭିଯୁକ୍ତକୁ କାବୁ କରାଯାଇଥିଲା।
ତା'ର ନିକଟରୁ ଏକ ଏକେ-୪୭, ୨୩ଟି ଜୀବନ୍ତ ଗୁଳି ଏବଂ ଦୁଇଟି ଖାଲି ମାଗାଜିନ, ଦୁଇଟି ମୋବାଇଲ୍ ଫୋନ୍, ସିମ୍ କାର୍ଡ ଏବଂ ୨୦,୦୦୦ ଟଙ୍କା ନଗଦ ଜବତ କରାଯାଇଛି।
ଆହୁରି ପଢନ୍ତୁ: Tatoo: ଛାଡପତ୍ର ପରେ ଟାଟୁ କଣ ହେବ?
ସ୍ୱାମୀଙ୍କ ନାମ ଲିଭାଇଦେଲେ ସପନା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ, ଅଭିଯୁକ୍ତ ବଡୋଦରା ଏୟାରଫୋର୍ସ ଷ୍ଟେସନର ରେକି କରିଥିଲା ଏବଂ ଆକ୍ରମଣ ଘଟାଇବା ପରେ ପାକିସ୍ତାନ ପଳାଇ ଯାଇ ଜୈଶ୍ ସଂଗଠନରେ ସକ୍ରିୟ ଭାବେ ଯୋଗଦେବା ପାଇଁ ଯୋଜନା ରଖିଥିଲା।
ପାକିସ୍ତାନୀ ହ୍ୟାଣ୍ଡଲର ଏହି ଅପରେସନ୍ ପାଇଁ ତାକୁ ୫୦,୦୦୦ ଟଙ୍କା ମଧ୍ୟ ଦେଇଥିବା ଯାଞ୍ଚରୁ ଜଣାପଡିଛି।ଗୁଜୁରାଟ ଏଟିଏସ୍ ପକ୍ଷରୁ ଅଭିଯୁକ୍ତ ବିରୋଧରେ ବିଭିନ୍ନ ଧାରାରେ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
