Mata Vaishno Devi: କିପରି ହୋଇଥିଲା ମାତା ବୈଷ୍ଣୋଦେବୀଙ୍କ ଉତ୍ପତ୍ତି?

Nov 01, 2026 - 12:07
Mata Vaishno Devi: କିପରି ହୋଇଥିଲା ମାତା ବୈଷ୍ଣୋଦେବୀଙ୍କ ଉତ୍ପତ୍ତି?

ଜମ୍ମୁ-କଶ୍ମୀରର କଟରା ନିକଟ ତ୍ରିକୁଟା ପର୍ବତରେ ଅବସ୍ଥିତ ମାତା ବୈଷ୍ଣୋଦେବୀଙ୍କ ମନ୍ଦିର ହିନ୍ଦୁ ଧର୍ମାବଲମ୍ବୀଙ୍କ ଆସ୍ଥାର ଏକ ପ୍ରମୁଖ କେନ୍ଦ୍ର।

ଏଠାରେ ଥିବା ପବିତ୍ର ଗୁମ୍ଫାରେ ମାତାଙ୍କୁ ତିନୋଟି ପ୍ରାକୃତିକ ପିଣ୍ଡି ରୂପରେ ପୂଜା କରାଯାଏ।

ଧାର୍ମିକ ମାନ୍ୟତା ଅନୁଯାୟୀ, ଏହି ତିନୋଟି ପିଣ୍ଡି ଯଥାକ୍ରମେ ମହାକାଳୀ, ମହାସରସ୍ୱତୀ ଓ ମହାଲକ୍ଷ୍ମୀଙ୍କ ପ୍ରତୀକ।

ଏହି ତିନି ଦେବୀଙ୍କ ସମ୍ମିଳିତ ଶକ୍ତିର ସ୍ୱରୂପ ହେଉଛନ୍ତି ମାତା ବୈଷ୍ଣୋଦେବୀ।

ଏହି ଧାମର ଇତିହାସ ସହ ପଣ୍ଡିତ ଶ୍ରୀଧର ଓ ଭୈରବନାଥଙ୍କ କାହାଣୀ ବିଶେଷ ଭାବେ ଜଡ଼ିତ।

Advertisment ପୌରାଣିକ ମାନ୍ୟତା ଅନୁଯାୟୀ, କଟରା ନିକଟସ୍ଥ ହଂସଲି ଗ୍ରାମରେ ପଣ୍ଡିତ ଶ୍ରୀଧର ନାମକ ଜଣେ ଧାର୍ମିକ ବ୍ୟକ୍ତି ବାସ କରୁଥିଲେ।

ସେ ନିଃସନ୍ତାନ ଥିବାରୁ ମନରେ ଦୁଃଖ ରଖୁଥିଲେ।

ଥରେ ସେ ଗ୍ରାମବାସୀଙ୍କ ପାଇଁ ଏକ ଭଣ୍ଡାରା ଆୟୋଜନ କରିବାକୁ ଚିନ୍ତା କଲେ।

କିନ୍ତୁ ସୀମିତ ସାମଗ୍ରୀରେ ଏତେ ଲୋକଙ୍କୁ କିପରି ଭୋଜନ କରାଇବେ, ସେହି ଚିନ୍ତାରେ ରହିଥିଲେ।

ସ୍ୱପ୍ନରେ ଆସି ଗୁମ୍ଫାର ସଙ୍କେତ ଦେଇଥିଲେ କୁହାଯାଏ, ଭଣ୍ଡାରା ଦିନ ଜଣେ ଦିବ୍ୟ ତେଜସ୍ୱୀ ବାଳିକା ସେଠାରେ ପହଞ୍ଚିଥିଲେ।

ତାଙ୍କ ନାମ ବୈଷ୍ଣବୀ ଥିଲା।

ସେ ଭଣ୍ଡାରାର ସମସ୍ତ ଦାୟିତ୍ୱ ନିଜ ହାତକୁ ନେଇ ଅଳ୍ପ ସମୟ ମଧ୍ୟରେ ସମସ୍ତ ଅତିଥିଙ୍କୁ ଭୋଜନ କରାଇଥିଲେ।

ହେଲେ ଭଣ୍ଡାରା ଶେଷ ହେବା ପରେ ସେ ହଠାତ୍ ଅଦୃଶ୍ୟ ହୋଇଯାଇଥିଲେ।

ପରେ ସେହି ବାଳିକା ପଣ୍ଡିତ ଶ୍ରୀଧରଙ୍କ ସ୍ୱପ୍ନରେ ଆସି ଏକ ପବିତ୍ର ଗୁମ୍ଫାର ସଙ୍କେତ ଦେଇଥିଲେ।

ଏହାପରେ ପଣ୍ଡିତ ଶ୍ରୀଧର ବୁଝିପାରିଥିଲେ ଯେ, ସେହି ବାଳିକା ସ୍ୱୟଂ ମାତା ବୈଷ୍ଣୋଦେବୀ ଥିଲେ।

ମାତାଙ୍କ ସଙ୍କେତ ଅନୁସାରେ ସେ ପବିତ୍ର ଗୁମ୍ଫାର ସନ୍ଧାନ କରିଥିଲେ।

ଭୈରବନାଥ ତାଙ୍କ ପିଛା କରିଥିଲେ ମାତା ବୈଷ୍ଣୋଦେବୀଙ୍କ କାହାଣୀରେ ଭୈରବନାଥଙ୍କ ପ୍ରସଙ୍ଗ ମଧ୍ୟ ବେଶ୍ ଚର୍ଚ୍ଚିତ।

ମାନ୍ୟତା ଅନୁଯାୟୀ, ଗୁରୁ ଗୋରଖନାଥଙ୍କ ଶିଷ୍ୟ ଭୈରବନାଥ ଜଣେ ଉଚ୍ଚକୋଟୀର ତାନ୍ତ୍ରିକ ଥିଲେ।

ସେ ପଣ୍ଡିତ ଶ୍ରୀଧରଙ୍କ ଭଣ୍ଡାରାରେ ଯୋଗ ଦେଇଥିଲେ।

ସେଠାରେ ବାଳିକା ବୈଷ୍ଣବୀଙ୍କୁ ଆମିଷ ଭୋଜନ ପରଷିବାକୁ କହିଥିଲେ।

କିନ୍ତୁ ବୈଷ୍ଣବୀ ଏକ ଧାର୍ମିକ ଭଣ୍ଡାରାରେ କେବଳ ସାତ୍ତ୍ୱିକ ଓ ନିରାମିଷ ଭୋଜନ ମିଳିବ ବୋଲି କହିଥିଲେ।

ସେଠାରେ ସେହି ସାଧାରଣ ବାଳିକା ଜଣକ କିପରି ଏକ ଛୋଟ ପାତ୍ରରୁ ସମସ୍ତଙ୍କୁ ମନମୁତାବକ ଭୋଜନ ଦେଉଛନ୍ତି, ତାହା ଦେଖି ଭୈରବନାଥ ଆଶ୍ଚର୍ଯ୍ୟ ହୋଇଥିଲେ ଓ ତାଙ୍କ ପାଖରେ କିଛି ଦିବ୍ୟ ଶକ୍ତି ଥିବା ଅନୁଭବ କଲେ।

ଏହାପରେ ଭୈରବନାଥ ତାଙ୍କ ପିଛା କରିବାକୁ ଲାଗିଥିଲେ।

ଭୈରବନାଥଙ୍କଠାରୁ ରକ୍ଷା ପାଇବା ପାଇଁ ମାତା ତ୍ରିକୁଟା ପର୍ବତ ଆଡ଼କୁ ଯାତ୍ରା କରିଥିଲେ।

ଏହି ଯାତ୍ରା ସମୟରେ ମାତା ନିଜ ବାଣ ଦ୍ୱାରା ଭୂମିରୁ ଜଳଧାରା ସୃଷ୍ଟି କରିଥିବା କଥା ପ୍ରଚଳିତ ରହିଛି।

ଏହି ସ୍ଥାନକୁ ବାଣଗଙ୍ଗା କୁହାଯାଏ।

ମାନ୍ୟତା ରହିଛି ଯେ, ମାତା ଏହି ଜଳଧାରାରେ ନିଜ କେଶ ଧୋଇଥିଲେ।

ଏହାପରେ ସେ ଏକ ଗୁମ୍ଫାରେ ତପସ୍ୟା କରିଥିଲେ।

ଏହି ସ୍ଥାନ ଅର୍ଦ୍ଧକୁଆରୀ ନାମରେ ପରିଚିତ।

ହେଲେ ଭୈରବନାଥ ତାଙ୍କୁ ଖୋଜି ଖୋଜି ସେଠାରେ ମଧ୍ୟ ପହଞ୍ଚିଥିଲେ।

Tilak Rules: ଜାଣନ୍ତୁ ତିଳକ ଲଗାଇବାର ସଠିକ୍ ନିୟମ ଭୈରବନାଥଙ୍କ ଅତ୍ୟାଚାରରୁ ରକ୍ଷା ପାଇବା ପାଇଁ ମାତା ବୈଷ୍ଣୋଦେବୀ ନିଜର ଦିବ୍ୟ ସ୍ୱରୂପ ଧାରଣ କରିଥିଲେ।

ହନୁମାନ ମଧ୍ୟ ମାତାଙ୍କ ସୁରକ୍ଷା ପାଇଁ ସେଠାରେ ଉପସ୍ଥିତ ଥିବା କୁହାଯାଏ।

ଶେଷରେ ମାତା ଭୈରବନାଥଙ୍କ ବଧ କରିଥିଲେ।

ଭୈରବନାଥଙ୍କ ମୁଣ୍ଡ ଯେଉଁ ସ୍ଥାନରେ ପଡ଼ିଥିଲା, ତାହା ଭୈରବ ଘାଟି ନାମରେ ପରିଚିତ।

କାହାଣୀ ଅନୁଯାୟୀ, ମୃତ୍ୟୁ ପୂର୍ବରୁ ଭୈରବନାଥ ନିଜ ଭୁଲ୍ ବୁଝି ମାତାଙ୍କୁ କ୍ଷମା ମାଗିଥିଲେ।

ମାତା ତାଙ୍କୁ କ୍ଷମା କରିବା ସହ ବରଦାନ ଦେଇଥିଲେ ଯେ, ତାଙ୍କ ଦର୍ଶନ ବିନା ମାତାଙ୍କ ଯାତ୍ରା ପୂର୍ଣ୍ଣ ହେବ ନାହିଁ।

ଏହି କାରଣରୁ ଆଜି ମଧ୍ୟ ଶ୍ରଦ୍ଧାଳୁମାନେ ମାତା ବୈଷ୍ଣୋଦେବୀଙ୍କ ଦର୍ଶନ ପରେ ଭୈରବନାଥଙ୍କ ମନ୍ଦିରକୁ ଯାଇଥାନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)