Free Books: ବିହାରର ସରକାରୀ ସ୍କୁଲ୍ରେ ଏଣିକି ସ୍ଥାନୀୟ ଭାଷାରେ ପାଠପଢ଼ା, ୪୦ ଲକ୍ଷ ପିଲାଙ୍କୁ ମିଳିବ ମାଗଣା ବହି
ବିହାରର ସରକାରୀ ସ୍କୁଲ୍ଗୁଡ଼ିକରେ ଏଣିକି ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀର ପିଲାମାନଙ୍କୁ ସ୍ଥାନୀୟ ଭାଷାରେ ମଧ୍ୟ ପାଠ ପଢ଼ାଯିବ।
ଏଥିପାଇଁ ଶିକ୍ଷା ବିଭାଗ ପ୍ରାୟ ୪୦ ଲକ୍ଷ ଛାତ୍ରଛାତ୍ରୀଙ୍କୁ ମାଗଣାରେ ବହି ଯୋଗାଇଦେବାକୁ ପ୍ରସ୍ତୁତି କରୁଛି।
ପ୍ରଥମ ପର୍ଯ୍ୟାୟରେ ମୈଥିଳୀ, ଭୋଜପୁରୀ, ସୁରଜାପୁରୀ, ବଜ୍ଜିକା, ଅଙ୍ଗିକା ଓ ମଗହୀ ଭାଷାରେ ବହି ଛପାଯିବ।
ଏଥିପାଇଁ ପାଠ୍ୟକ୍ରମ ପ୍ରସ୍ତୁତ କରିବା ସହ ବହି ଛପା କାର୍ଯ୍ୟ ଆରମ୍ଭ କରିବାକୁ ଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଛି।
Advertisment ଏହି ଯୋଜନା ଅଧୀନରେ ପ୍ରାୟ ୧ କୋଟି ୨୦ ଲକ୍ଷ ବହି ଛପାଯିବ।
ଏଥିପାଇଁ ପ୍ରାୟ ୨୫୦ କୋଟି ଟଙ୍କା ଖର୍ଚ୍ଚ ହେବାର ଆକଳନ କରାଯାଇଛି।
ଏହି ବହିଗୁଡ଼ିକ ହିନ୍ଦୀ, ଇଂରାଜୀ ଓ ଗଣିତ ବିଷୟରେ ରହିବ।
ଇଂରାଜୀ ଓ ଗଣିତ ପାଠପଢ଼ାର ଢାଞ୍ଚା ପୂର୍ବଭଳି ରହିବ।
ତେବେ ହିନ୍ଦୀ ସହ ସ୍ଥାନୀୟ ଭାଷା ମାଧ୍ୟମରେ ମଧ୍ୟ ପିଲାମାନଙ୍କୁ ବିଷୟବସ୍ତୁ ବୁଝାଯିବ।
ଏହାଦ୍ୱାରା ପ୍ରଥମଥର ପାଇଁ ସ୍କୁଲ୍ ଆସୁଥିବା ପିଲାମାନଙ୍କୁ ପାଠପଢ଼ା ବୁଝିବା ସହଜ ହେବ।
ମାତୃଭାଷାରେ ପାଠପଢ଼ା ପିଲାଙ୍କୁ ଦେବ ସହାୟତା ନୂତନ ଜାତୀୟ ଶିକ୍ଷା ନୀତିରେ ପ୍ରାଥମିକ ଶ୍ରେଣୀଗୁଡ଼ିକରେ ମାତୃଭାଷା କିମ୍ବା ସ୍ଥାନୀୟ ଭାଷାରେ ପାଠପଢ଼ା ଉପରେ ଗୁରୁତ୍ୱ ଦିଆଯାଇଛି।
ଏହାକୁ ଦୃଷ୍ଟିରେ ରଖି ବିହାରରେ ଏଭଳି ନିଷ୍ପତ୍ତି ନିଆଯାଇଛି।
ଶିକ୍ଷା ବିଭାଗର ମତ ଅନୁଯାୟୀ, ସ୍କୁଲ୍କୁ ଆସୁଥିବା ଛୋଟ ପିଲାମାନଙ୍କ ସାମ୍ନାରେ ଭାଷା ହିଁ ସବୁଠାରୁ ବଡ଼ ଆହ୍ୱାନ ହୋଇଥାଏ।
ଗ୍ରାମାଞ୍ଚଳର ପିଲାମାନେ ଘରେ ମୈଥିଳୀ, ଭୋଜପୁରୀ, ମଗହୀ, ଅଙ୍ଗିକା ଓ ବଜ୍ଜିକା ଭଳି ଭାଷା କହିଥାନ୍ତି।
କିନ୍ତୁ ସ୍କୁଲ୍ରେ ପାଠପଢ଼ା ଆରମ୍ଭ ହେବା ମାତ୍ରେ ସେମାନଙ୍କୁ ମାନକ ହିନ୍ଦୀ ଓ ଇଂରାଜୀର ସାମ୍ନା କରିବାକୁ ପଡ଼ିଥାଏ।
ଏପରି ସ୍ଥିତିରେ ଅନେକ ପିଲା ଶ୍ରେଣୀଗୃହରେ ନିଜ କଥା ଠିକ୍ ଭାବେ କହିପାରନ୍ତି ନାହିଁ।
ସ୍ଥାନୀୟ ଭାଷାରେ ପାଠପଢ଼ିଲେ ସେମାନେ ବିଷୟବସ୍ତୁକୁ ଶୀଘ୍ର ବୁଝିପାରିବେ।
ଏହାସହ ପାଠକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ମନେ ରଖିବାରେ ମଧ୍ୟ ସହାୟତା ମିଳିବ।
ଶିକ୍ଷାମନ୍ତ୍ରୀ ମିଥିଳେଶ ତିୱାରୀ କହିଛନ୍ତି ଯେ, ଛୋଟ ପିଲାମାନେ ଯେପରି ବିଷୟଗୁଡ଼ିକୁ ଭଲ ଭାବେ ବୁଝିପାରିବେ, ସେଥିପାଇଁ ସ୍ଥାନୀୟ ଭାଷାରେ ପାଠପଢ଼ା କରାଯିବ।
ଏଥିପାଇଁ ପାଠ୍ୟକ୍ରମ ନିର୍ଦ୍ଧାରଣ କରିବା ସହ ବହି ଛପାଯିବ।
ବହିରେ ଦେଖିବାକୁ ମିଳିବ ବିହାରର ଲୋକସଂସ୍କୃତି ଏହି ବହିଗୁଡ଼ିକ କେବଳ ହିନ୍ଦୀ ପାଠ୍ୟର ସ୍ଥାନୀୟ ଭାଷାରେ ଅନୁବାଦ ହେବ ନାହିଁ।
ଶିକ୍ଷା ବିଭାଗର ଯୋଜନା ଅନୁଯାୟୀ, ଏଥିରେ ସ୍ଥାନୀୟ ଲୋକସଂସ୍କୃତି, ଲୋକକଥା, ଶିଶୁଗୀତ ଓ ପହେଳିକାକୁ ମଧ୍ୟ ସ୍ଥାନ ଦିଆଯିବ।
ମିଥିଳାଞ୍ଚଳ ସମ୍ବନ୍ଧିତ ବହିଗୁଡ଼ିକରେ ମିଥିଳା ଚିତ୍ରକଳା ଏବଂ ସ୍ଥାନୀୟ ପର୍ବପର୍ବାଣୀର ଚିତ୍ର ରହିବ।
ସେହିପରି ମଗଧ ଓ ଶାହାବାଦ ଅଞ୍ଚଳର ବହିଗୁଡ଼ିକରେ ସେଠାକାର ଲୋକନାଟକ, ଋତୁଭିତ୍ତିକ ଗୀତ ଏବଂ ସ୍ଥାନୀୟ ଉଦ୍ଭିଦ ସମ୍ପର୍କିତ ଉଦାହରଣ ଦିଆଯିବ।
ବହିର ୬୦ରୁ ୭୦ ପ୍ରତିଶତ ପୃଷ୍ଠାରେ ବଡ଼ ଓ ରଙ୍ଗିନ ଚିତ୍ର ରଖିବାକୁ ଯୋଜନା ରହିଛି।
ପିଲାମାନଙ୍କୁ ପାଠପଢ଼ା ସହ ଯୋଡ଼ିବା ପାଇଁ ପହେଳିକା, ଅନ୍ତାକ୍ଷରୀ ଓ ସ୍ଥାନୀୟ ଖେଳର ସହାୟତା ନିଆଯିବ।
ମାଟିର ଖେଳନା ତିଆରି କରିବା ଭଳି କାର୍ଯ୍ୟକଳାପକୁ ମଧ୍ୟ ପାଠ୍ୟ ସାମଗ୍ରୀରେ ସାମିଲ କରାଯିବ।
କବାଡ଼ି ଓ ଗିଲ୍ଲି-ଡଣ୍ଡା ଭଳି ଖେଳର ଉଦାହରଣ ଦେଇ ଯୋଗ ଓ ବିୟୋଗ ଶିଖାଇବାକୁ ଯୋଜନା ହୋଇଛି।
Azam Khan Arrested: ଜେଲ୍ରୁ ମୁକୁଳିବା ମାତ୍ରେ ସମାଜବାଦୀ ପାର୍ଟି ନେତା ଆଜମ ଖାନ୍ଙ୍କୁ ପୁଣି ବାନ୍ଧିଲା ଇଡି ଏହି ପଦକ୍ଷେପର ଉଦ୍ଦେଶ୍ୟ ହେଉଛି ପିଲାମାନଙ୍କୁ ସେମାନଙ୍କ ପରିଚିତ ଭାଷା ଓ ପରିବେଶ ମାଧ୍ୟମରେ ପାଠପଢ଼ା ସହ ଯୋଡ଼ିବା।
ଏହାଦ୍ୱାରା ପ୍ରାଥମିକ ଶ୍ରେଣୀରେ ପିଲାମାନଙ୍କ ବୁଝିବା ଶକ୍ତିର ବିକାଶ ହେବା ସହ ସ୍କୁଲ୍ରେ ସେମାନେ ଅଧିକ ସହଜ ଅନୁଭବ କରିପାରିବେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
