Commonwealth Games Committee: ରାଜ୍ୟଗୋଷ୍ଠୀ କ୍ରୀଡ଼ା କମିଟିରେ ଦ୍ରାବିଡ଼, ସାଇନା
ନୂଆଦିଲ୍ଲୀ: ଅହମଦାବାଦରେ ୨୦୩୦ ମସିହା ରାଜ୍ୟଗୋଷ୍ଠୀ କ୍ରୀଡ଼ାର ସଫଳ ଆୟୋଜନ ପାଇଁ ପ୍ରସ୍ତାବିତ କମିଟିରେ ସ୍ଥାନ ପାଇଛନ୍ତି ଭାରତର ପୂର୍ବତନ କ୍ରିକେଟ୍ ଅଧିନାୟକ ରାହୁଲ ଦ୍ରାବିଡ଼ ଓ ଅଲିମ୍ପିକ୍ସ ପଦକ ବିଜୟିନୀ ବ୍ୟାଡମିଣ୍ଟନ୍ ତାରକା ସାଇନା ନେହୱାଲ। କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଉଭୟଙ୍କୁ କ୍ରୀଡ଼ାବିତ୍ ପ୍ରତିନିଧି ଭାବେ ମନୋନୀତ କରାଯାଇଛି।
ISRO: ଏନ୍ଭିଏସ୍-୦୩ ଉତ୍କ୍ଷେପଣ; ୩ଟି ପାଇରୋ ଭାଲ୍ଭ ଖୋଲା ରଖିଥିଲା ଇସ୍ରୋ
ଆୟୋଜନ କମିଟିର ଅଧ୍ୟକ୍ଷ ଭାବେ ଗୁଜରାଟର ଉପମୁଖ୍ୟମନ୍ତ୍ରୀ ତଥା କ୍ରୀଡ଼ାମନ୍ତ୍ରୀ ହର୍ଷ ସାଂଘଭୀ ଦାୟିତ୍ୱ ନେବାର ସମ୍ଭାବନା ରହିଛି। ଏଥିରେ ଭାରତୀୟ ଅଲିମ୍ପିକ ସଂଘ (ଆଇଓଏ), ରାଜ୍ୟଗୋଷ୍ଠୀ କ୍ରୀଡ଼ା ଏବଂ ଘରୋଇ କ୍ଷେତ୍ରର ପ୍ରତିନିଧିମାନେ ମଧ୍ୟ ସାମିଲ ହେବେ। ଘରୋଇ କ୍ଷେତ୍ରରୁ ଜିନାଲ ମେହେଟା ଓ ଅନନ୍ୟା ବିର୍ଲାଙ୍କ ନାମ ସୁପାରିସ୍ କରାଯାଇଛି। ମେହେଟା ଗୁଜରାଟ ଟାଇଟନ୍ସର ଅଧ୍ୟକ୍ଷ ଥିବାବେଳେ ଅନନ୍ୟା ବିର୍ଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ମାଲିକାନା ମଣ୍ଡଳି ସହ ଜଡ଼ିତ।
Petrol export: ପେଟ୍ରୋଲ ରପ୍ତାନି ଶୁଳ୍କ ହଟିଲା, ଡିଜେଲ ଓ ବିମାନ ଇନ୍ଧନ ଉପରେ ଟିକସ ବୃଦ୍ଧି
୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ କାଂସ୍ୟ ପଦକ ଜିତିଥିବା ସାଇନା ଅବସର ପରେ ବିଜେପିରେ ଯୋଗ ଦେଇଛନ୍ତି। ସେହିପରି ଦ୍ରାବିଡ଼ ଭାରତୀୟ କ୍ରିକେଟ୍ ଦଳର ପ୍ରଶିକ୍ଷକ ଭାବେ ୨୦୨୪ରେ ଟ୍ବେଣ୍ଟି-୨୦ ବିଶ୍ୱକପ୍ ବିଜୟରେ ପ୍ରମୁଖ ଭୂମିକା ତୁଲାଇଥିଲେ। ପ୍ରସ୍ତାବିତ ଆୟୋଜନ କମିଟିରେ ମୋଟ ୧୨ରୁ ୧୫ ଜଣ ସଦସ୍ୟ ରହିବେ। ଏହା ଏକ ଅଣଲାଭକାରୀ କମ୍ପାନି ଭାବେ ଗଠନ ହେବ। ଅହମଦାବାଦ କ୍ରୀଡ଼ା ଆୟୋଜନ ପାଇଁ ପ୍ରାୟ ୩,୦୦୦ରୁ ୫,୦୦୦ କୋଟି ଟଙ୍କାର ପରିଚାଳନା ଖର୍ଚ୍ଚ ଆକଳନ କରାଯାଇଛି। ଏଥିପାଇଁ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ୨,୦୦୦ କୋଟି ଟଙ୍କାର ଅନୁଦାନ ଦେବାକୁ ପ୍ରତିଶ୍ରୁତି ଦେଇଛି। ଅର୍ଥାଭାବ ଯୋଗୁଁ ଚଳିତବର୍ଷର ରାଜ୍ୟଗୋଷ୍ଠୀ କ୍ରୀଡ଼ାକୁ ମାତ୍ର ୧୦ଟି ଖେଳରେ ସୀମିତ ରଖାଯାଇଥିଲା। କିନ୍ତୁ ୨୦୩୦ ଅହମଦାବାଦ ସଂସ୍କରଣରେ ୧୫ରୁ ୧୭ଟି ଖେଳକୁ ସାମିଲ କରିବାକୁ ଭାରତ ଯୋଜନା କରୁଛି। ହକି, କୁସ୍ତି ଓ କ୍ରିକେଟ୍ ଭଳି ଲୋକପ୍ରିୟ ଖେଳଗୁଡ଼ିକୁ ମଧ୍ୟ ଏଥିରେ ସ୍ଥାନ ଦିଆଯିବାର ସମ୍ଭାବନା ରହିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
