Record: ମେକ୍ସିକୋ ଗ୍ରାଁ ପ୍ରି: ହାମିଲଟନ୍‌ଙ୍କ ରେକର୍ଡ ୧୦୫ତମ ପୋଲ୍‌

Nov 01, 2026 - 12:07
Record: ମେକ୍ସିକୋ ଗ୍ରାଁ ପ୍ରି: ହାମିଲଟନ୍‌ଙ୍କ ରେକର୍ଡ ୧୦୫ତମ ପୋଲ୍‌

ମେକ୍ସିକୋ ସିଟି: ବ୍ରିଟିସ୍‌ ଚାଳକ ଲୁଇସ ହାମିଲଟନ୍‌ ଫର୍ମୁଲା-୧ରେ ନିଜର ଦବ୍‌ଦବା ଜାରି ରଖିଛନ୍ତି।

ମେକ୍ସିକୋ ସିଟି ଗ୍ରାଁ ପ୍ରି ଯୋଗ୍ୟତା ପର୍ଯ୍ୟାୟରେ ସେ ପୋଲ୍‌ ପୋଜିସନ୍‌ ହାସଲ କରି ନୂଆ ରେକର୍ଡ କରିଛନ୍ତି।

ଚଳିତ ଋତୁରେ ଏହି ଫେରାରି ଚାଳକଙ୍କ ପ୍ରଥମ ଏବଂ ମୋଟ ଉପରେ ୧୦୫ତମ ପୋଲ୍‌ ପୋଜିସନ୍‌।

୪୧ ବର୍ଷ ବୟସରେ ହାମିଲଟନ୍‌ ଏହି ସଫଳତା ହାସଲ କରି ଫର୍ମୁଲୱାନ-୧ ଇତିହାସରେ ପୋଲ୍‌ ଜିତିଥିବା ପଞ୍ଚମ ବୟୋଜ୍ୟେଷ୍ଠ ଚାଳକ ହୋଇଛନ୍ତି।

Advertisment ୧୯୮୨ରେ ୪୨ ବର୍ଷ ବୟସରେ ମାରିଓ ଆଣ୍ଡ୍ରେଟିଙ୍କ ପରେ ସେ ସବୁଠାରୁ ବୟସ୍କ ଚାଳକ ହେବାର ଗୌରବ ପାଇଛନ୍ତି।

ଏହି ବୟୋଜ୍ୟେଷ୍ଠ ପୋଲ୍‌ ରେକର୍ଡ ନିନୋ ଫାରିନା (୪୭ ବର୍ଷ ୨ ମାସ)ଙ୍କ ନାମରେ ଏବେ ବି ଅତୁଟ ରହିଛି।

ଶୁକ୍ରବାର ଅଭ୍ୟାସରେ ନୈରାଶ୍ୟଜନକ ପ୍ରଦର୍ଶନ ପରେ ୭ ଥର ବିଶ୍ବବିଜେତା ହାମିଲଟନ୍‌ ଶନିବାର ଜୋରଦାର ପ୍ରତ୍ୟାବର୍ତ୍ତନ କରିଥିଲେ।

ମୋ ପାଖରେ କହିବାକୁ ଶବ୍ଦ ନାହିଁ: ହାମିଲଟନ୍‌ ମର୍ସିଡିଜ୍‌ର ଜର୍ଜ ରସେଲ ଓ ନିଜ ଦଳୀୟ ସାଥୀ ଚାର୍ଲସ ଲେକ୍‌ଲାର୍କଙ୍କୁ ପଛରେ ପକାଇ ସେ ପୋଲ୍‌ ପୋଜିସନ୍‌ରେ ରହିଥିଲେ।

ପୋଲ୍‌ ପୋଜିସନ୍‌ ପାଇବା ପରେ ହାମିଲଟନ୍‌ କହିଛନ୍ତି, “ମୁଁ ବହୁତ ଖୁସି।

ଏହା ଭଲ ଅନୁଭବ।

ମୋ ପାଖରେ କହିବାକୁ ଶବ୍ଦ ନାହିଁ।

ସପ୍ତାହାନ୍ତରେ କାର୍‌ର ସେଟ୍‌ଅପ୍‌ ନେଇ ଆମେ ଭଲ କାମ କରିଛୁ।

ମେକ୍ସିକୋରେ ଫେରାରି ପାଇଁ ମୋର ପ୍ରଥମ ପୋଲ୍‌ ପାଇବା ନିଶ୍ଚିତ ବଡ଼ ଖୁସିର କଥା”।

Cricket: ଅକ୍‌ଲାଣ୍ଡରେ କୋହଲି-ରୋହିତଙ୍କ ଜୋରଦାର ଅଭ୍ୟାସ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)