Cricket: ଅକ୍‌ଲାଣ୍ଡରେ କୋହଲି-ରୋହିତଙ୍କ ଜୋରଦାର ଅଭ୍ୟାସ

Nov 01, 2026 - 11:51
Cricket: ଅକ୍‌ଲାଣ୍ଡରେ କୋହଲି-ରୋହିତଙ୍କ ଜୋରଦାର ଅଭ୍ୟାସ

ଅକ୍‌ଲାଣ୍ଡ: ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ଶୃଙ୍ଖଳା ପୂର୍ବରୁ ଅକ୍‌ଲାଣ୍ଡର ଇଡେନ୍‌ ପାର୍କରେ ଭାରତର ଦୁଇ ଅଭଜ୍ଞ ବ୍ୟାଟର୍‌ ବିରାଟ କୋହଲି ଓ ରୋହିତ ଶର୍ମା ଜୋରଦାର ଅଭ୍ୟାସ କରିଛନ୍ତି।

ଦ୍ୱିତୀୟ ନେଟ୍ସ ଅଧିବେଶନରେ ଉଭୟ ଅନେକ ସମୟ ବ୍ୟାଟିଂ କରିଥି‌ଲେ।

କୋହଲି ପ୍ରଥମେ ଥ୍ରୋଡାଉନ୍‌ରେ ଖେଳିବା ପରେ ଦ୍ରୁତ ବୋଲର ଆକ୍ବିବ ନବି, ଗୁରନୂର ବ୍ରାର ଓ ଅଂଶୁଲ କମ୍ବୋଜଙ୍କ ବୋଲିଂର ସାମ୍ନା କରିଥିଲେ।

Advertisment କୋହଲିଙ୍କୁ କମ୍ବୋଜ ଓ ନବି ଉଭୟ ପଟୁ ସୁଇଂ ବୋଲିଂ କରୁଥିଲା ବେଳେ ବ୍ରାର୍‌ ଲେନ୍ଥରେ ବୋଲିଂ କରିଥିଲେ।

କୋହଲି କଭର୍‌ ଡ୍ରାଇଭ୍‌ ଖେଳି ନିଜ ଆତ୍ମବିଶ୍ବାସ ବଢ଼ାଉଥିଲେ।

କିଛି ଡ୍ରାଇଭ୍‌ ମିସ୍‌‌ ହେବା ସତ୍ତ୍ବେ କୋହଲି ଆକ୍ରମଣାତ୍ମକ ମନୋଭାବ ଛାଡ଼ି ନ ଥିଲେ।

ମିଡ୍‌ୱିକେଟ୍‌ରେ ଫ୍ଲିକ୍‌ ଖେଳିବାକୁ ମଧ୍ୟ ସେ ଚେଷ୍ଟା କରିଥିଲେ।

ତେବେ ରୋହିତ ଅଫ୍‌ଷ୍ଟମ୍ପ୍‌ ବାହର ବଲ୍‌କୁ ଛାଡ଼ି ଦେଉଥିଲେ।

ପ୍ୟାଡ୍‌ରେ ଆସୁଥିବା ବଲ୍‌କୁ ସହଜରେ ଖେଳିଥିଲେ।

ଦିନିକିଆ ଶୃଙ୍ଖଳା ବୁଧବାରଠୁ ଆରମ୍ଭ ହେଲେ ନବିଙ୍କ ଇନ୍‌ସୁଇଂ ବଲ୍‌କୁ ଉଭୟ ଖେଳିବାରେ ଅସୁବିଧାରେ ପଡ଼ିଥିଲେ।

ପ୍ରଥମ ୩ ଦିନିକିଆ ଲାଗି ଦଳରେ ଥିବା ୨୯ ବର୍ଷୀୟ ନବି ନେଟ୍ସରେ ପୂରା ୧ ଘଣ୍ଟା ଭଲ ଲୟରେ ବୋଲିଂ କରିଥିଲେ।

ଏହି ଅଭ୍ୟାସ ଅଧିବେଶନ ଅଧିନାୟକ ଶୁବମନ ଗିଲ୍‌ ଅନୁପସ୍ଥିତ ଥିଲେ।

ସେ ଜିମ୍‌ରେ ସମୟ କାଟିଥିଲେ।

ହେଲେ କେ‌ଏଲ୍‌ ରାହୁଲ ଓ ଋତୁରାଜ ଗାଏକ୍ବାଡ ଅଭ୍ୟାସକୁ ଓହ୍ଲାଇଥିଲେ।

ଦଳର ବୋଲିଂ ପ୍ରଶିକ୍ଷକ ସାଇରାଜ ବାହୁତୁଲେ, ଫିଲ୍ଡିଂ ପ୍ରଶିକ୍ଷକ ଶୁଭଦୀପ ଘୋଷ, ଦୟାନନ୍ଦ ଗରାଣୀ ଓ ନୁୱାନ ସେନେଭିରତ୍ନେ ଉପସ୍ଥିତ ଥିଲେ।

୫ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ବୁଧବାରଠୁ ଆରମ୍ଭ ହେବ।

Azam Khan Arrested: ଜେଲ୍‌ରୁ ମୁକୁଳିବା ମାତ୍ରେ ସମାଜବାଦୀ ପାର୍ଟି ନେତା ଆଜମ ଖାନ୍‌ଙ୍କୁ ପୁଣି ବାନ୍ଧିଲା ଇଡି

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)