ଝାଡ଼ାବାନ୍ତି ନା ଭୁଲ୍ ଇଞ୍ଜେକ୍ସନ୍?
ପୁରୀ : ପୁରୀ ଜିଲ୍ଲା କଣାସରେ ପୁଣି ଝାଡ଼ାବାନ୍ତି ଆତଙ୍କ। ଝାଡ଼ାବାନ୍ତିରେ ଗଲା ଆଉ ଜଣଙ୍କର ଜୀବନ। କଣାସ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମୃତ୍ୟୁ ହୋଇଛି। ସେପଟେ ଭୁଲ୍ ଇଞ୍ଜେକ୍ସନ ଦେଇ ମାରିଦେଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକ। କଣାସ ଥାନା କେଶରପୁର ଗ୍ରାମର କୀର୍ତ୍ତିମାନ ପଟ୍ଟନାୟକ ଅସୁସ୍ଥ ହେବା ପରେ ମେଡିକାଲରେ ଭର୍ତ୍ତି ହୋଇଥିଲେ। ମାତ୍ର ତାଙ୍କୁ ଇଞ୍ଜେକସନ ଦେବା ପରେ ତାଙ୍କର ମୃତ୍ୟୁ ଘଟିଥିଲା। ଏନେଇ ମେଡିକାଲରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ପରିବାର ଲୋକ କହିବା ପରେ ତାକୁ ଡାକ୍ତର ଅଧିକ ଚିକିତ୍ସାପାଇଁ ବାହାରକୁ ରେଫର କରିଥିଲେ । ହେଲେ ଆମ୍ବୁଲାନ୍ସ ବି ଆସିବା ବିଳମ୍ବ ହେଇଥିଲା । ଏହାକୁ ନେଇ ସେଠାରେ ଉତ୍ତେଜନା ସୃଷ୍ଟି ହୋଇଛି…।
ସେପଟେ ଡାକ୍ତରଙ୍କ ବିରୁଦ୍ଧରେ ଥାନାରେ ଅଭିଯୋଗ କଲେ ପରିବାର । ଶବ ବ୍ୟବଚ୍ଛେଦ ପାଇଁ ପୁରୀ ପଠାଇଛି ପୋଲିସ । ଘଟଣା ସ୍ଥଳରେ ପୂର୍ବତନ ବିଧାୟକ ଉମାକାନ୍ତ ସାମନ୍ତରାୟ ପହଞ୍ଚି ପରିବାରକୁ କ୍ଷତିପୂରଣକୁ ଦେବାକୁ ଦାବି କରିବା ସହ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଛନ୍ତି ।ଏହା ସହ ମେଡିକାଲରେ ଡାକ୍ତର ମରୁଡ଼ି ନେଇ ସରକାରଙ୍କ ଉପରେ ବର୍ଷିଛନ୍ତି। ପରିସ୍ଥିତି ଉତ୍ତେଜନା ପୂର୍ଣ୍ଣ ଥିବାରୁ ମେଡିକାଲ ଭିତରେ ପୋଲିସ ମୁତୟନ ରହିଛନ୍ତି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
