Man Pays ₹18 Lakh Fine Over Chewing Tobacco: ମାତ୍ର ୫ ଟଙ୍କାର ଖଇନି ପାଇଁ ୧୮ ଦିନ ଜେଲ୍, ୧୮ ଲକ୍ଷ ଟଙ୍କା ଦେଇ ମୁକୁଳିଲେ ଯୁବକ

Nov 24, 2026 - 14:07
Man Pays ₹18 Lakh Fine Over Chewing Tobacco: ମାତ୍ର ୫ ଟଙ୍କାର ଖଇନି ପାଇଁ ୧୮ ଦିନ ଜେଲ୍, ୧୮ ଲକ୍ଷ ଟଙ୍କା ଦେଇ ମୁକୁଳିଲେ ଯୁବକ

ମାତ୍ର ୫ ଟଙ୍କାର ଖଇନି ପାଇଁ ଦେବାକୁ ପଡ଼ିଲା ୧୮ ଲକ୍ଷ ଟଙ୍କା!

ଏମିତି ଏକ ଅଜବ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ଉତ୍ତରପ୍ରଦେଶର ଜଣେ ୩୫ ବର୍ଷୀୟ ଯୁବକ ବାହାରିନ ବିମାନବନ୍ଦରରେ ଖଇନି ଓ ଚୂନ ରଖିଥିବାରୁ ଅଟକ ରହିଥିଲେ।

ଏଥିପାଇଁ ତାଙ୍କୁ ୧୮ ଦିନ ଧରି ହାଜତରେ ରହିବାକୁ ପଡ଼ିଥିଲା।

ଶେଷରେ ପରିବାର ଲୋକେ ପ୍ରାୟ ୧୮ ଲକ୍ଷ ଟଙ୍କା ଯୋଗାଡ଼ କରିବା ପରେ ସେ ମୁକ୍ତି ପାଇଛନ୍ତି।

Advertisment ଏହି ଯୁବକ ହେଉଛନ୍ତି ଉତ୍ତରପ୍ରଦେଶ ଆଜମଗଡ଼ ଜିଲ୍ଲା ଭବରୁପୁର ଗାଁର ସୌରଭ ରାୟ।

ସେ ସାଉଦି ଆରବର ଦାମ୍ମାମ୍‌ ନିକଟ ଅଲ୍‌-କତିଫ୍‌ରେ ଡ୍ରାଇଭର ଭାବେ କାମ କରନ୍ତି।

ଅକ୍ଟୋବର ୨୯ ତାରିଖରେ ସେ ମୁମ୍ବାଇରୁ ଟୁରିଷ୍ଟ ଭିସାରେ ବାହାରିନ ଯାଇଥିଲେ।

ହେଲେ ବିମାନବନ୍ଦରରେ କଷ୍ଟମ୍ସ ଅଧିକାରୀ ତାଙ୍କ ବ୍ୟାଗ୍‌ ଯାଞ୍ଚ କରିବା ସମୟରେ ଏକ ଛୋଟ ଡବାରେ ଖଇନି ଓ ଚୂନ ଦେଖିବାକୁ ପାଇଥିଲେ।

ଏହାପରେ ତାଙ୍କୁ ବାହାରିନ ପୁଲିସ ଓ କ୍ରିମିନାଲ ଇନଭେଷ୍ଟିଗେସନ୍ ଡାଇରେକ୍ଟୋରେଟ୍‌କୁ ହସ୍ତାନ୍ତର କରାଯାଇଥିଲା।

ତାଙ୍କ ବ୍ୟାଗ୍‌ ସହ ମୋବାଇଲ ଫୋନ୍‌ ମଧ୍ୟ ଜବତ ହୋଇଥିଲା।

ଖଇନି କାହିଁକି ଆଣିଥିଲେ ଏବଂ ଏହାକୁ ଦେଶ ଭିତରକୁ ଚୋରା ଚାଲାଣ କରିବା ଉଦ୍ଦେଶ୍ୟ ଥିଲା କି ନାହିଁ, ସେନେଇ ତାଙ୍କୁ ବାରମ୍ବାର ପଚରାଉଚରା କରାଯାଇଥିଲା।

Advertisment ସୌରଭଙ୍କ କହିବା ଅନୁସାରେ, ପ୍ରାୟ ୧୮ ଦିନ ଧରି ତାଙ୍କୁ ଏସି ରୁମ୍‌ରେ କମ୍ବଳ କିମ୍ବା ଗରମ ପୋଷାକ ବିନା ରଖାଯାଇଥିଲା।

ଏଥିରେ ତାଙ୍କ ସ୍ୱାସ୍ଥ୍ୟ ମଧ୍ୟ ବିଗିଡ଼ି ଯାଇଥିଲା।

ଶେଷରେ ଜରିମାନା ଦେବା କିମ୍ବା ଜେଲ୍‌ ଦଣ୍ଡ ଭୋଗିବାର ବିକଳ୍ପ ତାଙ୍କୁ ଦିଆଯାଇଥିଲା।

ନଭେମ୍ବର ୧୮ରେ କୋର୍ଟ ତାଙ୍କୁ ମୁକ୍ତ କରିଥିଲେ।

ପରିବାର ଲୋକେ ବାହାରିନରେ ଓକିଲଙ୍କ ସହ ଯୋଗାଯୋଗ କରି ଜରିମାନା ଓ ଆଇନଗତ ଖର୍ଚ୍ଚ ବାବଦକୁ ୭,୨୦୦ ବାହାରିନ ଦିନାର ଅର୍ଥାତ୍ ପ୍ରାୟ ୧୭.୮ ଲକ୍ଷ ଟଙ୍କା ଦେଇଥିଲେ।

ଅନ୍ୟପଟେ ସୌରଭଙ୍କ ବଡ଼ ଭାଇ ଋଷଭଙ୍କ କହିବା ଅନୁସାରେ, ବାହାରିନରେ ପହଞ୍ଚିବା ପରଠାରୁ ପରିବାର ସହ ତାଙ୍କର ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା।

ନଭେମ୍ବର ୧୨ରେ ପରିବାର ଆଜମଗଡ଼ ପ୍ରଶାସନର ସହାୟତା ଲୋଡ଼ିଥିଲା।

ଏପରିକି ଏସ୍‌ଏସ୍‌ପି ଅନିଲ କୁମାର ବୈଦେଶିକ ମନ୍ତ୍ରଣାଳୟକୁ ଚିଠି ଲେଖିଥିଲେ।

ସାଉଦି ଆରବରୁ ଫେରିବା ପରେ ସୌରଭ ଚେନ୍ନାଇ ଦେଇ ଦିଲ୍ଲୀରେ ପହଞ୍ଚିଥିଲେ।

ଏବେ ସେ ଘରକୁ ଫେରିଥିବା ବେଳେ ଟାଇଫଏଡ୍‌ ଓ ମ୍ୟାଲେରିଆରେ ପୀଡିତ ଅଛନ୍ତି ।

ତାଙ୍କର ଚିକିତ୍ସା କରାଯାଉଛି ।

୫ ଟଙ୍କାର ଖଇନି ପାଇଁ ଏତେ ବଡ଼ ମୂଲ୍ୟ ଦେବାକୁ ପଡ଼ିବ ବୋଲି ସେ କେବେ ଭାବିନଥିବେ!

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)