Lok Sabha Numbers Game: ୨୦ TMC ବିଦ୍ରୋହୀ ଓ ୨୨ DMK ସାଂସଦ, ବିଲ୍ ପାସ୍ ପାଇଁ ବଡ଼ ଗଣିତ

Nov 27, 2026 - 12:47
Lok Sabha Numbers Game: ୨୦ TMC ବିଦ୍ରୋହୀ ଓ ୨୨ DMK ସାଂସଦ, ବିଲ୍ ପାସ୍ ପାଇଁ ବଡ଼ ଗଣିତ

ସଂସଦରେ ପୁଣି ଆରମ୍ଭ ହେବାକୁ ଯାଉଛି ସଂଖ୍ୟା ଗଣିତର ବଡ଼ ଲଢ଼େଇ।

ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ଲାଗୁ କରିବା ସହ ଲୋକସଭା ଆସନ ସଂଖ୍ୟା ବୃଦ୍ଧି ପାଇଁ କେନ୍ଦ୍ର ସରକାର ପୁଣି ଥରେ ପ୍ରସ୍ତୁତି ଚଳାଇଛନ୍ତି।

ଏଥିପାଇଁ ସମ୍ବିଧାନର ୧୩୧ତମ ସଂଶୋଧନ ବିଲ୍ ଏବଂ ସୀମା ନିର୍ଦ୍ଧାରଣ ବିଲ୍‌ରେ ପରିବର୍ତ୍ତନ ଆଣିବାକୁ ଯୋଜନା ହେଉଛି।

ଆଜି କେନ୍ଦ୍ର କ୍ୟାବିନେଟ୍‌ରେ ଏହାକୁ ଅନୁମୋଦନ ମିଳିବାର ସମ୍ଭାବନା ରହିଛି।

Advertisment ପ୍ରସ୍ତାବିତ ପରିବର୍ତ୍ତନ ଅନୁସାରେ ଲୋକସଭାର ମୋଟ ଆସନ ସଂଖ୍ୟା ୫୫୦ରୁ ବୃଦ୍ଧି ପାଇ ୮୫୦ ହୋଇପାରେ।

ଏଥିରୁ ୮୧୫ଟି ଆସନ ରାଜ୍ୟଗୁଡ଼ିକ ପାଇଁ ଏବଂ ୩୫ଟି ଆସନ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ରହିବାର ପ୍ରସ୍ତାବ ରହିଛି।

ନୂଆ ଜନଗଣନା ଆଧାରରେ ସୀମା ନିର୍ଦ୍ଧାରଣ କରିବାକୁ କୁହାଯାଇଥିବା ବେଳେ ୨୦୧୧ ଜନଗଣନାକୁ ଆଧାର କରାଯାଇପାରେ।

ଦକ୍ଷିଣ ଭାରତର ଚିନ୍ତା ଦୂର କରିବାକୁ ୫୦% ଫର୍ମୁଲା ଏହି ବିଲ୍‌କୁ ନେଇ ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକର ମୁଖ୍ୟ ଆପତ୍ତି ରହିଛି।

ଜନସଂଖ୍ୟା ଆଧାରରେ ଆସନ ବଣ୍ଟନ ହେଲେ ଜନସଂଖ୍ୟା ବୃଦ୍ଧି ଧୀର ଥିବା ଦକ୍ଷିଣ ରାଜ୍ୟଗୁଡ଼ିକର ସଂସଦୀୟ ପ୍ରତିନିଧିତ୍ୱ କମିଯିବା ଆଶଙ୍କା ରହିଛି।

Advertisment ଏହାର ସମାଧାନ ପାଇଁ ପ୍ରତ୍ୟେକ ରାଜ୍ୟର ଲୋକସଭା ଆସନ ୫୦ ପ୍ରତିଶତ ବୃଦ୍ଧି କରିବାର ଫର୍ମୁଲା ବିଚାର କରାଯାଉଛି।

୧୯୭୧ ଜନଗଣନା ଅନୁସାରେ ରାଜ୍ୟଗୁଡ଼ିକ ମଧ୍ୟରେ ଆସନ ଅନୁପାତ ବଜାୟ ରଖିବାକୁ ମଧ୍ୟ ଆଲୋଚନା ଚାଲିଛି।

ତେବେ ଏ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ହୋଇନାହିଁ।

୨୦ TMC ବିଦ୍ରୋହୀ ଓ ୨୨ DMK ସାଂସଦଙ୍କ ଉପରେ ନଜର ଗତ ଏପ୍ରିଲ ୧୭ରେ ସମ୍ବିଧାନ ସଂଶୋଧନ ବିଲ୍‌କୁ ମାତ୍ର ୨୯୮ଟି ଭୋଟ୍ ମିଳିଥିଲା।

ପାସ୍ ହେବା ପାଇଁ ୩୫୨ଟି ଭୋଟ୍ ଆବଶ୍ୟକ ଥିବାରୁ ବିଲ୍‌ଟି ୫୪ ଭୋଟ୍‌ରେ କାଟ୍ ଖାଇଥିଲା।

ଏଥର କିନ୍ତୁ ସଂସଦର ରାଜନୈତିକ ସମୀକରଣ ବଦଳିଛି।

ତୃଣମୂଳ କଂଗ୍ରେସର ୨୮ ସାଂସଦଙ୍କ ମଧ୍ୟରୁ ୨୦ ଜଣ ଅଲଗା ହୋଇ ଏନଡିଏ ସମର୍ଥକ ଦଳରେ ମିଶିଛନ୍ତି।

ଏହା ସହ ଶିବସେନା (UBT)ର ୬ ଜଣ ସାଂସଦ ଏକନାଥ ସିନ୍ଦେଙ୍କ ଶିବସେନାରେ ମିଶିଛନ୍ତି।

ଅକାଳୀ ଦଳ ମଧ୍ୟ ଏହି ବିଲ୍‌କୁ ସମର୍ଥନ ଘୋଷଣା କରିଛି।

ବର୍ତ୍ତମାନ ଲୋକସଭାରେ ଏନଡିଏର ପ୍ରାୟ ୩୨୦ ସାଂସଦ ଥିବା କୁହାଯାଉଛି।

ଏନସିପି (SP)ର ୮ ସାଂସଦ ସମର୍ଥନ କଲେ ସଂଖ୍ୟା ୩୨୮ରେ ପହଞ୍ଚିପାରେ।

ସେହିପରି ୨୨ ସାଂସଦ ଥିବା DMKର ସମର୍ଥନ ମିଳିଲେ ମଧ୍ୟ ମୋଟ ସଂଖ୍ୟା ପ୍ରାୟ ୩୫୦ ହେବ।

ଅର୍ଥାତ୍ ଆହୁରି ଭୋଟ୍‌ର ଆବଶ୍ୟକତା ରହିବ।

ବିରୋଧୀଙ୍କ ଅନୁପସ୍ଥିତି ହୋଇପାରେ ଗେମ୍‌ଚେଞ୍ଜର!

ଏହି ବିଲ୍ ପାସ୍ କରିବାକୁ ଉପସ୍ଥିତ ଓ ଭୋଟ୍ ଦେଉଥିବା ସଦସ୍ୟଙ୍କ ଦୁଇ-ତୃତୀୟାଂଶ ସମର୍ଥନ ଆବଶ୍ୟକ।

ତେଣୁ ବିରୋଧୀ ସାଂସଦଙ୍କ ଅନୁପସ୍ଥିତି ମଧ୍ୟ ସରକାରଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇପାରେ।

୩୦ ଜଣ ବିରୋଧୀ ସାଂସଦ ଅନୁପସ୍ଥିତ ରହିଲେ ଆବଶ୍ୟକ ଭୋଟ୍ ସଂଖ୍ୟା ୩୪୦କୁ ଖସିପାରେ।

ତେଣୁ ଏଥର ସଂସଦରେ ମହିଳା ସଂରକ୍ଷଣ ବିଲ୍‌ର ଭାଗ୍ୟ କେବଳ ସମର୍ଥନ ଉପରେ ନୁହେଁ, ବରଂ କିଏ ଉପସ୍ଥିତ ରହୁଛନ୍ତି ଏବଂ କିଏ ଅନୁପସ୍ଥିତ ରହୁଛନ୍ତି, ତାହା ଉପରେ ମଧ୍ୟ ନିର୍ଭର କରିବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)