One Month After Cyclone Arnab: ବାତ୍ୟା ଅର୍ଣ୍ଣବ ଛଡ଼ାଇନେଲା ସବୁକିଛି, ଏବେ ବି ଅଣ୍ଟା ସଳଖି ପାରୁନାହାନ୍ତି ବିପନ୍ନ
ମାଟିରେ ଲୋଟୁଛି ସ୍ବପ୍ନର ସିନ୍ଧୂକ।
ଜୀବନର ସବୁ ପୁଞ୍ଜି ଲାଗିଥିବା ଏ ଘର ଏବେ ଅଧା ଭଙ୍ଗା ଅବସ୍ଥାରେ।
କାନ୍ଥ ଝୁଲୁଛି, ଛାତ ଖସିଛି, ଆଉ ନିଜ ଭାଗ୍ୟର ସିଡ଼ି ବି ଯେମିତି ବେସାହାରା ହୋଇ ପଡ଼ିଛି।
ଏଠି ମୂଳଦୁଆ ମାଟିରେ ମିଶିଛି।
ଚାହିଁଛି ତ ଏଇ ଅଧା ଭଙ୍ଗା ଘରେ ଅଧା ଭଙ୍ଗା ଜୀବନ।
ମହାପ୍ରଳୟ ଅର୍ଣ୍ଣବ ବାତ୍ୟା ଆଉ ତା ପ୍ରଭାବରେ ବନ୍ୟାକୁ ମାସେ ପୁରୁଛି।
ଗଲା ୩୦ ଦିନ ଧରି ଜୀବନ ସହ ନିଜ ସହ ସଂଘର୍ଷ କରୁଛନ୍ତି ଗଞ୍ଜାମ ଜିଲ୍ଲାବାସୀ।
ୟେ ସେଇ ଅଭିଶପ୍ତ ଋଷିକୂଲ୍ୟା ନଦୀ କୂଳରେ ଥିବା ଗାଁ ଆସିକାର ନବରତ୍ନପୁର।
ଯୁଆଡ଼େ ଚାହିଁବେ, ଯାହାକୁ ଦେଖିବେ କଷ୍ଟ ଆଉ ବେଦନାର କାହାଣୀ। (ପିଟୁସି-ମନୋଜ ମୁନି) ଛାତି ଫାଟି ଯାଉଛି କହିଲା ବେଳେ, ଘର ଆଡ଼େ ଆଖି ଉଠାଇ ଚାହିଁ ହେଉନି।
ଏଇ ଘର ଖଣ୍ଡିଏ ପାଇଁ କେତେ କଷ୍ଟ କରିଥିଲା ମଣିଷ ହେଲେ ଆଜି ୟାକୁ ଏମିତି କ୍ଷିନଭିନ୍ ଅବସ୍ଥାରେ ଚାହିଁଲା ବେଳେ କୋହ ଯାକି ଦେଉଛି ଦୁଇ ଆଖିକୁ।
ତଥାପି ଯିବେ କୁଆଡ଼େ?
ବାଟ କ'ଣ?
ମାସକ ପରେ ବି ଏମିତି ବିପଦ ସଙ୍କୁଳ ଅବସ୍ଥାରେ ଏଇ ଘର ଭିତରେ ରହିବା କଥା।
ଏଠି ୧୦ ଫୁଟରୁ ଅଧିକ ବଡ଼ ଗାତ ଥିଲା, ସେ ସବୁକୁ ପୋତିବାକୁ ଲାଗିଛନ୍ତି ଏମାନେ।
Advertisment ବାତ୍ୟା ଯିବାକୁ ମାସେ ପୁରିଛି।
ଆଖି ଯେଉଁ ଆଡ଼େ ବୁଲାଇବେ, ଯୁଆଡ଼େ ଯିବେ ସିଆଡ଼େ ଖାଲି ଧ୍ବଂସ ବିଧ୍ବଂସର ଚିତ୍କାର।
ଆସିକା ହେଉ କି ସୋରଡ଼ା ସବୁଠି ମାସେ ପରେ ପ୍ରାୟ ସମାନ ଅବସ୍ଥା।
ଗଞ୍ଜାମ ସୋରଡ଼ା ବ୍ଲକର ତତାବାଲି ଗାଁ।
ଏଠି ବିପନ୍ନଙ୍କ ଦୁର୍ଦ୍ଦଶା ଏବେ ବି କମିନି।
ଭଙ୍ଗା ଘରେ ରହୁଛନ୍ତି, ସେଇଠି ରୋଷେଇ କରି ଖାଉଛନ୍ତି।
ବନ୍ୟା ପାଣି ସବୁ କିଛି ଘରୁ ଭସାଇ ନେଇଛି।
ସେ ଦିନକୁ ମାସେ ପୁରିଲା ପରେ ବି ଗାଁର ପ୍ରାୟ ସବୁ ଘରେ ଏମିତି ଅବସ୍ଥା।
ବାତ୍ୟା ଖାଲି ଲୋକଙ୍କ ଘର, ଚାଷ ଜମି ଉଜାଡ଼ିନି।
ଲୋକଙ୍କ ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗି ଦେଇଛି।
ୟେ ଗଞ୍ଜାମ ବ୍ଲକ ପରପଲ୍ଲୀ ଗାଁର ନାରାୟଣ ବେହେରାଙ୍କ କୁକୁଡ଼ା ଫାର୍ମ।
ମାସେ ତଳେ ଏଠି ବି ଥିଲା ହସ ଖୁସିରେ ବ୍ୟବସାୟ।
୨୦ ହଜାରରୁ ଅଧିକ କୁକୁଡ଼ା ବନ୍ୟା ପାଣିରେ ଭାସି ଯାଇଛନ୍ତି।
ଲକ୍ଷ ଲକ୍ଷ ଟଙ୍କା ଋଣ କରି ଏମାନେ ଫାର୍ମ କରିଥିଲେ।
କିନ୍ତୁ ବନ୍ୟା ସବୁ କିଛି ଉଜାଡ଼ି ଦେବା ପରେ ମାସେ ପରେ ବି ସ୍ଥିତିକୁ ସୁଧାରି ନପାରି ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି ଚାଷୀ।
Advertisment ବାତ୍ୟା ଅର୍ଣ୍ଣବ ଆଉ ତା ପରେ ବାତ୍ୟା ଅକୱାନ୍।
ଚାଷୀଠୁ ବ୍ୟବସାୟୀ ସମସ୍ତଙ୍କୁ ବେସାହାରା ଦିଗହରା କରିଛି।
ଏଭଳି ପରିସ୍ଥିତିରେ ଲୋକଙ୍କ ପାଖରେ ପ୍ରଶାସନ ଓ ସରକାର ଛିଡ଼ା ହୋଇଥିବା କହିଛନ୍ତି ଗଞ୍ଜାମ ଜିଲ୍ଲାପାଳ ଭି କିର୍ତ୍ତୀ ଭାସନ୍।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
