DMK Workers Dead: ବ୍ୟାନର ଲଗାଇବା ବେଳେ ବିଦ୍ୟୁତ୍ ଆଘାତରେ ଦୁଇ ଡିଏମକେ କର୍ମୀ ମୃତ, ଜଣେ ଗୁରୁତର

Nov 27, 2026 - 12:52
DMK Workers Dead: ବ୍ୟାନର ଲଗାଇବା ବେଳେ ବିଦ୍ୟୁତ୍ ଆଘାତରେ ଦୁଇ ଡିଏମକେ କର୍ମୀ ମୃତ, ଜଣେ ଗୁରୁତର

ଚେନ୍ନାଇ: ତାମିଲନାଡୁର ତିରୁଭଲ୍ଲୁର ଜିଲ୍ଲା ଅନ୍ତର୍ଗତ ଭେଙ୍ଗାଲ ନିକଟସ୍ଥ ବାନିଆଚଥିରମଠାରେ ଶୁକ୍ରବାର ସକାଳେ ଏକ ଅଘଟଣ ଘଟିଯାଇଛି।

ବିରୋଧୀ ଦଳ ନେତା ଉଦୟନିଧି ଷ୍ଟାଲିନଙ୍କ ଜନ୍ମଦିନ ଅବସରରେ ରାସ୍ତାକଡ଼ରେ ବ୍ୟାନର ଲଗାଉଥିବା ସମୟରେ ବିଦ୍ୟୁତ୍ ଆଘାତରେ ଦୁଇଜଣ ଡିଏମକେ କର୍ମୀଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି।

Advertisment ଭେଙ୍ଗାଲ ପୁଲିସ ସୂଚନା ଅନୁଯାୟୀ, ମୃତକ ଦ୍ୱୟ ହେଲେ ବାନିଆଚଥିରମ ଅନ୍ନା ନଗରର ଭି.

ବୀରେନ୍ଦର (୨୨) ଏବଂ କରଣୀ ଗ୍ରାମର ଏମ.

ଭେଲାନ (୩୦)।

ସେହିପରି ଗୁରୁତର ଆହତ ହୋଇଥିବା ୨୨ ବର୍ଷୀୟ ଆଲବର୍ଟଙ୍କୁ ତିରୁଭଲ୍ଲୁର ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି।

ଉଦୟନିଧି ଷ୍ଟାଲିନଙ୍କ ଜନ୍ମଦିନ ଉପଲକ୍ଷେ ଏକ ଘରୋଇ ହଲରେ ଆୟୋଜିତ ଜନମଙ୍ଗଳ ସହାୟତା ବଣ୍ଟନ କାର୍ଯ୍ୟକ୍ରମରେ ଯୋଗଦେବା ପରେ ଏହି ତିନିଜଣ କର୍ମୀ ବାନିଆଚଥିରମ ନିକଟସ୍ଥ ରାସ୍ତାକଡ଼ରେ ବ୍ୟାନର ବାନ୍ଧୁଥିଲେ।

ତିନିଜଣଯାକ ବିଦ୍ୟୁତ୍ ଆଘାତର ଶିକାର ଏହି ସମୟରେ ନିକଟରେ ଥିବା ଏକ ବିଦ୍ୟୁତ୍ ଖୁଣ୍ଟର ତାର ସଂସ୍ପର୍ଶରେ ଆସିଯିବାରୁ ତିନିଜଣଯାକ ବିଦ୍ୟୁତ୍ ଆଘାତର ଶିକାର ହୋଇଥିଲେ।

ମୃତକମାନେ ଡିଏମକେର ସକ୍ରିୟ ସଦସ୍ୟ ହେବା ସହ ସ୍ଥାନୀୟ ଦଳୀୟ ପଦାଧିକାରୀଙ୍କ ସମ୍ପର୍କୀୟ ଥିବା ଜଣାପଡ଼ିଛି।

ପୁଲିସ ମୃତଦେହଗୁଡ଼ିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ତିରୁଭଲ୍ଲୁର ସରକାରୀ ଡାକ୍ତରଖାନାରେ ରଖିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

Harassment: ମହିଳା ଅଧିକାରୀଙ୍କୁ ଉତ୍ପୀଡ଼ନ ଅଭିଯୋଗରେ ଫସିଲେ ଡିଏମ୍‌କେ ବିଧାୟକ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)