5T School Project Faces Corruption Allegations: ବିଜେଡି ଅମଳର 5T ସ୍କୁଲ ଦୁର୍ନୀତି ଖୋଲିବ କି? ତଦନ୍ତ ନେଇ ମନ୍ତ୍ରୀଙ୍କ ବଡ଼ ସଙ୍କେତ

Nov 27, 2026 - 21:37
5T School Project Faces Corruption Allegations: ବିଜେଡି ଅମଳର 5T ସ୍କୁଲ ଦୁର୍ନୀତି ଖୋଲିବ କି? ତଦନ୍ତ ନେଇ ମନ୍ତ୍ରୀଙ୍କ ବଡ଼ ସଙ୍କେତ

ସରକାରୀ ସ୍କୁଲର ଚିତ୍ର ବଦଳାଇବା ଉଦ୍ଦେଶ୍ୟରେ ପୂର୍ବ ବିଜେଡି ସରକାର ଅମଳରେ ଆରମ୍ଭ ହୋଇଥିଲା 5T ରୂପାନ୍ତରଣ ଯୋଜନା।

CSR, ଓମ୍ବାଡ୍ ସି ଓ ମନରେଗା ପାଣ୍ଠିରୁ ଅର୍ଥ ଖର୍ଚ୍ଚ କରି ସ୍କୁଲର ରୂପାନ୍ତରଣ କରାଯାଇଥିଲା।

ମୋଟ ପ୍ରକଳ୍ପ ବ୍ୟୟ ଥିଲା ୩୮୭ କୋଟି ୯୦ ଲକ୍ଷ ଟଙ୍କା।

ହେଲେ ଏହି ଟଙ୍କାର ସଠିକ୍ ବିନିଯୋଗ ହୋଇଛି ତ?

ନିର୍ମାଣ କାମର ମାନ କେତେ ଠିକ୍ ଥିଲା?

କେଉଁଠି କେତେ ଟଙ୍କା ଖର୍ଚ୍ଚ ହେଲା, ତାର ହିସାବ କାହା ପାଖରେ ଅଛି?

ଏଭଳି ପ୍ରଶ୍ନ ଉଠାଇ ଗତ ବିଜେଡି ସରକାର ଅମଳରେ 5T ସ୍କୁଲ ନିର୍ମାଣରେ ଅର୍ଥ ହେରଫେର ହୋଇଥିବା ଅଭିଯୋଗ ଆଣିଛନ୍ତି ବିଜେପି ବିଧାୟକ ଇରାଶିଷ ଆଚାର୍ଯ୍ୟ।

ଏଥିସହିତ ଏହାର ତଦନ୍ତ ଦାବି କରିଛନ୍ତି ସେ।

ଜବାବରେ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି, ପ୍ରଶ୍ନକାଳରେ ଡ୍ରପ୍ ଆଉଟ୍ ପ୍ରସଙ୍ଗରେ ଆଲୋଚନା ହେଉଥିବା ବେଳେ ଏଥିରେ 5T ପ୍ରସଙ୍ଗକୁ ଯୋଡ଼ିବାର ଯଥାର୍ଥତା ନାହିଁ।

Advertisment ଯୋଜନାରେ କାଗଜପତ୍ରରେ ଖର୍ଚ୍ଚ ହୋଇଥିଲା ଲକ୍ଷ ଲକ୍ଷ ଟଙ୍କା।

ଯାହାକୁ ପ୍ରମାଣିତ କରୁଛି ସ୍କୁଲଗୁଡ଼ିକର ବାସ୍ତବ ଚିତ୍ର।

ଇଏ ବାଲେଶ୍ୱର ଜଳେଶ୍ୱର ବ୍ଲକ୍ ର ନମ୍ପୋ ସରକାରୀ ହାଇସ୍କୁଲ।

5T ଯୋଜନା ସମେତ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ୩୭ ଲକ୍ଷରୁ ଅଧିକ ଅର୍ଥ ହେରଫେର ହୋଇଥିବା ଅଭିଯୋଗ ଆଣିଛନ୍ତି ସମାଜସେବୀ ଜଗଦୀଶ ପ୍ରଧାନ।

ତାଙ୍କ ଅଭିଯୋଗ ଅନୁସାରେ, ସ୍କୁଲରେ ଶୌଚାଳୟ ଓ ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ ନକରି ଅର୍ଥ ହଡ଼ପ କରାଯାଇଛି।

ସମାନ ଅଭିଯୋଗ ଆସିଛି ନବରଙ୍ଗପୁର ଜିଲ୍ଲାରୁ।

ଉମରକୋଟ ବ୍ଲକ୍ ର ସଂଗ୍ରାମୀ ବଳି ପୂଜାରୀ ହାଇସ୍କୁଲକୁ 5T ଯୋଜନାରେ ୬୦ ଲକ୍ଷ ଟଙ୍କାର ଅନୁଦାନ ଆସିଥିଲା।

ହେଲେ ସେଥିରୁ ୫୫ ଲକ୍ଷ ଟଙ୍କା ହିଁ ବିଡିଓଙ୍କ ଆକାଉଣ୍ଟକୁ ଯାଇଥିବା ଅଭିଯୋଗ ହୋଇଛି।

ଏତେ ଟଙ୍କା ଖର୍ଚ୍ଚ ହେବା ପରେ ବି ସ୍କୁଲରେ ନାହିଁ ଆବଶ୍ୟକ ଭିତ୍ତିଭୂମି।

5T ସ୍କୁଲ ନିର୍ମାଣ କାର୍ଯ୍ୟରେ ଅନିୟମିତତା ହୋଇଥିଲେ ତାର ତଦନ୍ତ କରାଯିବ।

ଆବଶ୍ୟକ ପଡ଼ିଲେ ଦୋଷୀଙ୍କ ବିରୋଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ।

ଏଥିସହ ବିଜେପି ସରକାର ଶିକ୍ଷାର ବିକାଶ ପାଇଁ ନୂଆ ପଦକ୍ଷେପ ନେଉଥିବା କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ।

Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)