LEDLight: ଏଲଇଡି ଲାଇଟ୍ ପ୍ରକଳ୍ପରେ ଦୁର୍ନୀତି ଅଭିଯୋଗ ନେଇ ଦ୍ଵିତୀୟ ଦିନରେ ପହଞ୍ଚିଲା ଭିଜିଲାନ୍ସ ତଦନ୍ତ
"ଯାଜପୁର: ଷ୍ଟ୍ରିଟ୍ ଏଲଇଡି ଲାଇଟ୍ ପ୍ରକଳ୍ପରେ ବଡ଼ ଦୁର୍ନୀତି ଅଭିଯୋଗ ଘଟଣାକୁ ନେଇ ଯାଜପୁର ଭିଜିଲାନ୍ସ ପକ୍ଷରୁ ୨ୟ ଦିନରେ ଯାଞ୍ଚ ଜାରି ରହିଛି l ଯାଜପୁର ଜିଲ୍ଲାର ୮ଟି ବ୍ଲକ ଅଂଚଳରେ ଭିଜିଲାନ୍ସ ବିଭାଗର ଯାଞ୍ଚ ସହ ଚଢ଼ାଉ ଜାରି ରହିଛି ।
ଜିଲ୍ଲାରେ ମୋଟ ୮ଟି ସ୍ୱତନ୍ତ୍ର ଟିମ ସାମିଲ ହୋଇ ଯାଜପୁର, ବିଞ୍ଝାରପୁର, ଦଶରଥପୁର, ବରୀ, କୋରେଇ, ଦାନଗଦୀ, ରସୁଲପୁର, ସୁକିନ୍ଦାର ୮ଟି ବ୍ଲକ୍ ଅଂଚଳ ଗସ୍ତ କରି ବିଭିନ୍ନ ଗାଁକୁ ଯାଇ ଷ୍ଟ୍ରିଟ୍ ଲାଇଟ୍ ଯାଞ୍ଚ କରୁଛନ୍ତି l ରାଜ୍ୟରେ ଷ୍ଟ୍ରିଟ୍ ଲାଇଟ୍ ପ୍ରକଳ୍ପରେ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି।Advertisment ୨୦୨୧ରୁ ୨୦୨୩ ମଧ୍ୟରେ ଯାଜପୁର ଜିଲ୍ଲାର ଗ୍ରାମ ପଞ୍ଚାୟତଗୁଡ଼ିକରେ ଷ୍ଟ୍ରିଟ୍ ଲାଇଟ୍ ସ୍ଥାପନ କାର୍ଯ୍ୟରେ ସରକାରୀ ଅର୍ଥ ହଡପ୍ ହୋଇଥିବା ଅଭିଯୋଗ ଆସିଛି।
ଆଜି ଏହି ଟିମ ପ୍ରଥମେ କୋରେଇ ବ୍ଲକର ପାଣିକୋଇଲି ପଂଚାୟତ କାର୍ଯ୍ୟାଳୟରେ ପହଂଚିଥିଲେ l ଏହାପରେ ମଣିପୁର ଗାଁରେ ପହଂଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି l"