AshTruck: ବିକ୍ଷୋଭ, ଧରପଗଡ଼ ସତ୍ତ୍ବେ ମାଫିଆଙ୍କର ପରବାଏ ନାହିଁ: ବେଆଇନ ଡମ୍ପିଂ କରୁଥିବା ୮ ପାଉଁଶ ଗାଡ଼ି ଜବତ

Jun 25, 2026 - 13:53
AshTruck: ବିକ୍ଷୋଭ, ଧରପଗଡ଼ ସତ୍ତ୍ବେ ମାଫିଆଙ୍କର ପରବାଏ ନାହିଁ: ବେଆଇନ ଡମ୍ପିଂ କରୁଥିବା ୮ ପାଉଁଶ ଗାଡ଼ି ଜବତ

"ସୁନ୍ଦରଗଡ଼: ସୁନ୍ଦରଗଡ଼ ଓ ଝାରସୁଗୁଡା ଜିଲ୍ଲାର ବିଭିନ୍ନ କଳକାରଖାନାରୁ ନିର୍ଗତ ବିଷାକ୍ତ କୋଇଲା ପାଉଁଶ ଗୁଣ୍ଡକୁ ବିଭିନ୍ନ ଟ୍ରାନ୍ସପୋର୍ଟର ସୁନ୍ଦରଗଡ଼ ଅଞ୍ଚଳର ବିଭିନ୍ନ ଚାଷ ଜମି, ନଦୀ ନାଳ, ରାସ୍ତା କଡରେ ପକାଇ ଚାଲି ଯାଉଛନ୍ତି।

ଏହା ବିରୋଧର ଧରପଗଡ଼ ଓ ବିକ୍ଷୋଭ ସତ୍ତ୍ବେ ମାଫିଆ ବେଫିକର ଅଛନ୍ତି।

ପୁଣି ପାଉଁଶ ଆଣି ଟାଙ୍ଗରପାଲି ବ୍ଲକ୍ ଗୁଲଠାରେ ପକାଇବାକୁ ଚେଷ୍ଟା କରୁଥିବାବେଳେ ୮ଟି ଟ୍ରକକୁ ଧରିଛି ଭଷ୍ମା ପୁଲିସ।

ଗତକାଲି ରାତିରେ ୧୨ଟି ପାଉଁଶ ବୋଝେଇ ଟ୍ରକ  ଗୁଲଠାଠାରେ ବେଆଇନ ଭାବେ କୋଇଲା ପାଉଁଶ ଗୁଣ୍ଡ ପକାଉଥିଲାବେଳେ ଗ୍ରାମବାସୀ ରୁଣ୍ଡ ହୋଇ ବିରୋଧ କରିଥିଲେ।Advertisment ଆହୁରି ପଢନ୍ତୁ: Security Guard Killed: ଟ୍ରେଲର୍‌ ଧକ୍କାରେ ସୁରକ୍ଷାକର୍ମୀ ମୃତ୍ୟୁ ଘଟଣା: ହଟୁନି ରାସ୍ତାରୋକ, କୋଇଲା ପରିବହନ ଠପ୍ ଘଟଣାସ୍ଥଳରେ ଦୁଇଟି ଗାଡ଼ିକୁ ଗାଁ ଲୋକେ ଅଟକ ରଖିଥିବାବେଳେ ଅନ୍ଧାରର ସୁଯୋଗ ନେଇ ଅନ୍ୟ ଗାଡ଼ିଗୁଡିକ ଫେରାର ହୋଇ ଯାଇଥିଲେ।

ଗ୍ରାମବାସୀ ଭଷ୍ମା ପୁଲିସକୁ ସୂଚନା ଦେଇଥିଲେ।

ପୁଲିସ ଘଟଣାସ୍ଥଳରେ ପହଞ୍ଚି ଚଢ଼ଉ କରି ଆଉ ୬ଟି ଗାଡ଼ି ଜବତ କରିଛନ୍ତି।

ତେବେ ଗାଡ଼ିର ଡ୍ରାଇଭର ଫେରାର ହୋଇଯାଇଛନ୍ତି।

ଉଲ୍ଲେଖଯୋଗ୍ଯ, ବେଆଇନ ପାଉଁଶ ପକାଯିବାକୁ ନେଇ ବିବାଦ ଲାଗିରହିଥିବାବେଳେ ଦୁଇ ଦିନ ପୂର୍ବରୁ ସୁନ୍ଦରଗଡ଼ ମିଳିତ ସୁରକ୍ଷା ମଞ୍ଚ ଜିଲ୍ଲାପାଳ କାର୍ଯ୍ୟଳୟ ଆଗରେ ପାଉଁଶ ଡମ୍ପିଂ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା।

ଆହୁରି ପଢନ୍ତୁ: River Drowning: କାବେରୀ ନଦୀରେ ବୁଡ଼ି ଗୋଟିଏ ପରିବାରର ୪ ଜଣଙ୍କ ସମେତ ୫ ମୃତ ପୂର୍ବତନ ବିଧାୟିକା କୁସୁମ ଟେଟେ ମଧ୍ୟ ଏଭଳି ବେଆଇନ ଡମ୍ପିଂକୁ ନେଇ ପ୍ରଶ୍ନ କରିବା ସହ ଝାରସୁଗୁଡା ଜିଲ୍ଲା ଭଳି ସୁନ୍ଦରଗଡ଼ରେ ଟାସ୍କଫୋର୍ସ ଗଠନ କରି ଏହି ବେଆଇନ ପାଉଁଶ ଚାଲାଣ ରୋକିବାକୁ ଦାବି କରିଥିଲେ।

ଏହା ସତ୍ତ୍ବେ ମାଫିଆ ପରବାଏ ନକରି ପାଉଁଶ ପକାଇବା ପ୍ରଶ୍ନବାଚୀ ସୃଷ୍ଟି କରିଛି।"