Security Guard Killed: ଟ୍ରେଲର୍ ଧକ୍କାରେ ସୁରକ୍ଷାକର୍ମୀ ମୃତ୍ୟୁ ଘଟଣା: ହଟୁନି ରାସ୍ତାରୋକ, କୋଇଲା ପରିବହନ ଠପ୍
"ସୁନ୍ଦରଗଡ଼: ହେମଗିରି ଥାନା ବାଙ୍କିବାହାଲ୍- ଟପରିଆ ରାସ୍ତାର ସିଆରମାଲ୍ ଛକରେ ଗତକାଲି ଅପରାହ୍ଣରେ ଏକ କୋଇଲା ବୋଝେଇ ଟ୍ରେଲର୍ ଧକ୍କାରେ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ଘଟଣାରେ ଆଜି ବି ଉତ୍ତେଜନା ଥମିନାହିଁ।
ଉତ୍ତ୍ୟକ୍ତ ଜନତା କ୍ଷତିପୂରଣ ଓ ଉକ୍ତ ରାସ୍ତା ଦେଇ କୋଇଲା ପରିବହନ ବନ୍ଦ ଦାବିରେ ରାସ୍ତାରୋକ ଆନ୍ଦୋଳନ କରିଥିବା ବେଳେ ୨୪ ଘଣ୍ଟା ପରେ ବି ରାସ୍ତାରୋକ ହଟିନାହିଁ।
ଫଳରେ ଉକ୍ତ ରାସ୍ତା ଦେଇ କୋଇଲା ପରିବହନ ଠପ୍ ହୋଇଯାଇଛି।Advertisment ଓଭରଟେକ୍ କରିବା ବେଳେ ବାଇକ୍କୁ ଧକ୍କା ପୁଲିସ ଓ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ ବି ସାମାଧାନର ବାଟ ବାହାରିପାରୁନି।
ଗତକାଲି ଏକ କୋଇଲା ବୋଝେଇ ଟ୍ରେଲର୍ (ଓଡି ୧୬ସି ୧୬୮୮)ଟି ଅନ୍ୟ ଏକ ଗାଡ଼ିକୁ ଓଭରଟେକ୍ କରିବା ବେଳେ ଏକ ବାଇକ୍କୁ ଧକ୍କା ଦେଇଥିଲା।
ଦୁର୍ଘଟଣାରେ ବାଇକ୍ ଆରୋହୀଙ୍କ ଗୋଡ଼, ହାତ, ପଞ୍ଜରା ହାଡ଼ ଭାଙ୍ଗିଯିବା ସହ ସେ ଗୁରୁତର ଆହତ ହୋଇଥିଲେ।
ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।
ସେଠାରୁ ରାଉରକେଲା ଜେପି ହସ୍ପିଟାଲକୁ ନିଆଯାଉଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
ମୃତକ ହେଲେ କୁଚେଡେଗା ପଞ୍ଚାୟତ ପଣ୍ଡଆପାଲିର ରାଜକୁମାର ନାଏକ।
ସେ ଏମ୍ସିଏଲ୍ ଏସ୍ଆଇଏସ୍ ସଂସ୍ଥାରେ ସୁରକ୍ଷାକର୍ମୀ ଭାବେ ନିୟୋଜିତ ଥିଲେ।
ସେ ଅପରାହ୍ଣରେ କାର୍ଯ୍ୟକ୍ଷେତ୍ରକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।
ମୃତକଙ୍କ ମା" କର୍କଟ ରୋଗରେ ପ୍ରାଣ ହରାଇଥିବାବେଳେ ପତ୍ନୀ ଛାଡ଼ପତ୍ର ଦେଇ ବାପଘରେ ରହୁଛନ୍ତି।
ଘରେ ବାପା ଓ ୭ ବର୍ଷର ଝିଅ ରହିଥିବା ବେଳେ ପରିବାର ବେସାହାରା ହୋଇଯାଇଛନ୍ତି।
ଆହୁରି ପଢନ୍ତୁ: SujataKarttikeyan: ବିଜୁ ଜନତା ଦଳରେ ମିଶିଲେ ସୁଜାତା କାର୍ତ୍ତିକେୟନ "