Film Awards: ପୁଷ୍କରା, ମାଇଁ ସୁଇଟ୍‌ ହାଉସ୍‌ ୱାଇଫ୍‌ ସହ ଆଶ୍ରମ ଶ୍ରେଷ୍ଠ ଚଳଚ୍ଚିତ୍ର

Jun 25, 2026 - 18:29
Film Awards: ପୁଷ୍କରା, ମାଇଁ ସୁଇଟ୍‌ ହାଉସ୍‌ ୱାଇଫ୍‌ ସହ ଆଶ୍ରମ ଶ୍ରେଷ୍ଠ ଚଳଚ୍ଚିତ୍ର

"ଭୁବନେଶ୍ବର: ୩୫ତମ ଏବଂ ୩୬ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଆଜି ଘୋଷଣା ହୋଇଛି।

ସଂସ୍କୃତି ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ୨୦୨୩ ଏବଂ ୨୦୨୪ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରିଛନ୍ତି।

ସେ ଚଳଚ୍ଚିତ୍ରର ବିଭିନ୍ନ ବର୍ଗରେ ଦୁଇ ବର୍ଷ ପାଇଁ ମୋଟ୍‌ ୬୪ଟି ପୁରସ୍କାର ଘୋଷଣା କରିଛନ୍ତି।

Advertisment ୩୫ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର (୨୦୨୩) ପାଇଁ "ପୁଷ୍କରା" ଏବଂ "ମାଇଁ ସୁଇଟ୍‌ ହାଉସ ୱାଇଫ୍‌"କୁ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ପୁରସ୍କାର ମିଳିବ।

୨୦୨୩ ପାଇଁ ପିନାକୀ ସିଂଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ମିଳିବ।

ଶ୍ରେଷ୍ଠ ମୁଖ୍ୟ ଅଭିନେତା ହରିହର ମହାପାତ୍ର, ଶ୍ରେଷ୍ଠ ମୁଖ୍ୟ ମିଳିତ ଭାବେ ଅଭିନେତ୍ରୀ ନୈନା ଦାଶ ତିୱାରୀ ଏବଂ ସୁପ୍ରିୟା ନାୟକଙ୍କୁ ଚୟନ କରାଯାଇଛି।

ସେହିପରି ଶ୍ରେଷ୍ଠ ଶିଶୁ ଚଳଚ୍ଚିତ୍ର ଭାବେ "ଫୁଲ ଫୁଟି ମହକିଲା" ଚୟନିତ ହୋଇଛି।

ଅଭିନେତା ଶ୍ୟାମଳେନ୍ଦୁ ଭଟ୍ଟାଚାର୍ଯ୍ୟଙ୍କୁ ମୋହନ ସୁନ୍ଦରଦେବ ଗୋସ୍ବାମୀ ପୁରସ୍କାର ମିଳିବ।   "ପୁଷ୍କରା" ପାଇଁ ଶୁଭ୍ରାଂଶୁ ଓ "ସି ଆଣ୍ଡ ସେଭେନ୍ ଭିଲେଜେସ୍" ପାଇଁ ଇତିରାଣୀ ସାମନ୍ତ ଗ୍ରହଣ କଲେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସେହିପରି ୩୬ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର (୨୦୨୪) ପାଇଁ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ "ଆଶ୍ରମ" ଚୟନ ହୋଇଛି।

ଶ୍ରେଷ୍ଠ ନିର୍ଦ୍ଦେଶକ ଅଶୋକ ପତି (ପାବାର), ଶ୍ରେଷ୍ଠ ଅଭିନେତା ତନ୍ମୟ (ବାବୁସାନ) ମହାନ୍ତି (ପାବାର)  ଏବଂ ଶ୍ରେଷ୍ଠ ‌ଅଭିନେତ୍ରୀ ଦେବଯାନୀ ଦେଘୁରିଆ (ଭଗିଆ ଭାରିଜା)ଙ୍କୁ ଚୟନ କରାଯାଇଛି।

ଅଭିନେତ୍ରୀ ନମ୍ରତା ଦାସଙ୍କୁ ମୋହନ ସୁନ୍ଦରଦେବ ଗୋସ୍ବାମୀ ପୁରସ୍କାର ମିଳିବ।

ଆସନ୍ତାକାଲି ରାଜ୍ୟ ସଭାଗୃହରେ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯିବ।

"