01 NOVEMBER 2026

Welcome!

Unlock your personalized experience.
Sign Up

Landslides: ଗଜପତି‌ରେ ୧୩ ଜାଗାରେ ଭୂସ୍ଖଳନ: ୩୦ହଜାର ଲୋକ ପ୍ରଭାବିତ, ୬୦୩୪ ହେକ୍ଟର ଜମି ନଷ୍ଟ

Nov 01, 2026 - 03:26
Landslides: ଗଜପତି‌ରେ ୧୩ ଜାଗାରେ ଭୂସ୍ଖଳନ: ୩୦ହଜାର ଲୋକ ପ୍ରଭାବିତ, ୬୦୩୪ ହେକ୍ଟର ଜମି ନଷ୍ଟ

ପାରଳାଖେମୁଣ୍ଡି: ବାତ୍ୟା ‘ଅର୍ଣ୍ଣବ’ର ପ୍ରକୋପ ଥମିଛି, ହେଲେ ଛାଡ଼ିଯାଇଛି ବିପର୍ଯ୍ୟୟର ବିଭୀଷିକା। ପ୍ରବଳ ବର୍ଷା, ବନ୍ୟା ଓ ଭୂସ୍ଖଳନରେ ଗଜପତି ଜିଲ୍ଲାର ଜନଜୀବନ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଜିଲ୍ଲାର ୧୩୦ଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ ୮୪୭ଟି ଗାଁର ପ୍ରାୟ ୩୦ ହଜାରରୁ ଊର୍ଦ୍ଧ୍ବ ଲୋକ ବାତ୍ୟା ଓ ବନ୍ୟାରେ ପ୍ରଭାବିତ ହୋଇଛନ୍ତି। ପ୍ରାଥମିକ ଆକଳନ ଅନୁଯାୟୀ, ୨୧୦ଟି ଘର ଭାଙ୍ଗିଥିବା ବେଳେ ୬୦୩୪ ହେକ୍ଟର ଚାଷଜମି କ୍ଷତିଗ୍ରସ୍ତ ହୋଇଛି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି।

Odisha Flood: ତିନି ଦିନ ଜଳବନ୍ଦୀ ଗ୍ରାମବାସୀଙ୍କୁ ଖାଦ୍ୟ, ପାନୀୟ ଜଳ ଓ ଔଷଧ ଯୋଗାଇ ଚର୍ଚ୍ଚାରେ ଯୁବକ ସଂଘ

୩୦ହଜାର ଲୋକ ପ୍ରଭାବିତ
୧୩୦ ପଞ୍ଚାୟତର ୮୪୭ ଗାଁ କ୍ଷତିଗ୍ରସ୍ତ
୬୦୩୪ ହେକ୍ଟର ଜମି ନଷ୍ଟ

ବାତ୍ୟା ପରବର୍ତ୍ତୀ ପରିସ୍ଥିତିରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଏବେ ପୁନରୁଦ୍ଧାର କାର୍ଯ୍ୟ ଜୋରଦାର ଚାଲିଛି। ପ୍ରଶାସନିକ ରିପୋର୍ଟ ଅନୁଯାୟୀ ୧୩ଟି ସ୍ଥାନରେ ଭୂସ୍ଖଳନ ଘଟିଥିବା ବେଳେ ୨୧ଟି ସ୍ଥାନରେ ଜଳବନ୍ଦି ଓ ରାସ୍ତା ଉପରେ ବନ୍ୟାଜଳ ପ୍ରବାହ ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ଏଥିମଧ୍ୟରୁ ଅଧିକାଂଶ ସ୍ଥାନରେ ରାସ୍ତାରୁ ମାଟି ଓ ପଥର ହଟାଇବା ସହ ଜଳ ନିଷ୍କାସନ କାର୍ଯ୍ୟ ଶେଷ ହୋଇଛି। କେତେକ ସ୍ଥାନରେ ଏବେ ମଧ୍ୟ ରାସ୍ତା ମରାମତି କାର୍ଯ୍ୟ ଜାରି ରହିଛି। ବିଭିନ୍ନ ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ଘଟି ରାସ୍ତା ଅବରୋଧ ହୋଇଥିଲା। ସବୁ ଅଞ୍ଚଳରୁ ବନ୍ୟାଜଳ ହ୍ରାସ ପାଇଛି। ଜଳବନ୍ଦି ସମସ୍ୟା ଦୂର ହେବା ପରେ ରାସ୍ତାଘାଟ ମରାମତି, ଯୋଗାଯୋଗ ବ୍ୟବସ୍ଥାର ପୁନଃସ୍ଥାପନ ଓ ଅନ୍ୟାନ୍ୟ ମୌଳିକ ସେବା ସ୍ୱାଭାବିକ କରିବା ଉପରେ ଗୁରୁତ୍ୱ ଦିଆଯାଉଛି।  ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ପୁନରୁଦ୍ଧାର କାର୍ଯ୍ୟର ତଦାରଖ କରୁଛନ୍ତି। 

Petrol export: ପେଟ୍ରୋଲ ରପ୍ତାନି ଶୁଳ୍କ ହଟିଲା, ଡିଜେଲ ଓ ବିମାନ ଇନ୍ଧନ ଉପରେ ଟିକସ ବୃଦ୍ଧି

ଚାଷଜମି କ୍ଷତିଗ୍ରସ୍ତ ହେବା ଚାଷୀଙ୍କ ପାଇଁ ସବୁଠାରୁ ବଡ଼ ଚିନ୍ତାର କାରଣ ହୋଇଛି। ୬୦୩୪ ହେକ୍ଟର ଚାଷଜମି ପ୍ରଭାବିତ ହୋଇଥିବା ପ୍ରାଥମିକ ଆକଳନରୁ ଜଣାପଡ଼ିଛି। ଲଗାଣ ବର୍ଷା ଓ ବନ୍ୟା ଯୋଗୁଁ  ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲିଯାଇଛି। କ୍ଷୟକ୍ଷତିର ସଠିକ୍ ଆକଳନ ପରେ ଚାଷୀଙ୍କୁ ସହାୟତା ପ୍ରଦାନ କରାଯିବ। ବାତ୍ୟା ପରେ ଏବେ ସ୍ଥିତି ସୁଧୁରିବା ଆରମ୍ଭ ହୋଇଥିଲେ ମଧ୍ୟ ପ୍ରଭାବିତ ଲୋକଙ୍କ ଜୀବନ ଓ ଜୀବିକା ସ୍ୱାଭାବିକ କରିବା ପ୍ରଶାସନ ପାଇଁ ବଡ଼ ଆହ୍ୱାନ ହୋଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)