Situation in Ganjam Improving: ଗଞ୍ଜାମ ସ୍ଥିତି ସୁଧୁରୁଛି: ୭୨ ଘଣ୍ଟାରେ ବଦଳିଲା ଚିତ୍ର, ୩ ଗାଁରେ ସୀମିତ ଜଳବନ୍ଦି ସମସ୍ୟା
ଛତ୍ରପୁର: ବନ୍ୟା କବଳରୁ ଗଞ୍ଜାମ ମୁକୁଳିବାକୁ ଚେଷ୍ଟା କରୁଛି। ପ୍ରଶାସନର ପ୍ରଚେଷ୍ଟାରେ ସ୍ଥିତିରେ ସୁଧାର ଆସୁଛି। ଏବେ ଜନଜୀବନ ପ୍ରାୟତଃ ସ୍ବାଭାବିକ ହେଲାଣି। ଆଜି ସନ୍ଧ୍ୟା ସୁଦ୍ଧା ୪୧୯ଟି ବିପଦପ୍ରବଣ ଗାଁ ମଧ୍ୟରୁ ମାତ୍ର ୩ଟିରେ ସ୍ଥାନାନ୍ତର ଚାଲିଛି। ବନ୍ୟା ପ୍ରଭାବିତ ଗାଁଗୁଡ଼ିକରେ ଆକାଶମାର୍ଗରୁ ଖାଦ୍ୟ ସାମଗ୍ରୀ ପକାଯାଇଛି। ସେପଟେ ବଙ୍ଗୋପସାଗରରେ ଆଉ ଏକ ସମ୍ଭାବ୍ୟ ବାତ୍ୟାକୁ ନେଇ ସମସ୍ତଙ୍କୁ ସଜାଗ ରହିବାକୁ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ୍ ନିର୍ଦ୍ଦେଶ ଦେଇଛନ୍ତି।
Elephant: ଦନ୍ତାର ଆତଙ୍କ; ହାତୀ ସଂପର୍କିତ ସୂଚନା ଦେବାକୁ ବନ ବିଭାଗର ନିବେଦନ
ଜିଲ୍ଲାର ୯ଟି ବ୍ଲକ୍ରେ ୭୩ଟି ଗାଁ ବନ୍ୟାଜଳ ଘେରରେ ଥିଲା। ମୋଟ ୧.୫ଲକ୍ଷ ଲୋକ ବନ୍ୟାରେ ପ୍ରଭାବିତ ହୋଇଥିବାବେଳେ ୫୬,୦୫୧ ଜଣଙ୍କୁ ୩୬୭ଟି ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି। ସେମାନଙ୍କ ମଧ୍ୟରେ ୭୪୦୯ ଜଣ ଶିଶୁ ରହିଛନ୍ତି। ବନ୍ୟା ଯୋଗୁଁ ପ୍ରାୟ ୩ଟି ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି। ଏଥିସହ ଏବେ ସୁଦ୍ଧା ୭୦୦ ଲୋକ ଜଳବନ୍ଦି ଅବସ୍ଥାରେ ରହିଛନ୍ତି। ସେହିପରି ୩୬୭ଟି ସ୍ଥାନରେ ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି। ଆସନ୍ତା ୨ ତାରିଖ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରାଯାଇଛି। ପର୍ଯ୍ୟାୟକ୍ରମେ ଯେଉଁଠି ସୁବିଧା ହେବ, ସେଠାରେ ପାଠପଢ଼ା ଆରମ୍ଭ କରାଯାଇପାରିବ।
୫୬ ହଜାର ସ୍ଥାନାନ୍ତର, ୭୦୦ ଫସିଛନ୍ତି
୩ ଗାଁରେ ସୀମିତ ଜଳବନ୍ଦି ସମସ୍ୟା
ଯୋଗଦେଲେ ୧୦ ଅତିରିକ୍ତ ଅଧିକାରୀ
୨ ତାରିଖ ଯାଏଁ ଶିକ୍ଷାନୁଷ୍ଠାନ ଛୁଟି
ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସମୁଦ୍ରକୁ ମାଛ ଧରିବା ପାଇଁ ଯିବା ଉପରେ କଟକଣା ଜାରି ରହିଛି। ଗୋପାଳପୁର ବନ୍ଦରରେ ୩୩ଟି ଟ୍ରଲର ସୁରକ୍ଷିତ ଭାବେ ରଖାଯାଇଛି। ଜିଲ୍ଲାର ସମସ୍ତ ନଦୀ ବିପଦସଙ୍କେତ ଉପରେ ପ୍ରବାହିତ ହେଉଛି। ଜଳସମ୍ପଦ ବିଭାଗ ଅଧିକାରୀମାନେ ଜଳଭଣ୍ଡାର ଓ ନଦୀ ଜଳସ୍ତର ଉପରେ ନଜର ରଖିଛନ୍ତି। ଓଡ୍ରାଫ୍ର ୪୨ଟି ୟୁନିଟ୍ ଓ ଏନ୍ଡିଆରଏଫ୍ର ୩୦ଟି ୟୁନିଟ୍ ବିଭିନ୍ନ ସ୍ଥାନରେ ମୁତୟନ ହୋଇଛନ୍ତି। ଏହାବାଦ୍ ଭଞ୍ଜନଗରରେ ୭ଟି ଏସ୍ଓଜି, ୪୯ଟି ଅଗ୍ନିଶମ ୟୁନିଟ୍, ୫ଟି ମୋଟରଚାଳିତ ଡଙ୍ଗା ସହ ଡଗ୍ ସ୍କ୍ବାଡ୍ ମୁତୟନ ଅଛନ୍ତି। ସେହିପରି ୨୮ଟି ଜିଲ୍ଲାସ୍ତରୀୟ ମେଡିକାଲ୍ ରେସପନ୍ସ ଟିମ୍ ଓ ୨୩ଟି ପ୍ରାଣୀଧନ ଆରଆରଟି ମୁତୟନ ହୋଇଛନ୍ତି। ୬୬୧ ଜଣ ଗର୍ଭବତୀଙ୍କୁ ମା’ ଗୃହ ଓ ହସପିଟାଲ୍ରେ ଭର୍ତ୍ତି କରାଯାଇଥିଲା ବେଳେ ୩୯୧ ଜଣ ପ୍ରସବ କରିଛନ୍ତି।
ISRO: ଏନ୍ଭିଏସ୍-୦୩ ଉତ୍କ୍ଷେପଣ; ୩ଟି ପାଇରୋ ଭାଲ୍ଭ ଖୋଲା ରଖିଥିଲା ଇସ୍ରୋ
ସୋରଡ଼ା-ଦାରିଙ୍ଗବାଡ଼ି ଘାଟି ରାସ୍ତା ଏବଂ ମୋହନା-ବ୍ରହ୍ମପୁର ରାସ୍ତା ବିଚ୍ଛିନ୍ନ ହୋଇଛି। ଇତିମଧ୍ୟରେ ଅନ୍ୟ ଜାତୀୟ ଓ ରାଜ୍ୟ ରାଜପଥ ଖୋଲିଛି। କ୍ଷତିଗ୍ରସ୍ତ ରାସ୍ତାର ମରାମତି ଆରମ୍ଭ ହୋଇଛି। ଏବେ ହିଂଜିଳି-ଭଞ୍ଜନଗର ରାସ୍ତା ମରାମତିକୁ ଗୁରୁତ୍ବ ଦିଆଯାଇଛି। ବିଭିନ୍ନ ବ୍ଲକ୍ରେ ବିଦ୍ୟୁତ୍ ସେବା ସ୍ବାଭାବିକ ହୋଇଛି। ବନ୍ୟା ପରିସ୍ଥିତିର ମୁକାବିଲା ଓ ରିଲିଫ୍ କାର୍ଯ୍ୟକୁ ସୁଦୃଢ଼ କରିବା ପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ୧୦ ଜଣ ସହକାରୀ କମିସନର, ନିର୍ବାହୀ ଅଧିକାରୀ ଓ ଯନ୍ତ୍ରୀଙ୍କୁ ଗଞ୍ଜାମ ଜିଲ୍ଲାରେ ନିୟୋଜିତ କରାଯାଇଛି। ପାନୀୟ ଜଳ ଯୋଗାଣ ଓ ସ୍ୱଚ୍ଛତା ବ୍ୟବସ୍ଥାର ତଦାରଖ ପାଇଁ ୱାଟକୋ ଓ ପିଏଚ୍ଇଓ ଟିମ୍କୁ ନିୟୋଜିତ କରାଯାଇଛି। ପ୍ରଭାବିତ ଅଞ୍ଚଳରେ ସଫେଇ ଓ ସ୍ୱଚ୍ଛତା ବଜାୟ ରଖିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି। ବନ୍ୟାରେ ହଜାର ହଜାର ହେକ୍ଟର ଜମିର ଫସଲ ନଷ୍ଟ ହୋଇଛି। ଧାନ ଓ ପନିପରିବା ଆଦି ଧୋଇଯାଇଛି। ଅନେକ ଘରଦ୍ବାର ଭାଙ୍ଗିଥିବା ରିପୋର୍ଟ ମିଳିଛି। ବନ୍ୟା ପାଣି ଛାଡ଼ିବା ପରେ କ୍ଷୟକ୍ଷତି ଆକଳନ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
