Another severe cyclone: ପୁଣି ଭୀଷଣ ବାତ୍ୟା: ୩ ତାରିଖ ସକାଳେ ଆନ୍ଧ୍ର ଉପକୂଳରେ ମାଡ଼
ଭୁବନେଶ୍ୱର: ଅତିଭୀଷଣ ବାତ୍ୟା ‘ଅର୍ଣ୍ଣବ’ ବିପର୍ଯ୍ୟୟରୁ ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ସମ୍ପୂର୍ଣ୍ଣ ମୁକୁଳି ନଥିବା ବେଳେ ବଙ୍ଗୋପସାଗରରେ ପୁଣି ଏକ ବାତ୍ୟା ଦାନା ବାନ୍ଧିଛି। ଦକ୍ଷିଣପୂର୍ବ ବଙ୍ଗୋପସାଗର ଓ ସଂଲଗ୍ନ ଆଣ୍ଡାମାନ ସାଗରରେ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ର ଶନିବାର ପୂର୍ବାହ୍ଣରେ ଅବପାତରେ ପରିଣତ ହୋଇଛି। ଆଗାମୀ ୨୪ ଘଣ୍ଟାରେ ଏହା ଅଧିକ ଘନୀଭୂତ ହୋଇ ଗଭୀର ଅବପାତ ଏବଂ ପରବର୍ତ୍ତୀ ସମୟରେ ବାତ୍ୟାର ରୂପ ନେବ। ଧୀରେ ଧୀରେ ଏହା ଉପକୂଳମୁହାଁ ହେବା ସହ ନଭେମ୍ବର ୨ ତାରିଖରେ ଭୀଷଣ ବାତ୍ୟାରେ ପରିଣତ ହୋଇ ଆନ୍ଧ୍ରପ୍ରଦେଶ ଉପକୂଳମୁହାଁ ହେବ। ୩ ତାରିଖ ସକାଳୁ ଭୀଷଣ ବାତ୍ୟା ରୂପରେ ଆନ୍ଧ୍ରପ୍ରଦେଶର ନେଲୋର ଓ ନରସପୁର୍ ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ପୂର୍ବାନୁମାନ କରିଛି। ବାତ୍ୟା ରୂପ ନେଲେ ଏହାର ନାଁ ରହିବ ‘ମୁରାସୁ’।
Odisha Flood: ତିନି ଦିନ ଜଳବନ୍ଦୀ ଗ୍ରାମବାସୀଙ୍କୁ ଖାଦ୍ୟ, ପାନୀୟ ଜଳ ଓ ଔଷଧ ଯୋଗାଇ ଚର୍ଚ୍ଚାରେ ଯୁବକ ସଂଘ
ସମ୍ଭାବ୍ୟ ବାତ୍ୟାର ସିଧାସଳଖ ପ୍ରଭାବ ଓଡ଼ିଶା ଉପରେ ନ ଥିଲେ ମଧ୍ୟ ଦକ୍ଷିଣ ଓଡ଼ିଶାରେ ଏହାର ପ୍ରଭାବ ଅନୁଭୂତ ହୋଇପାରେ। ରବିବାରଠାରୁ ପାଗରେ ସାମାନ୍ୟ ପରିବର୍ତ୍ତନ ହେବ। ୨ ତାରିଖରେ ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡ଼ା, ମାଲକାନଗିରି ସମେତ ଖୋରଧା ଓ ପୁରୀ ଜିଲ୍ଲାରେ ୩୦ରୁ ୫୦ କିମି ବେଗରେ ପବନ ହେବାକୁ ଥିବାରୁ ୟୋଲୋ ଆଲର୍ଟ ଜାରି କରାଯାଇଛି। ୩ ଓ ୪ ତାରିଖରେ ଦକ୍ଷିଣ ଓଡ଼ିଶାର ୫ଟି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସହ ଘଣ୍ଟାପ୍ରତି ୭୦ରୁ ୮୦ ଓ ଝଟକା ପବନ ୯୦ କିମି ପର୍ଯ୍ୟନ୍ତ ହୋଇପାରେ। ତାହାକୁ ଦୃଷ୍ଟିରେ ରଖି ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।
୩ ତାରିଖ ସକାଳେ ଆନ୍ଧ୍ର ଉପକୂଳରେ ମାଡ଼
ଓଡ଼ିଶାର ୫ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ
ଗଞ୍ଜାମ, ଗଜପତିରେ ପ୍ରବଳ ବର୍ଷା ଆଶଙ୍କା
ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି)ର ପୂର୍ବାନୁମାନ ଅନୁଯାୟୀ, ଅବପାତ ଚେନ୍ନାଇଠାରୁ ୯୬୦ କିମି ପୂର୍ବ-ଦକ୍ଷିଣପୂର୍ବ, ବିଶାଖାପାଟଣାଠାରୁ ୯୮୦ କିମି ଦକ୍ଷିଣ ପୂର୍ବ ଏବଂ ମଚ୍ଛଲିପଟ୍ଟନମ୍ଠାରୁ ୧୦୩୦ କିମି ଦକ୍ଷିଣ-ପୂର୍ବରେ ରହିଛି। ପରବର୍ତ୍ତୀ ୧୨ ଘଣ୍ଟାରେ ଆହୁରି ଶକ୍ତିଶାଳୀ ହୋଇ ଦକ୍ଷିଣପୂର୍ବ ଓ ସଂଲଗ୍ନ ଦକ୍ଷିଣ ପଶ୍ଚିମ ଏବଂ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟାର ରୂପ ନେବ। ସ୍ଥଳଭାଗରେ ପହଞ୍ଚିଲା ବେଳକୁ ପବନର ଘଣ୍ଟା ପ୍ରତି ବେଗ ୧୧୦ରୁ ୧୨୦ କିମି ଓ ଝଟକା ପବନ ୧୨୦ କିମି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ ପୂର୍ବାନୁମାନ ଅନୁସାରେ, ସୃଷ୍ଟି ହୋଇଥିବା ଅବପାତ ନିକଟରେ ଏବେ ପବନର ବେଗ ଘଣ୍ଟାପ୍ରତି ୪୫ରୁ ୫୫ କିଲୋମିଟର ରହିଛି।
୨ ତାରିଖ ବେଳକୁ ବାତ୍ୟା ରୂପ ନେଇ ଅଧିକ ଶକ୍ତିଶାଳୀ ହେବା ସମ୍ଭାବନା ରହିଛି। ଆମେରିକାର ଯୁଗ୍ମ ଟାଇଫୁନ୍ ଚେତାବନୀ କେନ୍ଦ୍ର (ଜେଟିଡବ୍ଲ୍ୟୁସି)ର ମଡେଲ୍ ଅନୁସାରେ, ନଭେମ୍ବର ୨ ତାରିଖ ବେଳକୁ ପବନର ବେଗ ଘଣ୍ଟାପ୍ରତି ୭୫ରୁ ୮୫ କିଲୋମିଟର ଏବଂ ଝଟକା ପବନର ବେଗ ୯୫ରୁ ୧୦୦ କିଲୋମିଟର ହୋଇପାରେ। ଆନ୍ଧ୍ରପ୍ରଦେଶ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଏପିଏସ୍ଡିଏମ୍ଏ)ର ଇସିଏମ୍ଡବ୍ଲ୍ୟୁଏଫ୍ ମଡେଲ୍ ମଧ୍ୟ ଏହା ଅଧିକ ଶକ୍ତିଶାଳୀ ହେବାର ସଙ୍କେତ ଦେଇଛି। ଏହି ମଡେଲ୍ ଅନୁସାରେ, ପବନର ବେଗ ଘଣ୍ଟାପ୍ରତି ପ୍ରାୟ ୯୮ କିଲୋମିଟର ଯାଏଁ ବୃଦ୍ଧି ପାଇପାରେ। ନଭେମ୍ବର ୨ ବିଳମ୍ବିତ ରାତିରୁ ୩ ତାରିଖ ଭୋର୍ ମଧ୍ୟରେ ଆନ୍ଧ୍ରପ୍ରଦେଶର ନିଜାମପଟନମ୍ ଓ ମଚ୍ଛଲିପଟ୍ଟନମ୍ ମଧ୍ୟବର୍ତ୍ତୀ ଉପକୂଳରେ ଏହା ସ୍ଥଳଭାଗ ଅତିକ୍ରମ କରିପାରେ।
Petrol export: ପେଟ୍ରୋଲ ରପ୍ତାନି ଶୁଳ୍କ ହଟିଲା, ଡିଜେଲ ଓ ବିମାନ ଇନ୍ଧନ ଉପରେ ଟିକସ ବୃଦ୍ଧି
ଅନ୍ୟପକ୍ଷରେ, ବାତ୍ୟା ଆସିବା ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ଚଳିତ ଋତୁର ପ୍ରଥମ ଘନ କୁହୁଡ଼ି ଅନୁଭୂତ ହୋଇଛି। ଶନିବାର ସକାଳେ ସହରରେ ଦୃଶ୍ୟମାନ ଦୂରତା ସର୍ବନିମ୍ନ ୧୫୦ ମିଟରକୁ ଖସି ଆସିଥିଲା। ଏହାଦ୍ୱାରା ଯାନବାହନ ଚଳାଚଳ ଓ ସକାଳୁ ଯାତାୟାତ କରୁଥିବା ଲୋକେ ସମସ୍ୟାର ସମ୍ମୁଖୀନ ହୋଇଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
