JEE Main 2027: ଆବେଦନ କଲେଣି ୧୫.୬୯ ଲକ୍ଷ ଛାତ୍ରଛାତ୍ରୀ; ବାକି ରହିଛି ୧.୭୭ ଲକ୍ଷ ଫି’

Nov 25, 2026 - 18:31
JEE Main 2027: ଆବେଦନ କଲେଣି ୧୫.୬୯ ଲକ୍ଷ ଛାତ୍ରଛାତ୍ରୀ; ବାକି ରହିଛି ୧.୭୭ ଲକ୍ଷ ଫି’

ନୂଆଦିଲ୍ଲୀ: ସଂଯୁକ୍ତ ପ୍ରବେଶିକା ପରୀକ୍ଷା ( ଜେଇଇ ) ୨୦୨୭ର ପ୍ରଥମ ଦଫା ପାଇଁ ଆବେଦନ ପ୍ରକ୍ରୟା ଖୁବ୍‌ ଶୀଘ୍ର ଶେଷ ହେବାକୁ ଯାଉଛି।

ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ତରଫରୁ ଜାରି କରାଯାଇଥିବା ତଥ୍ୟ ଅନୁସାରେ ଜେଇଇ ମୁଖ୍ୟ ୨୦୨୭ ପ୍ରଥମ ଦଫା ପାଇଁ ଏପର୍ଯ୍ୟନ୍ତ ମୋଟ ୧୫,୬୯,୫୧୪ ଆବେଦନ ଆସିଛି।

ଏଥିରୁ ୧୩,୯୨,୩୪୪ ପରୀକ୍ଷା ଫି'ର ପେମେଣ୍ଟ ମଧ୍ୟ ସଫଳତାପୂର୍ବକ ହାସଲ କରାଯାଇଛି।

କିନ୍ତୁ ୧,୭୭,୧୭୦ ଫର୍ମର ଫି'କୁ ଅପେକ୍ଷା କରାଯାଇଛି।

ପରୀକ୍ଷାରେ ସାମିଲ ହେବାକୁ ଚାହୁଁଥିବା ପ୍ରାର୍ଥୀଙ୍କୁ ପରାମର୍ଶ ଦିଆଯାଇଛି ଯେ, ଅନ୍ତିମ ସମୟର ଅପେକ୍ଷା ନକରି ନଭେମ୍ବର ୨୬ ଅର୍ଥାତ ଗୁରୁବାର ସୁଦ୍ଧା ନିଜର ଆବେଦନ ପୂରଣ କରନ୍ତୁ।

Advertisment ଏନ୍‌ଟିଏ ପକ୍ଷରୁ କୁହାଯାଇଛି ଯେ ଜେଇଇ ମୁଖ୍ୟ ୨୦୨୭ ପ୍ରଥମ ଦଫା ପାଇଁ ଫି'ଜମା କରି ସାରିଥିବା ୧୩,୯୨,୩୪୪ ପ୍ରାର୍ଥୀଙ୍କ ଏହି ‌ମୋଟ ପଂଜୀକରଣ ସଂଖ୍ୟା ଗତ ବର୍ଷ (୧୩,୫୫,୨୯୩) ତୁଳନାରେ ୩୭ ହଜାର ଅଧିକ।

ନିୟମିତ ଆବେଦନ ୱିଣ୍ଡୋ ନଭେମ୍ବର ୨୨ରେ ବନ୍ଦ ହୋଇ ସାରିଛି।

ଏହା ପରେ ଏନଟିଏ ନଭେମ୍ବର ୨୩ରୁ ୨୬ ପର୍ଯ୍ୟନ୍ତ ବିଳମ୍ବ ସହିତ ଫି' ଆବେଦନ ସୁବିଧା ଦେଇଛି।

ପ୍ରାର୍ଥୀମାନେ ୨୦୨୬ ନଭେମ୍ବର ୨୬ ରାତି ୧୧ଟା ପର୍ଯ୍ୟନ୍ତ ୫୦୦ ଟଙ୍କା ଅତିରିକ୍ତ ଦେଇ ସରକାରୀ ୱେବସାଇଟରେ ନିଜର ଆବେଦନ ଏବଂ ଫି' ପେମେଣ୍ଟ ପ୍ରକ୍ରିୟା ପୂରା କରିପାରିବେ।

କେଉଁଥି ପାଇଁ ପରୀକ୍ଷା?

ଜେଇଇ ମେନର ନମ୍ବର ଆଧାରରେ ଆଇଆଇଆଇଟି, ଏନ୍‌ଆଇଟି ଏବଂ ଅନ୍ୟ ସହଭାଗୀ ପ୍ରତିଷ୍ଠାନରେ ସ୍ନାତକ ଇଂଜିନିୟରିଂ, ଆର୍କିଟେକ ଏବଂ ପ୍ଲାନିଂ କୋର୍ସରେ ପ୍ରବେଶ ସୁବିଧା ମିଳିଥାଏ।

ଏହି ପରୀକ୍ଷା ବର୍ଷକରେ ୨ଥର ହୋଇଥାଏ।

ଉଭୟ ଦଫାରେ ସାମିଲ ହେଉଥିବା ପ୍ରାର୍ଥୀଙ୍କ ଭଲ ଏନ୍‌ଟିଏ ସ୍କୋରକୁ ମେଧା ଏବଂ ରାଙ୍କିଙ୍ଗ ପାଇଁ ଗ୍ରହଣୀୟ ହୋଇଥାଏ।

ଏହି ପରୀକ୍ଷା ଜେଇଇ ‌ଆଡଭାନ୍ସ ପାଇଁ ପାତ୍ରତା ପରୀକ୍ଷା ଭାବେ ଗ୍ରହଣ କରାଯାଇଥାଏ।

Mentally Ill Youth Assaulted ହସ୍‌ପିଟାଲ୍‌ରେ ପଶି ପାଗଳ ଯୁବକଙ୍କ ଉନ୍ମତ୍ତ କାଣ୍ଡ, ଗଛରେ ବାନ୍ଧି ପିଟିଲେ ହସ୍‌ପିଟାଲ୍‌ କର୍ମଚାରୀ କେବେ ହେବ ପରୀକ୍ଷା?

ଏଥର ଆଇଆଇଟି ଦିଲ୍ଲୀ ତରଫରୁ ଆୟୋଜିତ କରାଯାଉଥିବା ଜେଇଇ ଆଡଭାନ୍ସ ପରୀକ୍ଷା ୨୦୨୭ ମେ' ୨୩ରେ ହେବ।

ଆଇଆଇଟି ଦିଲ୍ଲୀର ଘୋଷଣା ଅନୁସାରେ ପରୀକ୍ଷାର୍ଥୀ ଏହି ପରୀକ୍ଷାରେ ଅନ୍‌ ସ୍କ୍ରିନ ବେସିକ କାଲକୁଲେଟର ବ୍ୟବହାର କରିପାରିବ।

ଜେଇଇ ମେନ୍‌ ୨୦୨୭ ପାଇଁ ବିଳମ୍ବର ସହିତ ଆବେଦନ କରିବାକୁ ପ୍ରାର୍ଥୀଙ୍କୁ ସର୍ବ ପ୍ରଥମେ ସରକାରୀ ୱେବସାଇଟକୁ ଯିବାକୁ ହେବ।

ଏହା ପରେ ‌ନାମ ପଂଜୀକରଣ ପୂରା କରି ପ୍ରାର୍ଥୀ ପୋର୍ଟାଲ ଲଗ୍‌ଇନ୍‌ ଉପରେ କ୍ଲିକ କରିବାକୁ ହେବ।

ଏବେ ଏଜୁକେସନାଲ, ପର୍ସନାଲ ଏବଂ ମଗାଯାଇଥିବା ସୂଚନା ପୂରଣ କରିବାକୁ ହେବ।

ଏହା ପରେ ଫରୀକ୍ଷା ଫି' ସହିତ ବିଳମ୍ବ ଫି' ଦେବାକୁ ପଡ଼ିବ।

ସବୁ ତଥ୍ୟକୁ ଯାଞ୍ଚ କଲା ପରେ ଆବେଦନ ଫର୍ମ ଜମା କରିବାକୁ ପଡ଼ିବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)