Koraput Tiger Alert: କୋରାପୁଟ ଲକ୍ଷ୍ମୀପୁର ଜଙ୍ଗଲରେ ବୁଲୁଛି ମହାବଳ ! ପାଦଚିହ୍ନ ପରେ ଏବେ ମିଳିଛି ବାଘର ମଳ
କୋରାପୁଟ ଲକ୍ଷ୍ମୀପୁର ଜଙ୍ଗଲରେ ଥମୁନି ବାଘ ଆତଙ୍କ।
ପାଦଚିହ୍ନ ପରେ ଏବେ ଗୁମ୍ଫା ନିକଟରୁ ମିଳିଛି ବାଘର ମଳ।
ଏହାକୁ ନେଇ ସଜାଗ ହୋଇଛି ବନ ବିଭାଗ।
ଡ୍ରୋନ୍ ସହ ତିନୋଟି ସ୍ୱତନ୍ତ୍ର ଟିମ୍ ଜଙ୍ଗଲରେ ଚଳାଇଛନ୍ତି ତନାଘନା।
ଲକ୍ଷ୍ମୀପୁର ରେଞ୍ଜର ବିଲାପୁଟ ଜଙ୍ଗଲ ନିକଟସ୍ଥ ହାତୀମାଳି ସଂରକ୍ଷିତ ଜଙ୍ଗଲରେ ବାଘର ଗତିବିଧି ନେଇ ସନ୍ଦେହ ବଢ଼ିଛି।
Advertisment ପୂର୍ବରୁ ଯାନିଗୁଡ଼ା ନିକଟରେ ବାଘର ପାଦଚିହ୍ନ ମିଳିଥିବା ବେଳେ ବିଲାପୁଟ ଗାଁଠାରୁ ପ୍ରାୟ ୩ କିଲୋମିଟର ଦୂରରୁ ଦୁଇଟି ବଳଦର ମୃତଦେହ ଉଦ୍ଧାର ହୋଇଥିଲା।
ପ୍ରାଥମିକ ଯାଞ୍ଚରୁ ଏହା ଆନ୍ଧ୍ରର ମହାବଳ ବାଘ ହୋଇଥାଇପାରେ ବୋଲି ଅନୁମାନ କରୁଛି ବନ ବିଭାଗ।
ବାଘକୁ ଠାବ କରିବା ପାଇଁ ୨୪ ଘଣ୍ଟିଆ ପାଟ୍ରୋଲିଂ ସହ ତିନୋଟି ସିଫ୍ଟରେ ନିୟୋଜିତ ହୋଇଛନ୍ତି ଟିମ୍।
ଡ୍ରୋନ୍ ମାଧ୍ୟମରେ ରଖାଯାଇଛି ନଜର।
ଲୋକେ ଭୟଭୀତ ନହୋଇ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି କୋରାପୁଟ ଡିଏଫଓ।
Advertisment କୋରାପୁଟ ଲକ୍ଷ୍ମୀପୁର ଜଙ୍ଗଲରେ ବୁଲୁଛି ମହାବଳ !
ପାଦଚିହ୍ନ ପରେ ଏବେ ମିଳିଛି ବାଘର ମଳ ଏହାକୁ ନେଇ ସଜାଗ ବନ ବିଭାଗ ଡ୍ରୋନ୍ ସହାୟତାରେ ସ୍ୱତନ୍ତ୍ର ଟିମର ତନଘନା
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
