The Real-Life Love Story: ପରଦାର ରାମ-ସୀତାଙ୍କ ବାସ୍ତବ ପ୍ରେମକଥା

Oct 31, 2026 - 08:33
The Real-Life Love Story: ପରଦାର ରାମ-ସୀତାଙ୍କ ବାସ୍ତବ ପ୍ରେମକଥା

ଅମିତାଭ ବଚ୍ଚନଙ୍କ ଲୋକପ୍ରିୟ ଟେଲିଭିଜନ୍ ସୋ' 'କୌନ୍ ବନେଗା କରୋଡ଼ପତି'ର ଦୀପାବଳି ସ୍ବତନ୍ତ୍ର ଏପିସୋଡ୍‌ରେ ଅତିଥି ହୋଇଥିବା 'ରାମାୟଣ'ର ରାମ-ସୀତା ରଣବୀର କପୁର ଓ ସାଇ ପଲ୍ଲବୀ ନିଜ ଜୀବନ ର ଦୁଇଟି ଗୁରୁତ୍ବପୂର୍ଣ୍ଣ ଅନୁଭୂତି ବର୍ଣ୍ଣନା କରିଛନ୍ତି।

ରଣବୀର କପୁର ପତ୍ନୀ ଆଲିଆ ଭଟ୍ଟଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେବା ସମୟର ଏକ ରୋଚକ ଅନୁଭୂତି ସମ୍ପର୍କରେ ସାର୍ବଜନୀନ କରିଛନ୍ତି।

ସେ କହିଛନ୍ତି, ଆଲିଆଙ୍କୁ ପ୍ରପୋଜ୍‌ କରିବା ସମୟରେ ମୋତେ ଲାଗୁଥିଲା, ସେ ଯେମିତି ସିଂହୀ ଓ ମୁଁ ମୂଷା!

ମଜାଦାର ଢଙ୍ଗରେ ରଣବୀର କହିଥିଲେ, ଆଲିଆଙ୍କୁ ଆଣ୍ଠୁ ମାଡ଼ି 'ପ୍ରପୋଜ୍‌' କରିବା ସମୟରେ ତାଙ୍କ ଆଖିରେ ପଡ଼ିଥିଲା ୧୦୦ ଫୁଟ୍‌ ଦୂରତାରେ ଥିବା ତିନି ସିଂହଙ୍କ ଉପରେ!

ସେଇଠି ସେ ନିଜକୁ ମୂଷା ପରି ଅନୁଭବ କରିଥିଲେ।

Advertisment SBI: ଷ୍ଟେଟ୍ ବ୍ୟାଙ୍କ ଭୁବନେଶ୍ୱର ମଣ୍ଡଳ ପକ୍ଷରୁ ସତର୍କତା ସଚେତନତା ସପ୍ତାହ ଅସଲ କାହାଣୀ ହେଲା, ୨୦୨୨ ମସିହାରେ କେନିଆର ମାସାଇ ମାରା ଜଙ୍ଗଲକୁ ଦୁହେଁ ବୁଲି ଯାଇଥିବା ସମୟରେ ଆଲିଆଙ୍କୁ ବିବାହ ପ୍ରସ୍ତାବ ଦେବାକୁ ଯୋଜନା କରିଥିଲେ ରଣବୀର।

ଜଙ୍ଗଲ ମଝିରେ କୌଣସି ଏକ ସ୍ଥାନରେ ଗାଡ଼ି ଅଟକାଇ ଆଲିଆଙ୍କୁ ପ୍ରସ୍ତାବ ଦେଇ ସେଇ ମୁହୂର୍ତ୍ତକୁ ସ୍ମରଣୀୟ କରିବା ପାଇଁ ଯୋଜନା କରିଥିଲେ ସେ।

ପୂର୍ବରୁ ଡ୍ରାଇଭରଙ୍କୁ ସେମାନଙ୍କ ଫଟୋ ଉଠାଇବାକୁ ବି କହିଥିଲେ।

କିନ୍ତୁ ଘନ ଜଙ୍ଗଲରେ ସେ ଯେତେବେଳେ 'ପ୍ରପୋଜ୍‌' କରିବାକୁ ବାହାରିଲେ, ତାଙ୍କ ଠାରୁ ମାତ୍ର ୧୦୦ ଫୁଟ୍‌ ଦୂରରେ ତିନିଟି ସିଂହ ଠିଆ ହୋଇଥିବା ଦେଖିଥିଲେ।

ଏଭଳି ପରିସ୍ଥିତିରେ ଆଲିଆଙ୍କୁ 'ବେବି, ତୁମେ ମୋତେ ବିବାହ କରିବ କି?' ବୋଲି ପଚାରିବା ସମୟରେ ରଣବୀର ଭୟରେ ଥରୁଥିଲେ।

Delhi traders: ଇଣ୍ଡିମେଣ୍ଟର ସମାବେଶ ଘୁଞ୍ଚାଇବାକୁ ବ୍ୟବସାୟୀଙ୍କ ନିବେଦନ ସେହିପରି 'ରାମାୟଣ'ରେ ସୀତାଙ୍କ ଭୂମିକାରେ ଥିବା ସାଇ ପଲ୍ଲବୀ କିଭଳି ଜୀବନସାଥୀଙ୍କୁ ଅପେକ୍ଷା କରିଛନ୍ତି, ତାହା ପ୍ରକାଶ କରିଥିଲେ।

ଜୀବନସାଥୀଙ୍କୁ ନେଇ ତାଙ୍କର ବିଶେଷ କିଛି ଦାବି ନଥିଲେ ବି, ସେ ନିଜ ଜୀବନସାଥୀ ଭାବେ ପ୍ରଥମେ ଜଣେ ଭଲ ମଣିଷଙ୍କୁ ଚାହାନ୍ତି ବୋଲି କହିଥିଲେ।

ସାଇଙ୍କ ମତରେ, ଭୁଲ୍‌ ପ୍ରତ୍ୟେକ ଲୋକ ଦ୍ବାରା ହୋଇଥାଏ।

ମାତ୍ର ନିଜ ଭୁଲ୍‌କୁ ବୁଝିପାରୁଥିବା ଏବଂ ତାହାକୁ ସୁଧାରିବାର ମନୋଭାବ ରଖୁଥିବା ବ୍ୟକ୍ତି ହିଁ ଜଣେ ଉତ୍ତମ ମଣିଷ।

ଅନ୍ୟ ଝିଅଙ୍କ ଭଳି ବହୁ ଗୁଣର ଅଧିକାରୀ ପ୍ରତିଭାବାନ୍‌ ପୁରୁଷଙ୍କୁ ନୁହେଁ, ବରଂ ଆତ୍ମକୈନ୍ଦ୍ରିକ ହୋଇ ନଥିବା ଜଣେ ପୁରୁଷ ଙ୍କୁ ଜୀବନସାଥୀ ଭାବେ ଚାହାନ୍ତି ସାଇ ପଲ୍ଲବୀ।

ନିଜ କାର୍ଯ୍ୟ ଓ ଆଚରଣର ଆତ୍ମସମୀକ୍ଷା କରି ନିଜକୁ ସୁଧାରି ପାରୁଥିବା ବ୍ୟକ୍ତିଙ୍କୁ ପସନ୍ଦ କରନ୍ତି ସେ।

ଏହା ସହ ଜୀବନସାଥୀ ରୋଷେଇ କରିବା ଜାଣିଥିଲେ ଆହୁରି ଭଲ ବୋଲି ସାଇ ପରିହାସ ସୂଚକ ଢଙ୍ଗରେ କହିଥିଲେ।

ଏହି କାର୍ଯ୍ୟକ୍ରମରେ ସାଇ ନିଜର ଡାକ୍ତରୀ ପାଠପଢ଼ାରୁ ଅଭିନୟ ଜଗତକୁ ଆସିବାର ଯାତ୍ରା ସମ୍ପର୍କରେ ମଧ୍ୟ ବର୍ଣ୍ଣନା କରିଥିଲେ।

ସାଇ ପଲ୍ଲବୀଙ୍କ ସରଳ ଓ ସ୍ପଷ୍ଟ ମତ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

'କେବିସି'ର ଏହି ସ୍ବତନ୍ତ୍ର ଏପିସୋଡ୍‌ରେ ରଣବୀର ଓ ସାଇ ପଲ୍ଲବୀଙ୍କ ବ୍ୟତୀତ ରବି ଦୁବେଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା।

ମେଗାଷ୍ଟାର୍‌ ଅମିତାଭ ବଚ୍ଚନ ମୁକ୍ତି ପ୍ରତୀକ୍ଷିତ 'ରାମାୟଣ'ର ଏହି ତାରକାମାନଙ୍କ ସହ ଭରପୂର ମଜା କରୁଥିବାର ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)