India vs Pakistan Women: ପାକିସ୍ତାନ ଚିତ୍‌ପଟାଙ୍ଗ, ସହଜରେ ଜିତିଲା ଭାରତ

Sep 05, 2026 - 22:30
India vs Pakistan Women: ପାକିସ୍ତାନ ଚିତ୍‌ପଟାଙ୍ଗ, ସହଜରେ ଜିତିଲା ଭାରତ

"ଦୁବାଇ: ମହିଳା ଏସିଆ କପ୍‌ ୨୦୨୬ରେ ପାକିସ୍ତାନକୁ ଭାରତୀୟ କ୍ରିକେଟ୍‌ ଟିମ୍ ଚିତ୍‌ପଟାଙ୍ଗ କରିଛି।

ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ୍‌ ଷ୍ଟାଡିୟମରେ ପାକିସ୍ତାନକୁ ଭାରତ ୭ ୱିକେଟ୍‌ରେ ପରାସ୍ତ କରିଛି।

ଭାରତ ୮.୪ ଓଭରରେ ୩ଟି ୱିକେଟ୍‌ ହରାଇ ୫୭ ରନ୍‌ ସଂଗ୍ରହ କରିଛି।

ଭାରତ ପାଇଁ ସେଫାଳି ବର୍ମା ୧୨ ରନ୍‌, ସ୍ମୁତି ମନ୍ଧାନା ୯ ରନ୍‌ ଏବଂ ପ୍ରତିକା ରାୱଲ ୪ ରନ୍‌ କରି ଆଉଟ୍‌ ହୋଇଥିଲେ।

Advertisment ପାକିସ୍ତାନକୁ ଭାରତ ୫୫ ରନ୍‌ରେ ଅଟକାଇ ଥିଲା।

ଟୁର୍ଣ୍ଣାମେଣ୍ଟର ଗ୍ରୁପ- ଏ ମ୍ୟାଚ୍‌ରେ ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୧୮.୧ ଓଭରରେ ସମସ୍ତ ୱିକେଟ୍‌ ହରାଇଥିଲା।

ହରମନପ୍ରୀତ କୌରଙ୍କ ନେତୃତ୍ବରେ ଭାରତ ପକ୍ଷରୁ ଶ୍ରୀ ଚରଣୀ ଏବଂ ପ୍ରେମା ରାଉତ ୩ଟି ଲେଖାଏଁ ୱିକେଟ୍‌ ଅକ୍ତିଆର କରିଥିଲେ।

ଦୀପ୍ତି ଶର୍ମାଙ୍କୁ ୨ଟି ଏବଂ ସେଫାଳି ବର୍ମାଙ୍କୁ ଗୋଟିଏ ୱିକେଟ୍‌ ମିଳି ଥିଲା।

ପାକିସ୍ତାନ ପାଇଁ ମୁନିବା ଅଲି ଏବଂ ଶାୱାଲ ଜୁଲଫିକର ବ୍ୟାଟିଂ ଆରମ୍ଭ କରିଥିଲେ।

ଉଭୟ ପ୍ରଥମ ୱିକେଟ୍‌ ପାଇଁ ୨୭ ରନ୍‌ କରିଥିଲେ।

ଭାରତର ପ୍ରଥମ ଶିକାର ହୋଇଥିଲେ ମୁନିବା ଅଲି।

ସେ ବ୍ୟକ୍ତିଗତ ଭାବେ ୧୫ଟି ବଲ୍‌ ଖେଳି ୧୩ ରନ୍‌ ସଂଗ୍ରହ କରିଥିଲେ ଏବଂ ଶେଫାଳି ବର୍ମାଙ୍କର ଶିକାର ହୋଇଥିଲେ।

Asian Games Cricket: ଏସୀୟ କ୍ରୀଡ଼ା କ୍ରିକେଟ୍‌: "ବି" ଦଳ ପଠାଇପାରେ ଭାରତ ପାକିସ୍ତାନ ପାଇଁ ଶାଲୱାଲ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଥିଲେ।

ସେ ୧୪ଟି ବଲ୍‌ ଖେଳି ୩ଟି ଚୌକା ସହାୟତାରେ ୧୪ ରନ୍‌ ସଂଗ୍ରହ କରିଥିଲେ।

ଶ୍ରୀଚରଣୀଙ୍କ ଦ୍ବାରା ବୋଲ୍ଡ ହୋଇଥିଲେ।

ଅନ୍ୟ ଖେଳାଳିମାନଙ୍କର ପ୍ରଦର୍ଶନ ନୈରାଶ୍ୟଜନକ ଥିଲା।

ପ୍ରାରମ୍ଭିକ ବ୍ୟାଟର ଦ୍ବୟଙ୍କ ବ୍ୟତୀତ ଅନ୍ୟ କୌଣସି ଖେଳାଳି ଦୁଇ ଅଙ୍କ ଛୁଇଁ ପାରି ନଥିଲେ।

ଚାରିଜଣ ଖେଳାଳି (ଗୁଲ ‌ଫିରୋଜା, ଫତିମା ସାନା, ନର୍ସା ସାନ୍ଧୁ ଏବଂ ସାଦିଆ ଇକବାଲ) ଖାତା ଖୋଲିପାରି ନଥିଲେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)