India vs New Zealand: ଶୁକ୍ରବାରଠୁ ଭାରତ-ନ୍ୟୁଜିଲାଣ୍ଡ ଦ୍ବିତୀୟ ଟେଷ୍ଟ: ୧୭ ବର୍ଷ ପରେ ଶୃଙ୍ଖଳା ବିଜୟ ଲକ୍ଷ୍ୟ
ଖ୍ରୀଷ୍ଟଚର୍ଚ୍ଚ: ଅକ୍ଟୋବର ୨୦ ତାରିଖରେ ଭାରତ ଏକ ପୂର୍ଣ୍ଣାଙ୍ଗ ଶୃଙ୍ଖଳା (୫ ଲେଖାଏଁ ଟ୍ବେଣ୍ଟି-୨୦, ଦିନିକିଆ, ୨ ଟେଷ୍ଟ) ଖେଳିବା ଲାଗି ନ୍ୟୁଜିଲାଣ୍ଡରେ ପହଞ୍ଚିଥିଲା।
ଏହାର ଦୁଇଦିନ ପରେ ଖ୍ରୀଷ୍ଟଚର୍ଚ୍ଚରେ ଖେଳିଥିବା ଟ୍ବେଣ୍ଟି-୨୦ ଶୃଙ୍ଖଳାର ପ୍ରଥମ ଜିତି ଏହି ଗସ୍ତ ଆରମ୍ଭ କରିଥିଲା।
ଏପରିକି ଏହି ଶୃଙ୍ଖଳାକୁ ୩-୨ରେ କବ୍ଜା କରିଥିଲା।
ଏହାପରେ ଦିନିକିଆ ଶୃଙ୍ଖଳାକୁ ୩-୧ରେ ଜିତି ନେଇଥିଲା।
ଏବେ ଟେଷ୍ଟ୍ ଶୃଙ୍ଖଳା ଉପରେ ଆଖି ରଖିଛି ଭାରତ।
ପ୍ରଥମ ଟେଷ୍ଟ ଅମୀମାଂସିତ ରହିବା ପରେ ଭାରତ ଶେଷ ଟେଷ୍ଟ ଜିତି ସେହି ଖ୍ରୀଷ୍ଟଚର୍ଚ୍ଚରେ ବିଜୟ ସହ ଗସ୍ତ ଶେଷ କରିବା ଲକ୍ଷ୍ୟ ରଖିଛି।
ଯଦି ଭାରତ ଏହି ଶୃଙ୍ଖଳା ଜିତେ ୧୭ ବର୍ଷ ପରେ ନ୍ୟୁଜିଲାଣ୍ଡରେ ଟେଷ୍ଟ ଶୃଙ୍ଖଳା କବ୍ଜା କରିବ।
ଏଥିସହ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ (ଡବ୍ଲ୍ୟୁଟିସି) ଫାଇନାଲ୍ରେ ପହଞ୍ଚିବାର ଥିବା ଟିକକ ଆଶାକୁ ମଧ୍ୟ ଉଜ୍ଜୀବିତ ରଖିବ ଶୁବମନ ଗିଲ୍ଙ୍କ ଦଳ।
Advertisment Brain Stroke: 'ଷ୍ଟ୍ରୋକ୍କୁ ଜାଣନ୍ତୁ, ଜୀବନ ବଞ୍ଚାନ୍ତୁ' ଅଭିଯାନରେ ସାମିଲ ହେଲେ ପ୍ରାୟ ୩୦୦ ଛାତ୍ରଛାତ୍ରୀ ବୋଲରଙ୍କୁ ସୁହାଉ ନଥିବା ୱେଲିଂଟନ୍ର ବେସିନ୍ ରିଜର୍ଭ ପିଚ୍ରେ ପ୍ରଥମ ଟେଷ୍ଟ ଅମୀମାଂସିତ ରହିବା ପରେ ଦୁଇ ଦଳ ମଙ୍ଗଳବାର ଖ୍ରୀଷ୍ଟଚର୍ଚ୍ଚରେ ପହଞ୍ଚିଯାଇଛନ୍ତି।
ପ୍ରଥମ ଟେଷ୍ଟ୍ରେ ଅଧିକ ପରିଶ୍ରମ କରିଥିବାରୁ ଭାରତୀୟ ବୋଲର ମଙ୍ଗଳବାର ଅଭ୍ୟାସକୁ ନ ଓହ୍ଲାଇ ବିଶ୍ରାମ ନେଇଛନ୍ତି।
ଏହି ଟେଷ୍ଟରେ ୪ ମୁଖ୍ୟ ବୋଲର ୪୦ରୁ ଅଧିକ ଓଭର ବୋଲିଂ କରିଥିଲେ।
ଖ୍ରୀଷ୍ଟଚର୍ଚ୍ଚର ହାଗ୍ଲେ ଓଭାଲ ପିଚ୍ ୱେଲିଂଟନ୍ ତୁଳନାରେ ବୋଲରଙ୍କୁ ସହାୟତା କରିବାର ଆଶା ରହିଛି।
ପିଚ୍ରେ ପ୍ରାୟ ୧୨ ମିଲିମିଟର ଘାସ ରହିଛି।
ପ୍ରଥମ ଦୁଇ ଦିନ ଖରା ହେବାର ସମ୍ଭାବନା ଥିବାରୁ ଘାସ ଶୁଖିବା ପରେ ପିଚ୍ର ଆଚରଣ ଉପରେ ନଜର ରହିବ।
Protest: ଅନ୍ବେଷାରେ ୧୧ବର୍ଷ କାମ ପରେ ଅଚାନକ ଚାକିରିରୁ ବିଦା ଭାରତୀୟ ଦଳରେ ବଡ଼ ପରିବର୍ତ୍ତନ ସମ୍ଭାବନା କମ୍ ଥିବାରୁ ମହମ୍ମଦ ସିରାଜ ଓ ରବୀନ୍ଦ୍ର ଜାଡ଼େଜା ପୁଣି ବାହାରେ ବସିପାରନ୍ତି।
ଦ୍ରୁତ ବୋଲର ଗୁରନୂର ବ୍ରାର ଓ ପ୍ରସିଦ୍ଧ କୃଷ୍ଣଙ୍କ ମଧ୍ୟରୁ କାହାକୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ଦେବ ତାହାକୁ ନେଇ ଦଳ ଚିନ୍ତାରେ ରହିଛି।
ଦୁଇ ଓପନର୍ କେଏଲ୍ ରାହୁଲ ଓ ଯଶସ୍ବୀ ଜୟସ୍ବାଲଙ୍କଠୁ ଭାରତ ଭଲ ଆରମ୍ଭ ଆଶାରେ ରହିଛି।
ଅନ୍ୟପକ୍ଷରେ ଏହି ଟେଷ୍ଟ୍ ପୂର୍ବରୁ ନ୍ୟୁଜିଲାଣ୍ଡକୁ ଆଉ ଏକ ଝଟ୍କା ଲାଗିଛି।
ମାଂସପେଶୀ ଟାଣିହେବା ଯୋଗୁଁ ଦ୍ରୁତ ବୋଲର ବ୍ଲେୟର ଟିକ୍ନର ଦଳରୁ ବାଦ୍ ପଡ଼ିଛନ୍ତି।
ତାଙ୍କ ସ୍ଥାନରେ ମ୍ୟାଟ୍ ଫିସର ସାମିଲ ହୋଇଛନ୍ତି।
ଆଗାମୀ ୨ ମାସ ମଧ୍ୟରେ ଦଳ ୬ ଟେଷ୍ଟ୍ ଖେଳିବାକୁ ଥିବାରୁ କିଛି ଦ୍ରୁତ ବୋଲରଙ୍କୁ ବିଶ୍ରାମ ଦେବାକୁ ଚିନ୍ତା କରୁଛି।
ଅଧିନାୟକ ଟମ୍ ଲାଥମ ପ୍ରଥମ ଟେଷ୍ଟ୍ ର ଦୁଇ ପାଳିର ପ୍ରଥମ ଓଭରରେ ଖାତା ଖୋଲିବା ପୂର୍ବରୁ ଯଶପ୍ରୀତ ବୁମ୍ରାଙ୍କ ବଲ୍ରେ ଆଉଟ୍ ହୋଇଥିଲେ।
ତେଣୁ ଖ୍ରୀଷ୍ଟଚର୍ଚ୍ଚରେ ବୁମ୍ରାଙ୍କୁ ସଫଳ ମୁକାବିଲା କରିବାକୁ ପ୍ରସ୍ତୁତ ହେଉଛନ୍ତି।
ସେହିପରି ବୁମ୍ରା ପୁଣି ଲାଥମଙ୍କୁ ଆଉଟ୍ କରି ନ୍ୟୁଜିଲାଣ୍ଡକୁ ଚାପରେ ରଖିବାକୁ ଚେଷ୍ଟା କରିବେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
