Education: ସାମାଜିକ ଦାୟିତ୍ବ ନିର୍ବାହ କରୁଥିବା ନାଗରିକଙ୍କୁ ପ୍ରସ୍ତୁତ କରିବାର ଆବଶ୍ୟକତା ରହିଛି: ରାମଦେବ
ହରିଦ୍ବାର: ପତଞ୍ଜଳି ଯୋଗପୀଠର ପତଞ୍ଜଳି ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ରେ ଦେଶର ଶିକ୍ଷା ବୋର୍ଡଗୁଡ଼ିକର ତିନିଦିନିଆ ଜାତୀୟ ସମ୍ମିଳନୀ ଆରମ୍ଭ ହୋଇଛି।
'ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସାମାଜିକ-ଭାବନାତ୍ମକ ବିକାଶ ଓ କଲ୍ୟାଣର ଆହ୍ବାନ' ବିଷୟବସ୍ତୁ ଉପରେ ଆୟୋଜିତ ସମ୍ମିଳନୀରେ ୩୭ଟି ଶିକ୍ଷା ବୋର୍ଡ ଭାଗ ନେଇଛନ୍ତି।
ନେପାଳ, ଭୁଟାନ ଓ ନର୍ଥୱେଷ୍ଟ ଆକ୍ରିଡେସନ କମିସନ, ଆମେରିକାର ପ୍ରତିନିଧିମାନେ ମଧ୍ୟ ସାମିଲ ହୋଇଛନ୍ତି।
Advertisment କାର୍ଯ୍ୟକ୍ରମକୁ ଉତ୍ତରାଖଣ୍ଡ ଶିକ୍ଷା ମନ୍ତ୍ରୀ ଡ.
ଧନସିଂହ ରାୱତ ଉଦଘାଟନ କରିଥିଲେ।
କାଉନ୍ସିଲ୍ ଅଫ୍ ବୋର୍ଡ ଅଫ୍ ସ୍କୁଲ ଏଜୁକେସନ ଇନ୍ ଇଣ୍ଡିଆ (କୋବ୍ସେ)ର ଅଧ୍ୟକ୍ଷ ଡ.
ଜି ଏମ୍ମାନୁଏଲ ଓ ସଚିବ ଏମ୍ ସି ଶର୍ମା ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଶ୍ରୀ ରାୱତ ଶିକ୍ଷା ବ୍ୟବସ୍ଥାରେ ପାରଦର୍ଶିତା ଓ ଉତ୍ତରଦାୟିତ୍ବ ଜରୁରି ବୋଲି କହିଥିଲେ।
ବାବା ରାମଦେବ କହିଥିଲେ, ଦେଶରେ କେବଳ ଡିଗ୍ରିଧାରି ନୁହେଁ, ସାମାଜିକ ଦାୟିତ୍ବ ନିର୍ବାହ କରୁଥିବା ନାଗରିକଙ୍କୁ ପ୍ରସ୍ତୁତ କରିବାର ଆବଶ୍ୟକତା ରହିଛି।
ଭାରତୀୟ ଶିକ୍ଷା ବୋର୍ଡର କାର୍ଯ୍ୟକାରୀ ସଚିବ ଏନ୍ ପି ସିଂହ କହିଥିଲେ, ଜଣେ ପିଲାର ପ୍ରାରମ୍ଭିକ ୧୪-୧୫ ବର୍ଷ ତାହାର ବ୍ୟକ୍ତିତ୍ବ ଦିଗ ନିର୍ଦ୍ଧାରଣ କରିଥାଏ।
ସେହିପରି, ଯୌଥ ପରିବାର ପିଲାମାନଙ୍କ ବ୍ୟକ୍ତିତ୍ବ ବିକାଶର ଏକ ଦୃଢ଼ ପାଠଶାଳା ବୋଲି ଆଚାର୍ଯ୍ୟ ବାଲକୃଷ୍ଣ କହିଥିଲେ।
ଏହି ଅବସରରେ ଭାରତୀୟ ଶିକ୍ଷା ବୋର୍ଡର ନିର୍ଦ୍ଦେଶକ (ଏକାଡେମିକ) ଡ.
ବନ୍ଦନା ପାଣ୍ଡେୟ, ରାଷ୍ଟ୍ରୀୟ ସହସଂଯୋଜକ ସ୍ବାମୀ ପୁଣ୍ୟ ଦେବ ଓ ଉପଦେଷ୍ଟା ସତେନ୍ଦ୍ର ପାୱାର ଉପସ୍ଥିତ ଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
