Independence Day: ୮୦ତମ ସ୍ୱାଧୀନତା ଦିବସରେ ୮୦ କିମି ଦୌଡ଼ିଲେ
"ରାଉରକେଲା (ଦେବବ୍ରତ ଗଡ଼ତିଆ): ରାଉରକେଲାର ପ୍ରସିଦ୍ଧ ଅଲ୍ଟ୍ରା ରନର୍ ତଥା ଦୁଇ ଦୁଇ ଥର ଗିନିଜ୍ ୱାର୍ଲ୍ଡ ରେକର୍ଡ ଅଧିକାରୀ ସୁମିତ ସିଂହ ପୁଣି ଥରେ ଏକ ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି।
୮୦ତମ ସ୍ଵାଧୀନତା ଦିବସ ଅବସରରେ ସେ ଏକ ସ୍ପେଶାଲ୍ ମାରାଥନ୍ ଆୟୋଜନ କରି ୮୦ କିଲୋମିଟର ଦୌଡ଼ ସଫଳତାର ସହ ସମ୍ପୂର୍ଣ୍ଣ କରିଛନ୍ତି।
ସ୍ଵାଧୀନତାର ଏହି ଐତିହାସିକ ପର୍ବକୁ ସ୍ମରଣୀୟ କରିବା ପାଇଁ ସୁମିତ ଇସ୍ପାତ ସହର ରାଉରକେଲାର ପ୍ରସିଦ୍ଧ ରିଙ୍ଗ୍ ରୋଡ୍ରେ ପ୍ରାୟ ୪ ଚକ୍କର ଲଗାଇ ଏହି ଅସାଧାରଣ ସଫଳତା ହାସଲ କରିଛନ୍ତି।
Advertisment ସକାଳ ପ୍ରାୟ ସାଢେ ୬ ଟାରେ ହନୁମାନ ବାଟିକା ଛକରୁ ଆରମ୍ଭ ହୋଇଥିବା ଏହି ଦୌଡ଼ ରାତି ୮.
୩୦ ରେ ଶେଷ ହୋଇଥିଲା।
ତାଙ୍କ ସହ ଦିଗନ୍ତର ସିଂହ ଓ ଅଜୟ ସେଠି ୫୧କିଲୋମିଟର, ସାମ୍ପ୍ରତନୟୀ ସେଠି ୪୦ କିଲୋମିଟର,, କହ୍ନେୟା ସାହୁ ୩୨ କିଲୋମିଟର ଦୌଡ଼ ସମ୍ପୂର୍ଣ କରିଥିଲେ।
ସୂଚନାଯୋଗ୍ୟ ଯେ, ସୁମିତ ପୂର୍ବରୁ ମାନୁଆଲ୍ ଟ୍ରେଡମିଲ୍ରେ ୧୨ ଘଣ୍ଟା ଏବଂ ୪୮ ଘଣ୍ଟା କ୍ରମାଗତ ଭାବେ ଦୌଡ଼ି ଦୁଇଟି ଗିନିଜ୍ ବିଶ୍ଵ ରେକର୍ଡ ନିଜ ନାମରେ କରିସାରିଛନ୍ତି।
ସ୍ଵାଧୀନତା ଦିବସର ଏହି ବିଶେଷ ଦିନରେ ସୁମିତଙ୍କ ୮୦ କିଲୋମିଟର ମାରାଥନ୍କୁ ସ୍ଥାନୀୟ କ୍ରୀଡ଼ାପ୍ରେମୀ, ଓଡ଼ିଶା ଷ୍ଟିଲ୍ ସିଟି ରନର୍ସ ଏବଂ ବନ୍ଧମୁଣ୍ଡା ରନର୍ସ ଗ୍ରୁପ୍ ପକ୍ଷରୁ ବେଶ୍ ଉତ୍ସାହର ସହ ସ୍ଵାଗତ କରାଯାଇଛି।
ସମଗ୍ର ରାଜ୍ୟରେ ସ୍ଵାଧୀନତା ଦିବସ ସୁରୁଖୁରୁରେ ପାଳିତ ହୋଇଛି: ପୁଲିସ ଡିଜି ସହରର ବିଭିନ୍ନ ସ୍ଥାନରେ ଲୋକମାନେ ଉପସ୍ଥିତ ରହି ତାଙ୍କୁ ଚିଅରଅପ୍ କରିବା ସହ ଜାତୀୟ ପତାକା ଧରି ତାଙ୍କ ସହ କିଛି ବାଟ ଦୌଡ଼ିଥିଲେ।
ସୁମିତଙ୍କ ଏହି କୃତିତ୍ଵ ଯୁବପିଢ଼ିଙ୍କୁ ଫିଟନେସ୍ ଏବଂ ନିଶାମୁକ୍ତ ସୁସ୍ଥ ଜୀବନଶୈଳୀ ଆପଣାଇବା ପାଇଁ ଏକ ବଡ଼ ପ୍ରେରଣା ଯୋଗାଇବ।
ତାଙ୍କର ଏହି ନୂତନ ସଫଳତା ପାଇଁ ସାରା ରାଉରକେଲା ତଥା ରାଜ୍ୟ କ୍ରୀଡ଼ା ଜଗତରେ ଏବେ ଖୁସିର ଲହରୀ ଖେଳିଯାଇଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
