Indian women's team: ଭାରତୀୟ ମହିଳା ଦଳର ସବୁଠୁ ବଡ଼ ବିଜୟ: ପ୍ରଥମ ଗୋଲ୍‌ ଦେଲେ ଓଡ଼ିଶା ଝିଅ ସୁନେଲିତା

Aug 19, 2026 - 05:42
Indian women's team: ଭାରତୀୟ ମହିଳା ଦଳର ସବୁଠୁ ବଡ଼ ବିଜୟ: ପ୍ରଥମ ଗୋଲ୍‌ ଦେଲେ ଓଡ଼ିଶା ଝିଅ ସୁନେଲିତା

"ଆମଷ୍ଟେଲଭିନ୍‌: ମହିଳା ହକି ବିଶ୍ୱକପ୍‌ ୨୦୨୬ରେ ଭାରତ ଚମତ୍କାର ପ୍ରଦର୍ଶନ କରି ଦକ୍ଷିଣ ଆଫ୍ରିକାକୁ ୬-୧ ଗୋଲ୍‌ରେ ପରାସ୍ତ କରିଛି।

ମହିଳା ବିଶ୍ବକପ୍‌ ଇତିହାସରେ ଏହାକୁ ଭାରତର ସବୁଠାରୁ ବଡ଼ ବିଜୟ ବୋଲି କୁହାଯାଉଛି।

ପ୍ରଥମ ମ୍ୟାଚ୍‌ରେ ଭାରତୀୟ ଦଳ ଶକ୍ତିଶାଳୀ ଚୀନକୁ ୨-୨ରେ ଅଟକାଇ ଆତ୍ମବିଶ୍ବାସର ସହ ନିଜ ଅଭିଯାନ ଆରମ୍ଭ କରିଥିଲା।

Advertisment Bazar Kolkata: କାର୍ତ୍ତିକ ଆର୍ଯ୍ୟନ ବଜାର କୋଲକାତା ବ୍ରାଣ୍ଡ୍‌ ଆମ୍ବାସଡର୍‌ ମଙ୍ଗଳବାର ନେଦରଲାଣ୍ଡ୍‌ସର ୱାଗେନର ଷ୍ଟାଡିୟମ୍‌ରେ ଖେଳାଯାଇଥିବା ପୁଲ୍‌-ଡି ମ୍ୟାଚ୍‌ରେ ଭାରତ ଆରମ୍ଭରୁ ଆକ୍ରମଣାତ୍ମକ ଖେଳ ଦେଖାଇଥିଲା।

ପ୍ରଥମ କ୍ୱାର୍ଟରର ୧୧ତମ ମିନିଟ୍‌ରେ ଓଡ଼ିଆ ଝିଅ ସୁନେଲିତା ଟପ୍ପୋ ଭାରତକୁ ଅଗ୍ରଣୀ କରିଥିଲେ।

୧୭ତମ ମିନିଟ୍‌ରେ ନବନୀତ କୌର ଏକ ପେନାଲ୍ଟି କର୍ଣ୍ଣରକୁ ଗୋଲ୍‌ରେ ପରିବର୍ତ୍ତନ କରି ଭାରତକୁ ୨-୦ରେ ଅଗ୍ରଣୀ କରାଇଥିଲେ।

୨୫ଜେ ମିନିଟରେ ସୁଶୀଲା ଚାନୁ ଆଉ ଏକ ପେନାଲ୍ଟି କର୍ଣ୍ଣରକୁ ଗୋଲ୍‌ରେ ପରିବର୍ତ୍ତନ କରି ଭାରତକୁ ୩-୦ରେ ଆଗୁଆ କରିଥିଲେ।

ତୃତୀୟ କ୍ୱାର୍ଟରରେ ଦୀପିକା(୩୮ତମ ମିନିଟ୍‌), ଲାଲରେମସିଆମି (୪୪ତମ ମିନିଟ୍‌) ଓ ସାକ୍ଷୀ (୪୫ ତମ ମିନିଟ) ଭାରତର ସ୍କୋର୍‌କୁ ୬ରେ ପହଞ୍ଚାଇଥିଲେ।

ଶେଷ କ୍ବାର୍ଟରରେ ଦକ୍ଷିଣ ଆଫ୍ରିକା ଏକମାତ୍ର ଗୋଲ୍‌ କରିଥିଲା।

୫୫ତମ ମିନିଟ୍‌ରେ ଦଳ ପକ୍ଷରୁ କାଇଲା ଡି" ୱାଲ୍‌ ଏକ ପେନାଲ୍ଟି କର୍ଣ୍ଣରକୁ ଗୋଲ୍‌ରେ ପରିବର୍ତ୍ତନ କରିବାରେ ସଫଳ ହୋଇଥିଲେ।

Monsoon 2026: ପୁଣି ସକ୍ରିୟ ହେବ ମୌସୁମୀ: ଆଜିଠୁ ପୂର୍ବ ଭାରତରେ ବଢ଼ିବ ବର୍ଷା ଏହି ବଡ଼ ବିଜୟ ସହ ଭାରତ ପୁଲ୍‌-ଡି"ର ଶୀର୍ଷସ୍ଥାନକୁ ଉଠିଛି ଏବଂ ଇଂଲଣ୍ଡ ବିପକ୍ଷ ପରବର୍ତ୍ତୀ ମ୍ୟାଚ୍‌ ପୂର୍ବରୁ ନିଜ ମନୋବଳକୁ ଉଚ୍ଚ କରିଛି।

ଏହା ପୂର୍ବରୁ ଚୀନ ୪-୨ରେ ଇଂଲଣ୍ଡକୁ ପରାସ୍ତ କରିଥିଲା।

ଫଳରେ ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ ଅତିକମରେ ଡ୍ର" ହେଲେ ବି ଭାରତ ଦ୍ବିତୀୟ ରାଉଣ୍ଡରେ ପ୍ରବେଶ କରିବ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media