Packages: ହଜାରେ କୋଟିର ପ୍ୟାକେଜ୍: ବନ୍ୟା ପ୍ରଭାବିତଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦଶସୂତ୍ରୀ ସହାୟତା
ଭୁବନେଶ୍ବର: ରାଜ୍ୟର ବନ୍ୟା ପ୍ରଭାବିତଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଏକ ହଜାର କୋଟି ଟଙ୍କାର ସ୍ୱତନ୍ତ୍ର ସହାୟତା ପ୍ୟାକେଜ୍ ଘୋଷଣା କରିଛନ୍ତି। ପ୍ରାରମ୍ଭିକ ଆକଳନ ଅନୁଯାୟୀ ଏହି ଘୋଷଣା କରାଯାଇଛି। ଚୂଡ଼ାନ୍ତ ଆକଳନ ପରେ ସହାୟତା ପରିମାଣ ବୃଦ୍ଧି କରାଯାଇପାରେ। ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳରେ ପୂର୍ବ ସ୍ଥିତି ଫେରାଇ ଆଣିବା ପାଇଁ ଆମ ସରକାର ସମ୍ପୂର୍ଣ୍ଣ ପ୍ରତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆଜି ପୂର୍ବାହ୍ଣରେ ଲୋକସେବା ଭବନରେ ଆୟୋଜିତ ଏକ ଉଚ୍ଚସ୍ତରୀୟ ବୈଠକରେ ମୁଖ୍ୟମନ୍ତ୍ରୀ ବନ୍ୟା ପରିସ୍ଥିତି ଓ ରିଲିଫ୍ ସହାୟତା ସମ୍ପର୍କରେ ଆଲୋଚନା କରିଥିଲେ। ଗଣମାଧ୍ୟମକୁ ସୂଚନା ଦେଇ ସେ କହିଥିଲେ, ଚଳିତ ବର୍ଷ ବର୍ଷା ପରିସ୍ଥିତି ଅତ୍ୟନ୍ତ ଅସ୍ୱାଭାବିକ ରହିଛି। ଜୁନ, ଜୁଲାଇ, ଅଗଷ୍ଟ- ଏହି ତିନି ମାସ ମଧ୍ୟରେ ୧୧୦୦ ମିଲିମିଟରରୁ ଅଧକ ବର୍ଷା ହୋଇଛି। ସ୍ୱାଭାବିକ ବର୍ଷା ପରିମାଣଠାରୁ ଏହା ୩୪ ପ୍ରତିଶତ ଅଧିକ। ଗତ ୨୫ ବର୍ଷ ମଧ୍ୟରେ ଏଭଳି ସ୍ଥିତି କେବେ ହୋଇ ନଥିଲା।
Jackal attack: ବିଲୁଆ କାମୁଡ଼ାରେ ୪ ଆହତ, ମେଡ଼ିକାଲରେ ଚିକିତ୍ସିତ
ମୁଖ୍ୟମନ୍ତ୍ରୀ କହିଥିଲେ, ଗତକାଲି ଯାଜପୁରଜିଲ୍ଲା ଦଶରଥପୁର ବ୍ଲକ୍ର କସପା, ତରପଦା ପଞ୍ଚାୟତ ସହ ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ୍ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ପଞ୍ଚାୟତର ବିଭିନ୍ନ ଗ୍ରାମର ଲୋକମାନଙ୍କୁ ଭେଟି ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲି। ସରକାରଙ୍କ ରିଲିଫ୍ ଓ ଅନ୍ୟାନ୍ୟ
ସହାୟତା ବାବଦରେ ଜନସାଧାରଣ ସନ୍ତୁଷ୍ଟ ଅଛନ୍ତି। ଆମ ସରକାର ହେଉଛି ଲୋକଙ୍କ ସରକାର। ଯେକୌଣସି ବିପର୍ଯ୍ୟୟ ଆସୁନା କାହିଁକି, ଆମେ ଲୋକଙ୍କ ସୁଖଦୁଃଖରେ ଅଛୁ ଓ ରହିବୁ। ମୁଖ୍ୟମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ଭଦ୍ରକ, ଯାଜପୁର, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ମଧ୍ୟ ବନ୍ୟା ସ୍ଥିତି ଉପୁଜିଛି। ଏହି ଜିଲ୍ଲାଗୁଡ଼ିକର ୭୪ଟି ବ୍ଲକ୍ର ୧୩୮୧ଟି ଗାଁ’ର ୯.୪୦ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ୫୫୦ଟି ରିଲିଫ୍ କ୍ୟାମ୍ପ ଖୋଲାଯାଇ ପ୍ରଭାବିତ ଲୋକଙ୍କୁ ରନ୍ଧା ଖାଦ୍ୟ ପ୍ରଦାନ କରାଯାଉଛି। ୬ଟି ଜିଲ୍ଲାରେ ୪୫ଟି ଓଡ୍ରାଫ୍, ୮ଟି ଏନ୍ଡିଆର୍ଏଫ୍ ଏବଂ ୬୫ଟି ଅଗ୍ନଶମ ସେବା ଦଳ ନିୟୋଜିତ ହୋଇଛନ୍ତି।
ବନ୍ୟା ପ୍ରଭାବିତଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦଶସୂତ୍ରୀ ସହାୟତା
ପ୍ରଭାବିତ ଚାଷୀମାନଙ୍କୁ ୨ ହେକ୍ଟର ପର୍ଯ୍ୟନ୍ତ କୃଷି ଇନ୍ପୁଟ ସବ୍ସିଡି
କ୍ଷତିଗ୍ରସ୍ତ ଚାଷୀଙ୍କୁ ଧାନ ଓ ଅଣଧାନ ବିହନ କ୍ରୟ ପାଇଁ ସାହାଯ୍ୟ
ସ୍ଥିତି ସ୍ବାଭାବିକ ହେବା ପର୍ଯ୍ୟନ୍ତ ଜାରି ରହିବ ଖାଦ୍ୟ ଯୋଗାଣ
ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଘୋଷଣା ହୋଇଥିବା ୧୦୦୦ କୋଟି ଟଙ୍କାର ଦଶ ସୂତ୍ରୀ ପ୍ୟାକେଜ୍ ମଧ୍ୟରେ ବିଭିନ୍ନ ପ୍ରକାରର ସହାୟତା ବ୍ୟବସ୍ଥା ରହିଛି। ବନ୍ୟା ପ୍ରଭାବିତ ଚାଷୀମାନଙ୍କୁ କୃଷି ଇନ୍ପୁଟ ସବ୍ସିଡି ସହାୟତା ପ୍ରଦାନ କରାଯିବ। ଏଥିରେ ୩୩ ପ୍ରତିଶତ ଓ ତାହାଠାରୁ ଅଧିକ ଫସଲ କ୍ଷତି ହୋଇଥିବା ଚାଷୀମାନଙ୍କୁ ୨ ହେକ୍ଟର ପର୍ଯ୍ୟନ୍ତ ଅଣଜଳସେଚିତ ଅଞ୍ଚଳରେ ହେକ୍ଟର ପିଛା ୮,୫୦୦ ଟଙ୍କା, ଜଳସେଚିତ ଅଞ୍ଚଳରେ ହେକ୍ଟର ପିଛା ୧୭ ହଜାର ଟଙ୍କା ଏବଂ ସମସ୍ତ ପ୍ରକାର ବାରମାସୀ ଫସଲ ପାଇଁ ହେକ୍ଟର ପିଛା ୨୨,୫୦୦ ଟଙ୍କା ସହାୟତା ଦିଆଯିବ। କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ବିଭିନ୍ନ ପ୍ରଜାତିର ଧାନ ଓ ଅଣଧାନ ବିହନ କିଣିବା ନିମନ୍ତେ ଆର୍ଥିକ ସହାୟତା ସାଙ୍ଗକୁ ମାଗଣାରେ ପନିପରିବା ମିନିକିଟ୍ ପ୍ରଦାନ କରାଯିବ। ବନ୍ୟା ପରବର୍ତ୍ତୀ ରୋଗପୋକ ପରିଚାଳନା ପାଇଁ ମଧ୍ୟ କ୍ଷତିଗ୍ରସ୍ତ ଚାଷୀଙ୍କୁ ୭୫% ସବ୍ସିଡି ପ୍ରଦାନ କରାଯିବ।
Neglect: ପାହାଡ଼ ତଳ ଗାଁରେ ପ୍ରଳୟ ପରିସ୍ଥିତି; ନିରାଶ୍ରୟ, ଅସହାୟ ଅବସ୍ଥାରେ ୩୧ ପରିବାର
ପ୍ରାଣୀସମ୍ପଦ କ୍ଷତିର ଭରଣା ପାଇଁ ଆର୍ଥିକ ସହାୟତା ସହିତ ନଷ୍ଟ ହୋଇଯାଇଥିବା ଡଙ୍ଗା, ଜାଲ, ପୋଖରୀ ଇତ୍ୟାଦି ପାଇଁ ଆର୍ଥିକ ସାହାଯ୍ୟ ଦିଆଯିବ। ବନ୍ୟା ପ୍ରଭାବିତ ବ୍ୟକ୍ତିବିଶେଷଙ୍କୁ ବାସନକୁସନ ଓ ବସ୍ତ୍ର ନିମନ୍ତେ ଆବଶ୍ୟକ ଅର୍ଥ ପ୍ରଦାନ କରାଯିବ। ଇଚ୍ଛୁକ ଚାଷୀଙ୍କ ସ୍ୱଳ୍ପ ମିଆଦୀ ଖରିଫ କୃଷି ଋଣକୁ ମଧ୍ୟମ ଅବଧି କୃଷି ଋଣରେ ପରିଣତ କରାଯିବ। ହସ୍ତଶିଳ୍ପ ଓ ହସ୍ତତନ୍ତ କ୍ଷେତ୍ରରେ କ୍ଷତିଗ୍ରସ୍ତ ଉପକରଣ, ଯନ୍ତ୍ରପାତି କିଣିବା ପାଇଁ ୫ ହଜାର ଟଙ୍କା ଏବଂ କଞ୍ଚାମାଲ, ପ୍ରସ୍ତୁତ ସାମଗ୍ରୀ କ୍ଷତି ପାଇଁ ୫ ହଜାର ଟଙ୍କା ସହାୟତା ଦିଆଯିବ। ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ରାସ୍ତାଘାଟ, କେନାଲବନ୍ଧର ସାମୟିକ ମରାମତି ଯୁଦ୍ଧକାଳୀନ ଭିତ୍ତିରେ କରାଯିବ। ବନ୍ୟା ପ୍ରଭାବିତ ଅଞ୍ଚଳରେ ସ୍ଥିତି ସ୍ୱାଭାବିକ ହେବା ପର୍ଯ୍ୟନ୍ତ ରନ୍ଧା ଓ ଶୁଖିଲା ଖାଦ୍ୟ ଯୋଗାଣ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ବୈଠକରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ରାଜ୍ୟସଭା ସାଂସଦ ମନମୋହନ ସାମଲଙ୍କ ସହିତ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିସନର, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ବିଭିନ୍ନ ବିଭାଗର ସଚିବସ୍ତରୀୟ ଅଧିକାରୀ ଓ ସ୍ୱତନ୍ତ୍ର ରିଲିଫ୍ କମିସନର ଉପସ୍ଥିତ ଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
