ନିଟ୍ ପେପର ଲିକ୍ ମାମଲା :ସବୁ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ ଦାଖଲ
ନନ୍ଦିଘୋଷ ବ୍ୟୁରୋ: ନିଟ୍ ପେପର ଲିକ୍ ମାମଲାରେ ସମସ୍ତ ୧୩ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରାଯାଇଛି। ଦିଲ୍ଲୀ ରାଉଜ୍ ଆଭେନ୍ଯୁ କୋର୍ଟରେ ଚାର୍ଜସିଟ ଦାଖଲ କରିଛି ସିବିଆଇ। କୋର୍ଟ ତରଫରୁ ଅଭିଯୁକ୍ତଙ୍କ ଓକିଲକୁ ଦିଆଯାଇଛି ସଫଟ କପି। ଆସନ୍ତାକାଲି କୋର୍ଟ ଚାର୍ଜସିଟ ଉପରେ ନିଜର ମତ ରଖିପାରନ୍ତି। ସେପଟେ ସେପଟେ ଅଗଷ୍ଟ ୧୮ ତାରିଖ ଯାଏ ଦିନେଶ ବିୱାଲ, ବିକାଶ ବିୱାଲଙ୍କ ଜାମିନ ଶୁଣାଣିକୁ ସ୍ଥଗିତ ରଖାଯାଇଛି। ସେପଟେ ନିଟ ପ୍ରଶ୍ନପତ୍ର ପ୍ରସଙ୍ଗରେ କେନ୍ଦ୍ର ସରକାର ଆଜି ସୁପ୍ରିମକୋର୍ଟଙ୍କୁ ଦେବେ ଉତ୍ତର। ପ୍ରିଣ୍ଟିଂ ପ୍ରେସରୁ ପରୀକ୍ଷା ହଲ ଯାଏ ପ୍ରଶ୍ନପତ୍ର ପରିବହନ ସମ୍ପର୍କରେ ଆଜି ସବିଶେଷ ଦିବରଣୀ ଦେବେ। ଏସଂକ୍ରାନ୍ତ ସମସ୍ତ ତଥ୍ୟ ରଖିବା ଲାଗି କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଥିଲେ ସର୍ବୋଚ୍ଚ ଅଦାଲତ । ନିଟ ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ ସାରା ଦେଶରେ ଅସନ୍ତୋଷ ବ୍ୟାପିଥିବାବେଳେ ପ୍ରଶ୍ନପତ୍ର ପରିବହନ ସମ୍ପର୍କରେ ଜାଣିବାକୁ ଚାହିଁଛନ୍ତି ସୁପ୍ରିମକୋର୍ଟ। ସରକାର ପ୍ରଶ୍ନପତ୍ର ଓ ପରୀକ୍ଷା ପ୍ରସଙ୍ଗରେ କି କି ସଂସ୍କାର କରିଛନ୍ତି ସେ ସମ୍ପର୍କରେ ଜାଣିବାକୁ ଚାହିଁଛନ୍ତି ଅଦାଲତ। ନିଟ ପ୍ରଶ୍ନପତ୍ର ଲିକ୍ ଘଟଣାରେ ନିରାପଦ ବ୍ୟବସ୍ଥା ସମ୍ପର୍କିତ ଦାୟର କେତେକ ପିଟିସନର ଶୁଣାଣି କରିବାକୁ ସହମତ ହୋଇଥିଲେ ଜଷ୍ଟିସ ପିଏସ ନରସିହ୍ମା ଓ ଜଷ୍ଟିସ ଆଲୋକ ଆରାଧେଙ୍କୁ ନେଇ ଗଠିତ ଖଣ୍ଡପୀଠ। ପରୀକ୍ଷା ପରିଚାଳନା ସମ୍ପର୍କରେ ସରକାର ସମସ୍ତ ପ୍ରକ୍ରିୟା ଅବଗତ କରାଇବାକୁ ପ୍ରସ୍ତୁତ ବୋଲି ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କୋର୍ଟଙ୍କୁ କରିଥିଲେ ଅବଗତ। ଏନେଇ ଆଜି ଏକ ସତ୍ୟପାଠ ବି ଦାଖଲ କରାଯିବ। ଗତ ମେ ୩ ତାରିଖରେ ହୋଇଥିବା ନିଟ୍ ପିଜିରେ ପ୍ରଶ୍ନପତ୍ର ଲିକ୍ ହେବା ପରେ ବାତିଲ ହୋଇଥିଲା ପରୀକ୍ଷା। ଏହାକୁ ନେଇ ସାରା ଦେଶରେ ସୃଷ୍ଟି ହୋଇଥିଲା ଆନ୍ଦୋଳନ। ଏହି ଘଟଣାର ତଦନ୍ତ ଜାରି ରଖିଛି ସିବିଆଇ।..
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
