Trisha Salutes Vijay : ସ୍ବାଧୀନତା ଦିବସ କାର୍ଯ୍ୟକ୍ରମରେ ସାମିଲ ହେଲେ ତ୍ରିଷା, ଅସନ୍ତୋଷ ବ୍ୟକ୍ତ କଲେ ଲୋକେ
"ମୁମ୍ବାଇ: ତାମିଲନାଡୁର ମୁଖ୍ୟମନ୍ତ୍ରୀ ହେବାପରେ ସି.
ଜୋସେଫ ବିଜୟ ୮୦ତମ ସ୍ବାଧୀନତା ଦିବସ ଉପଲକ୍ଷେ ତ୍ରିରଙ୍ଗା ଉତ୍ତୋଳନ କରିଛନ୍ତି।
ଏହି ଅବସରରେ ତାଙ୍କ ପିତାମାତା ଏବଂ ଘନିଷ୍ଠ ବନ୍ଧୁ ତ୍ରିଷା କୃଷ୍ଣନଙ୍କୁ ମଧ୍ୟ ଆଗ ଧାଡିରେ ବସିଥିବାର ଦେଖିବାକୁ ମିଳିଛି।
ଯାହାର ଏକ ଭିଡିଓ ସାମ୍ନାକୁ ଆସିଛି।
ବିଜୟ ମୁଖ୍ୟମନ୍ତ୍ରୀ ହେବା ପରଠାରୁ ତ୍ରିଶା ଅନେକ କାର୍ଯ୍ୟକ୍ରମରେ ତାଙ୍କ ସହ ସାମିଲ ହେଉଥିବା ନିଜରକୁ ଆସିଛି।Advertisment ପତାକା ଉତ୍ତୋଳନ କଲେ ବିଜୟ; ବଖାଣିଲେ ସରକାରଙ୍କ କାମ ତ୍ରିଷା ସ୍ବାଧୀନତା ଦିବସ କାର୍ଯ୍ୟକ୍ରମରେ କେବଳ ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେଇ ନଥିଲେ, ବରଂ ସେ ବିଜୟଙ୍କ ପିତାମାତାଙ୍କ ପାଖ ସିଟ୍ରେ ବସିଥିଲେ ।
ମୁଖ୍ୟମନ୍ତ୍ରୀ ବିଜୟ ପତାକା ଉତ୍ତୋଳନ କରି ଅଭିବାଦନ ଜଣାଉଥିବା ସମୟରେ ଦର୍ଶକଙ୍କ ସହ ବସିଥିବା ତ୍ରିଷା କ୍ରିଷ୍ଣନ ହସିହସି ତାଙ୍କୁ ସାଲ୍ୟୁଟ୍ କରୁଥିବାର ଦୃଶ୍ୟ କ୍ୟାମେରାରେ କୈଦ ହୋଇଥିଲା।
VIDEO | Actor Trisha joins Independence Day function in Chennai; sits with Tamil Nadu CM Vijay's parents.(Full video available on PTI Videos - https://t.co/d8jp61yd2p) pic.twitter.com/vGqEMZahXU — Press Trust of India (@PTI_News) August 15, 2026 ଏହି ମୁହୂର୍ତ୍ତର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ କିଛି ମହଲରେ ଏହି ଘଟଣାକୁ ସମାଲୋଚନା କରାଯାଉଛି।
କିଛିଲୋକ ପ୍ରତିକ୍ରିୟା ଦେଇ ବିଜୟଙ୍କୁ ସମାଲୋଚନା କରି କହିଛନ୍ତି, " ଧର୍ମପତ୍ନୀ କେଉଁଆଡେ ଗଲେ?
ଛାଡ଼ପତ୍ର ମାମଲା କେତେଦୂର ଗଲା?
ସ୍ବାଧୀନତା ଦିବସରେ ବିଜୟ ଓ ତ୍ରିଷାଙ୍କ ଏଭଳି ସ୍ବଭାବ ଆଦୌ ଆଖିକୁ ସୁନ୍ଦର ଲାଗୁ ନାହିଁ ବୋଲି ଲୋକେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
ଉଲ୍ଲେଖଯୋଗ୍ୟ, ବିଜୟ ଏବଂ ସଙ୍ଗୀତା ୧୯୯୯ ମସିହାରେ ବିବାହ କରିଥିଲେ।
ଏହି ସମ୍ପର୍କରୁ ସେମାନଙ୍କର ଦୁଇଜଣ ସନ୍ତାନ ଅଛନ୍ତି।
ପୁଅଙ୍କ ନାମ ଜେସନ୍ ସଞ୍ଜୟ ଏବଂ ଝିଅଙ୍କ ନାମ ଦିବ୍ୟା ସାଶା।
୨୭ ବର୍ଷର ପୁରୁଣା ସମ୍ପର୍କ ଭାଙ୍ଗିବାର ସ୍ଥିତିକୁ ପହଞ୍ଚିଥିଲା, କିନ୍ତୁ ଏବେ ଉଭୟଙ୍କର ଛାଡ଼ପତ୍ର ହେବ ନାହିଁ ବୋଲି ଖବର ପ୍ରକାଶ ପାଇଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
