92,000 trees: ଚଳିତବର୍ଷ ଲାଗିଲାଣି ୯୨ ହଜାର ଗଛ: ୩୧ ତାରିଖ ଯାଏଁ ଚାଲିବ ଅଭିଯାନ, ୮ ବର୍ଷରେ ଲାଗିଛି ୮ ଲକ୍ଷରୁ ଅଧିକ
"ଭୁବନେଶ୍ୱର: ପରିବର୍ତ୍ତିତ ପରିବେଶ ଓ ଏହାର ପ୍ରଭାବରୁ ମୁକୁଳିବା ସହ ପରିବେଶ ସୁରକ୍ଷା ଦିଗରେ ସଚେତନତା ଲାଗି ୮ ବର୍ଷ ତଳେ "ସମ୍ବାଦ ଗ୍ରୁପ୍" ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକଙ୍କ ଦିଗଦର୍ଶନରେ "ସମ୍ବାଦ-ସାହିତ୍ୟଘର" ପକ୍ଷରୁ ବୃକ୍ଷରୋପଣ ଅଭିଯାନ ଆରମ୍ଭ ହୋଇଥିଲା।
ଏହା ଏବେ ଆନ୍ଦୋଳନର ରୂପ ନେଇଛି।Advertisment Monsoon 2026: ପୁଣି ସକ୍ରିୟ ହେବ ମୌସୁମୀ: ଆଜିଠୁ ପୂର୍ବ ଭାରତରେ ବଢ଼ିବ ବର୍ଷା ପ୍ରତିବର୍ଷ "ସମ୍ବାଦ"ର ୧୦ଟି ସଂସ୍କରଣ ଅଧୀନରେ ଥିବା ରାଜ୍ୟ ଓ ରାଜ୍ୟ ବାହାରର ୩୭୨ଟି "ସାହିତ୍ୟଘର" ଶାଖାର ୪୦ ହଜାରରୁ ଅଧିକ ସଦସ୍ୟ ଏହି ଅଭିଯାନରେ ସାମିଲ ହୋଇ ଚାରାରୋପଣ କରୁଛନ୍ତି।
୨୦୧୯ରୁ ୨୦୨୫ ମଧ୍ୟରେ ମୋଟ ୭ ଲକ୍ଷ ୨୦ ହଜାର ୬୯୪ରୁ ଅଧିକ ଚାରା ରୋପଣ ହୋଇସାରିଛି।
ଚଳିତବର୍ଷ ଏଯାଏଁ ୯୨ ହଜାର ୧୫୮ରୁ ଅଧିକ ଚାରା ରୋପଣ କରାଯାଇଛି।
ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଅଭିଯାନ ଚାଲିବାକୁ ଥିବାରୁ ଚାରାରୋପଣ ସଂଖ୍ୟା ଆହୁରି ବଢ଼ିବ।
ଏହି ଅବସରରେ "ସମ୍ବାଦ ଗ୍ରୁପ୍"ର ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ଓ "ସାହିତ୍ୟଘର"ର ରାଜ୍ୟ ସଂଯୋଜିକା ଡ.
ଶୁଭଶ୍ରୀ ଲେଙ୍କା "ସାହିତ୍ୟଘର"ର ସଦସ୍ୟ ଓ ସହଯୋଗୀ ଅନୁଷ୍ଠାନଗୁଡ଼ିକର କର୍ମକର୍ତ୍ତାଙ୍କୁ ସାଧୁବାଦ ଜଣାଇଛନ୍ତି।
Horoscope 2026 August 19: ଜାଣନ୍ତୁ ଆଜିର ରାଶିଫଳ..."
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
