Ind vs SL A: ଛକା ମାରିବାକୁ ଯାଉଥିଲେ ବୈଭବ ସୂର୍ଯ୍ୟବଂଶୀ; ଜନିଥ ଲିୟାନଗେ କଲେ ଶିକାର; ଦେଖନ୍ତୁ ଭିଡିଓ
ଦୋହା: ବିସ୍ମୟ ବାଳକ ବୈଭବ ସୂର୍ଯ୍ୟବଂଶୀ ଙ୍କ ବ୍ୟାଟ୍ ପୁଣି ଥରେ ଗର୍ଜିଛି।
କିନ୍ତୁ ଶ୍ରୀଲଙ୍କା ଏ ବିପକ୍ଷ ଗୁରୁତ୍ବମୂର୍ଣ୍ଣ ମୁକାବିଲାରେ ତାଙ୍କର ବ୍ୟାଟ୍ ଅଧିକ ସମୟ ପର୍ଯ୍ୟନ୍ତ ତିଷ୍ଠି ପାରି ନାହିଁ।
ଏସିସି ପୁରୁଷ ଏସିଆ କପ୍ ରାଇଜିଂ ଷ୍ଟାର୍ସ ୨୦୨୬ର ପ୍ରଥମ ସେମିଫାଇନାଲରେ ବୈଭବ ସୂର୍ଯ୍ୟବଂଶୀ ୪୦ ରନ୍ କରି ଆଉଟ୍ ହୋଇଛନ୍ତି।
ଗୁରୁବାର ଶ୍ରୀଲଙ୍କା ଏ ବୋଲର ଜନିଥ ଲିୟାନଗେ ତାଙ୍କୁ ସଟ୍ ବଲ୍ ଦେଇ ଶିକାର କରିଛନ୍ତି।
ଏହି ୱିକେଟ ଭାରତୀୟ ଇନିଂସର ଅଷ୍ଟମ ଓଭରରେ ପଡ଼ିଛି।
ଜନିଥ ଲିୟାନଗେ ଓଭର ଦ ୱିକେଟ ବଲ୍ ଦେଇଥିଲେ, ଯାହା କି ସଟ୍ ପିଚ୍ ହୋଇ କାନ୍ଧ ସ୍ତର ପାଖାପାଖି ଦେଖି ବାହାରକୁ ଯାଉଥିଲା।
ବୈଭବ ଏହି ବଲ୍କୁ ପୁଲ୍ ସର୍ଟ ମାରିବାକୁ ଉଦ୍ୟମ କରିଥିଲେ।
କିନ୍ତୁ ସେ ସର୍ଟ ପର ନିୟନ୍ତ୍ରଣ ରଖିପାରି ନଥିଲେ।
ତାଙ୍କର ନିମ୍ନ ହାତ ଖସି ଯାଇଥିଲା ଏବଂ ବଲ୍ ମିଡ୍-ଅନ୍ ଉପର ଦେଇ ଆକାଶକୁ ଚାଲି ଯାଇଥିଲା।
Advertisment ଦୋହାର ଇଡେନ୍ ପାର୍କ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ପଛ ଆଡ଼କୁ ଯାଉଥିବା ଲସିତ କ୍ରୁସପୁଲ୍ଲେ ଚମତ୍କାର କ୍ୟାଚ୍ ନେଇଥିଲେ।
ଏଥି ସହିତ ବୈଭବଙ୍କ ଇନିଂସ ଶେଷ ହୋଇଯାଇଥିଲା।
ସେ ୨୭ଟି ବଲ୍ ଖେଳି ୪୦ ରନ୍ ସଂଗ୍ରହ କରିଥିଲେ, ଯେଉଁଥିରେ ୪ଟି ଚୌକା ଏବଂ ୩ଟି ଛକା ସାମିଲ ରହିଛି।
ଶ୍ରୀଲଙ୍କା ଏ ଖେଳାଳିମାନେ ବୈଭବଙ୍କ ୱିକେଟ ହାସଲ କରି ଉତ୍ସବ ପାଳନ କରିଛନ୍ତି। 🚨 VAIBHAV SOORYAVANSHI THROWS HIS WICKET AWAY AGAINST SRI LANKA🚨 After making headlines with his unbelievable batting performances, everyone was expecting another big innings from the young Indian sensation....See more pic.twitter.com/VcSpLpmXn5 — Aarya 🕊️ (@Vitamin_Vk18) November 26, 2026 Cricket: ଅନେକ ରେକର୍ଡ ଭାଙ୍ଗିଲେ; କ୍ରିକେଟ ଇତିହାସର ସବୁଠୁ ଦ୍ରୁତ ଦ୍ବିଶକ ମାରିଲେ ବୈଭବ ସୂର୍ଯ୍ୟବଂଶୀ ସୂଚନାଯୋଗ୍ୟ, ଏହି ଟୁର୍ଣ୍ଣାମେଣ୍ଟରେ ବୈଭବ ସୂର୍ଯ୍ୟବଂଶୀ ଗତ ମ୍ୟାଚ୍ରେ ୫୩ଟି ବଲ୍ ଖେଳି ୨୦୪ ରନ୍ ସଂଗ୍ରହ କରିଥିଲେ।
ଏହି ସ୍କୋର କ୍ରିକେଟ ଇତିହାସ ନିଶ୍ଚିତ ଭାବେ ମନେ ରଖିବ।
ଏବେ ସେମିଫାଇନାଲରେ ମଧ୍ୟ ଦର୍ଶକମାନେ ବୈଭବଙ୍କ ଠାରୁ ବଡ଼ ସ୍କୋର ଆଶା କରିଥିଲେ।
କିନ୍ତୁ ଦର୍ଶକଙ୍କ ଆଶା ଅନୁସାରେ ବୈଭବ ସେହିଭଳି କାମ କରିପାରି ନାହାନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
