Delhi High Court: ହାଇକୋର୍ଟଙ୍କ ବଡ଼ ରାୟ, ଯେକୌଣସି ସମୟରେ ସନ୍ତାନଙ୍କୁ ଘରୁ ବାହାର କରିପାରିବେ ବାପା-ମାଆ

Nov 26, 2026 - 17:28
Delhi High Court: ହାଇକୋର୍ଟଙ୍କ ବଡ଼ ରାୟ, ଯେକୌଣସି ସମୟରେ ସନ୍ତାନଙ୍କୁ ଘରୁ ବାହାର କରିପାରିବେ ବାପା-ମାଆ

ନୂଆଦିଲ୍ଲୀ: ପ୍ରାୟତଃ ଦେଖାଯାଏ ଯେ, ବୟସ ବଢ଼ିବା ସହିତ କିଛି ସନ୍ତାନ ନିଜ ପିତାମାତାଙ୍କ ସହ ଖରାପ ବ୍ୟବହାର କରନ୍ତି।

ଏଭଳି ପରିସ୍ଥିତିରେ, ପିତାମାତାଙ୍କ ପାଖରେ ଥିବା ଏକମାତ୍ର ଉପାୟ ହେଉଛି ନିଜ ସନ୍ତାନମାନଙ୍କୁ ସମ୍ପତ୍ତିରୁ ବଞ୍ଚିତ କରିବା କିମ୍ବା ସେମାନଙ୍କୁ ନିଜ ସମ୍ପତ୍ତିରୁ ବାଦ୍ ଦେବା।

ତେବେ, ସଚେତନତାର ଅଭାବ ଯୋଗୁଁ ଅନେକ ସମୟରେ ପିତାମାତା ଏଭଳି ପଦକ୍ଷେପ ନେବାକୁ ସକ୍ଷମ ହୁଅନ୍ତି ନାହିଁ।

ନିକଟରେ ଦିଲ୍ଲୀ ହାଇକୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ପିତାମାତା ଚାହିଁଲେ ଯେକୌଣସି ସମୟରେ ନିଜ ସନ୍ତାନମାନଙ୍କୁ ନିଜ ସମ୍ପତ୍ତିରୁ ବାଦ୍ ଦେଇପାରିବେ।

Advertisment ଦିଲ୍ଲୀ ହାଇକୋର୍ଟଙ୍କ ଏହି ରାୟ ଅନୁଯାୟୀ, ୬୦ ବର୍ଷ କିମ୍ବା ତଦୁର୍ଦ୍ଧ୍ୱ ବୟସର ପିତାମାତା ନିଜ ସନ୍ତାନମାନଙ୍କୁ ନିଜ ସମ୍ପତ୍ତିରୁ ବାହାର କରିଦେବା ପାଇଁ ଆବେଦନ କରିପାରିବେ।

ଏଥିପାଇଁ ସେମାନଙ୍କୁ ଏହା ପ୍ରମାଣ କରିବାର ଆବଶ୍ୟକତା ନାହିଁ ଯେ, ସେମାନଙ୍କ ସନ୍ତାନମାନେ ସେମାନଙ୍କ ସହ ଖରାପ ବ୍ୟବହାର କରୁଛନ୍ତି କିମ୍ବା ହଇରାଣ କରୁଛନ୍ତି।

ଏହି ମାମଲାଟି କ'ଣ?

ଏହି ଘଟଣାଟି ଦକ୍ଷିଣ ଦିଲ୍ଲୀର ମସଜିଦ୍ ମୋଥ୍ ଅଞ୍ଚଳରେ ରହୁଥିବା ୮୫ ବର୍ଷୀୟ ସୁଭାଷ ଚନ୍ଦ୍ର ମଲହୋତ୍ରାଙ୍କ ସହ ଜଡ଼ିତ।

ସେ ୧୯୮୦ ମସିହାରେ ଦିଲ୍ଲୀ ଡେଭଲପମେଣ୍ଟ ଅଥରିଟି ଠାରୁ ଏକ ଘର କିଣିଥିଲେ ଏବଂ ୨୦୦୦ ମସିହାରେ ଏହାକୁ 'ଫ୍ରି-ହୋଲ୍ଡ' (ମାଲିକାନା ଅଧୀନ) ସମ୍ପତ୍ତିରେ ପରିଣତ କରିଥିଲେ।

ତାଙ୍କ ବଡ଼ ପୁଅ ଏବଂ ବୋହୂ ୨୦୦୩ ମସିହାରେ ବିବାହ କରିବା ପରଠାରୁ ସେହି ଘରେ ରହୁଥିଲେ।

ବୟସ୍କ ପିତା ସେମାନଙ୍କୁ ବାରମ୍ବାର ଘର ଛାଡ଼ି ଅନ୍ୟ କେଉଁଠାରେ ରହିବାକୁ କହିଥିଲେ, କିନ୍ତୁ ସେମାନେ ଘର ଛାଡ଼ିବାକୁ ମନା କରିଦେଇଥିଲେ।

ପିତା ଅଭିଯୋଗ କରିଥିଲେ ଯେ, ତାଙ୍କ ପତ୍ନୀଙ୍କ ମୃତ୍ୟୁ ପରେ ପୁଅ ଓ ବୋହୂ ତାଙ୍କ ସହ ଖରାପ ବ୍ୟବହାର କରିବା ଆରମ୍ଭ କରିଥିଲେ।

ଏହାପରେ ‌ସେ ହଇରାଣ ଓ ଦୁର୍ବ୍ୟବହାର ଶିକାର ହେଉଥିବା ନେଇ ଅଭିଯୋଗ କରିଥିଲେ।

ଫଳସ୍ୱରୂପ, ୨୦୨୨ ମସିହାରେ ସେ ନିଜ ପୁଅ ଓ ବୋହୂଙ୍କୁ ଘରୁ ବାହାର କରିବା ପାଇଁ ଆଇନଗତ ପ୍ରକ୍ରିୟା ମଧ୍ୟ ଆରମ୍ଭ କରିଥିଲେ।

ମାମଲାଟି ମାଜିଷ୍ଟ୍ରେଟଙ୍କ ନିକଟରେ ପହଞ୍ଚିଲା ଅଦାଲତ ସ୍ପଷ୍ଟ କରିଛନ୍ତି ଯେ, ଯଦି ଜଣେ ବୟସ୍କ ବ୍ୟକ୍ତି ନିଜ ସମ୍ପତ୍ତିରେ ଶାନ୍ତି ଓ ସମ୍ମାନର ସହ ରହିବାକୁ ଚାହାଁନ୍ତି, ତେବେ ସେମାନଙ୍କୁ ନିଜ ସନ୍ତାନମାନଙ୍କ ଦ୍ୱାରା ହେଉଥିବା ନିର୍ଯାତନାର କୌଣସି ଠୋସ୍ ପ୍ରମାଣ ଦେବାର ଆବଶ୍ୟକତା ନାହିଁ।

ଅଦାଲତ ପୁଅ ଓ ବୋହୂଙ୍କୁ ଚାରି ସପ୍ତାହ ମଧ୍ୟରେ ଉକ୍ତ ସ୍ଥାନ ଖାଲି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏହା ବ୍ୟତୀତ, ଅଦାଲତ ସମ୍ପୃକ୍ତ ଥାନାର ଭାରପ୍ରାପ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ଆବଶ୍ୟକ ପଡ଼ିଲେ ସେମାନେ ଯେପରି ସମ୍ପୃକ୍ତ ବୟସ୍କ ବ୍ୟକ୍ତିଙ୍କୁ ସହାୟତା ପ୍ରଦାନ କରି‌ବେ।

ଘରେ ନ ହେଲେ ନାଇଁ ଆମେ ପାଳିବୁ ତୋ ଜନମଦିନ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)