Ganjam Police: ଘରେ ନ ହେଲେ ନାଇଁ ଆମେ ପାଳିବୁ ତୋ ଜନମଦିନ

Nov 26, 2026 - 16:55
Ganjam Police: ଘରେ ନ ହେଲେ ନାଇଁ ଆମେ ପାଳିବୁ ତୋ ଜନମଦିନ

ବ୍ରହ୍ମପୁର: କୁନି କଥା କିନ୍ତୁ ବଡ ପ୍ରଭାବ | ସାଧାରଣ ମଣିଷଟିଏ ସବୁବେଳେ ଭାବେ ଏମିତି କିଛି ନ ହେଉ ଯେମିତି ପୁଲିସଙ୍କ ପାଖକୁ ଯିବାକୁ ପଡିବ | ବେଳେବେଳେ ଲୋକଙ୍କ ମାନସିକତା ବି ଏମିତି ଥାଏ ଯେ ପୁଲିସଙ୍କ ସହ ବନ୍ଧୁତା ବାନ୍ଧିବା ଯେତିକି ଭଲ, ସେତିକି ଅଡୁଆ | ହେଲେ ପୁଲିସ କର୍ମଚାରୀଙ୍କର ବି ହୃଦୟ ଅଛି ଆଉ ସେମାନେ ବି ଠିକ ଆମ ଭଳି | ହଁ, ଫରକ ଏତିକି ଯେତେବେଳେ ବର୍ଦ୍ଦି ପିନ୍ଧିଦିଅନ୍ତି ସେବେ ଦାୟିତ୍ୱ ଆଉ କର୍ତ୍ତବ୍ୟର ବୋଝ ସେମାନଙ୍କ ଉପରେ ବି ଥାଏ | ଏବେ ଗଂଜାମ ପୁଲିସ ଏମିତି କିଛି କରିଛି, ଯାହାକୁ ନେଇ ସମସ୍ତେ କହୁଛନ୍ତି ବାଃ ବାଃ ଗଂଜାମ ପୁଲିସ | Advertisment ଆହୁରି ପଢନ୍ତୁ: Coordinated Drive to Eliminate Child Labour ଶିଶୁ ଶ୍ରମିକ ଓ ଶିଶୁ ଭିକ୍ଷାବୃତ୍ତି ଉଚ୍ଛେଦ ପାଇଁ ଆରମ୍ଭ ହେବ ସମନ୍ବିତ ଉଦ୍ୟମ କଥାଟି କିଛି ଏମିତି | ବାତ୍ୟା ଅକଵାନବେଳେ ଯେଭଳି କାହାର ଧନଜୀବନ କ୍ଷୟକ୍ଷତି ନ ହେଉ ସେଥିପାଇଁ ଗଞ୍ଜାମ ଜିଲ୍ଲାରେ ତଳିଆ ଅଂଚଳର ଲୋକଙ୍କୁ ଆଶ୍ରୟସ୍ଥଳୀକୁ ଅଣାଯାଇଥିଲା | ବାତ୍ୟା ଆସିଲେ ଘର ଭାଙ୍ଗିଯିବନି ତ, ପ୍ରବଳ ବର୍ଷାରେ କାନ୍ଥ ଭୁଶୁଡି ପଡିବ ନାହିଁ ତ, ଏହି ଚିନ୍ତା ଆଶଙ୍କାରେ ଆଶ୍ରିତ ଥିଲେ | ହେଲେ ଏହାରି ଭିତରେ ଖୁସି ନିଜ ବାଟ ଖୋଜି ନେଇଥିଲା | ଗଂଜାମର ଜୀରାବାଡ଼ି ସାଇକ୍ଲୋନ ଆଶ୍ରୟସ୍ଥଳୀରେ ଉଦ୍ଧାରକାରୀ ଦଳ ଓ ପୁଲିସ କର୍ମଚାରୀମାନେ ଜାଣିବାକୁ ପାଇଥିଲେ ଯେ କୁନି ଝିଅ ଦିବ୍ୟାଂଶୀର ଜନ୍ମଦିନ ଥିଲା।

ଘରେ ଥିଲେ କେକ କଟାଯାଇଥାନ୍ତା, ସାଙ୍ଗସାଥି ଆସିଥାନ୍ତେ ଆଉ କ୍ଷୀରି-ପୁରି ରୋଷେଇ ହୋଇଥାନ୍ତା | ବାସ, କୁନି ଝିଅର ଓଠରେ ହସ ଖେଳାଇବାକୁ, ଆଶ୍ରୟସ୍ଥଳୀରେ ଲୋକଙ୍କୁ ଏକାଠି କରାଗଲା | ଗଞ୍ଜାମ ପୁଲିସ ପକ୍ଷରୁ କେକ୍‌ର ବ୍ୟବସ୍ଥା କରାଗଲା ଏବଂ ବରିଷ୍ଠ ପୁଲିସ ଅଧିକାରୀମାନେ ଦିବ୍ୟାଂଶୀ ସହ ମିଶି ତା'ସହିତ ଜନ୍ମଦିନ ପାଳନ କରିଥିଲେ | ଯେଉଁ ସମୟରେ ପରିବାରମାନଙ୍କୁ ଖୁସିର ସବୁଠାରୁ ଅଧିକ ଆବଶ୍ୟକତା ଥିଲା, ସେତେବେଳେ ତା'ର ହସ ସମସ୍ତଙ୍କ ମନକୁ ଆଲୋକିତ କରିଥିଲା।

ଜନ୍ମଦିନ ହେବା, କେକ କଟାଯିବା ସାମାନ୍ୟ କଥା ହୋଇପାରେ, କିନ୍ତୁ ଗଂଜାମ ପୁଲିସର ଏହି ଛୋଟ କାମ ସେମାନଙ୍କୁ ମହାନ କରିଦେଇଛି |

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)