Sharad Pawar: ପୁଣି ଅସୁସ୍ଥ: ହସ୍ପିଟାଲରେ ଭର୍ତ୍ତି ହେଲେ ଶରଦ ପାୱାର

Nov 26, 2026 - 16:55
Sharad Pawar: ପୁଣି ଅସୁସ୍ଥ: ହସ୍ପିଟାଲରେ ଭର୍ତ୍ତି ହେଲେ ଶରଦ ପାୱାର

ମୁମ୍ବାଇ: ମହାରାଷ୍ଟ୍ରର ବରିଷ୍ଠ ନେତା ତଥା ଏନ୍‌ସିପି (ଶରଦଚନ୍ଦ୍ର ପାୱାର)ର ମୁଖ୍ୟ ଶରଦ ପାୱାରଙ୍କୁ ଅସୁସ୍ଥତା କାରଣରୁ ଗୁରୁବାର ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ତାଙ୍କ ଝିଅ ସାଂସଦ ସୁପ୍ରିୟା ସୁଲେ ସାମାଜିକ ଗଣମାଧ୍ୟମ ପୋଷ୍ଟ କରି ପାୱାରଙ୍କ ଅସୁସ୍ଥତାର ଖବର ଦେଇଛନ୍ତି।

ପ୍ରାଥମିକ ସୂଚନା ଅନୁଯାୟୀ, ପାୱାର ଡିହାଇଡ୍ରେସନରେ ପୀଡିତ ଥିବା ଜଣାପଡ଼ିଛି।

Advertisment ପାୱାରଙ୍କ ଅସୁସ୍ଥତାର ଖବର ଦେଇଛନ୍ତି ସୁପ୍ରିୟା ସୁପ୍ରିୟା ସୁଲେ କହିଛନ୍ତି ଯେ, ଶରଦ ପାୱାର ତାଙ୍କ କାମ ପ୍ରତି ଖୁବ୍‌ ଉତ୍ସାହୀ, କିନ୍ତୁ ଏବେ ତାଙ୍କୁ ବିଶ୍ରାମ ନେବା ଓ ତାଙ୍କ ଯାତ୍ରା କମ୍‌ କରିବା ଆବଶ୍ୟକ।

ଶରଦ ପାୱାରଙ୍କୁ ବ୍ରିଚ କାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

୮୫ ବର୍ଷୀୟ ପାୱାର ଏହାପୂର୍ବରୁ ମଧ୍ୟ ଅନେକ ସମୟରେ ଅସୁସ୍ଥତା ଯୋଗୁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।

ଫେବ୍ରୁଆରି ମାସରେ ଛାତିରେ ସଂକ୍ରମଣ ଓ କାଶ ଅଭିଯୋଗ ପରେ ତାଙ୍କୁ ପୁଣେର ରୁବି ହଲ୍ କ୍ଲିନିକ୍‌ରେ ଭର୍ତ୍ତି କରାଯାଇଥିଲା।

୨୨ ଫେବ୍ରୁଆରିରେ ତାଙ୍କୁ ଡିହାଇଡ୍ରେସନ ଯୋଗୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

Government : ଦେଶର ବୀରତ୍ୱ ପୁରସ୍କାର ପାଇଥିବା ବ୍ୟକ୍ତିମାନଙ୍କ ପାଇଁ ଖୁସି ଖବର: ମାଗଣାରେ କରିବେ ସମସ୍ତ ଟ୍ରେନରେ ଯାତ୍ରା ନଭେମ୍ବର ମାସରେ ଶରଦ ପାୱାରଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା ପରେ ତାଙ୍କୁ ମଧ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ନଭେମ୍ବର ୨ ତାରିଖରେ ତାଙ୍କୁ କାଶ ଓ ନିଶ୍ୱାସ ନେବା ସମୟରେ ଛାତିରେ ଯନ୍ତ୍ରଣା ଅଭିଯୋଗ କରିବା ପରେ ପୁଣେର ରୁବି ହଲ୍ କ୍ଲିନିକ୍‌ରେ ଭର୍ତ୍ତି କରାଯାଇଥିଲା।

ଦୁଇ ଦିନ ପରେ ତାଙ୍କୁ ଡିସଚାର୍ଜ କରାଯାଇଥିଲା, କିନ୍ତୁ ସେହି ଦିନ ଅଧିକ ଯାଞ୍ଚ ପାଇଁ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ସେଠାରେ ତାଙ୍କର ଛାତି ଓ ଶ୍ୱାସକ୍ରିୟା ସଂକ୍ରମଣ ଏବଂ ବ୍ରୋଙ୍କାଇଟିସ୍ ପାଇଁ ଚିକିତ୍ସା କରାଯାଇଥିଲା।

ତାଙ୍କ ଅବସ୍ଥା ସ୍ଥିର ହେବା ପରେ ନଭେମ୍ବର ୭ ତାରିଖରେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)