Hydrogen Bomb: ଆମେରିକା ନିଜ ସହରରେ ଭୁଲ୍‌ରେ ପକାଇଦେଲା ସାଙ୍ଘାତିକ ବୋମା

Aug 18, 2026 - 08:16
Hydrogen Bomb: ଆମେରିକା ନିଜ ସହରରେ ଭୁଲ୍‌ରେ ପକାଇଦେଲା ସାଙ୍ଘାତିକ ବୋମା

"ନୂଆଦିଲ୍ଲୀ: ଆକାଶରୁ ଖସିଲା "ମୃତ୍ୟୁ"!

ତଳେ ଥିଲା ଜନବସତି, ଆଉ ଉପରେ ଉଡ଼ୁଥିଲା ଆମେରିକୀୟ ବାୟୁସେନାର ବିମାନ।

ହଠାତ୍ ବିମାନରୁ ଖସିପଡ଼ିଲା ପ୍ରାୟ ୧୯ ଟନ୍ ଓଜନର ଏକ ହାଇଡ୍ରୋଜେନ୍ ବୋମା।

ଯଦି ଏହାର ପରମାଣୁ କୋର୍ ବୋମା ଭିତରେ ଥାଆନ୍ତା, ତେବେ ଆମେରିକାର ଏକ ବଡ଼ ସହରର ଭାଗ୍ୟ ହୁଏତ ଚିରଦିନ ପାଇଁ ବଦଳିଯାଇଥାନ୍ତା।

ଘଟଣାଟି କୌଣସି ଯୁଦ୍ଧ ସମୟର ଆକ୍ରମଣ ନୁହେଁ, ବରଂ ଏକ ଭୟଙ୍କର ସାମରିକ ଦୁର୍ଘଟଣା।

ଆସନ୍ତୁ ଜାଣିବା, ସେହି ଦିନ କଣ ଘଟିଥିଲା ଏବଂ ଆଜି ସେହି ସହରର ଅବସ୍ଥା କିପରି ରହିଛି।Advertisment ୧୯୫୭ର ସେହି ଭୟଙ୍କର ଦିନ  ଘଟଣାଟି ୧୯୫୭ ମସିହା ମେ" ୨୨ ତାରିଖର।

ଆମେରିକାର ନ୍ୟୁ ମେକ୍ସିକୋର ଆଲବୁକର୍କ ନିକଟରେ ଘଟିଥିଲା ଏହି ଦୁର୍ଘଟଣା।

ଆମେରିକୀୟ ସାମରିକ ଭାଷାରେ ଏପରି ପରମାଣୁ ଅସ୍ତ୍ର ସମ୍ପର୍କିତ ଦୁର୍ଘଟଣାକୁ "ବ୍ରୋକେନ୍ ଏରୋ" କୁହାଯାଏ।

ସେଦିନ ଆମେରିକୀୟ ବାୟୁସେନାର ଏକ B-36 ବୋମାବର୍ଷୀ ବିମାନ ଟେକ୍ସାସର ବର୍କସଡେଲ୍ ଏୟାରଫୋର୍ସ ବେସରୁ ଉଡ଼ି ନ୍ୟୁ ମେକ୍ସିକୋର କିର୍ଟଲ୍ୟାଣ୍ଡ ଏୟାରଫୋର୍ସ ବେସ ଅଭିମୁଖେ ଯାଉଥିଲା।

ବିମାନରେ ଥିଲା ମାର୍କ-୧୭ ଥର୍ମୋନ୍ୟୁକ୍ଲିୟର ବୋମା।

ବିମାନଟି କିର୍ଟଲ୍ୟାଣ୍ଡ ବେସଠାରୁ ପ୍ରାୟ ୪.୫ ମାଇଲ୍ ଦୂରରେ ଥିବାବେଳେ ଜଣେ କ୍ରୁ ସଦସ୍ୟ ବୋମାର ଲକିଂ ମେକାନିଜମ୍ ଯାଞ୍ଚ କରୁଥିଲେ।

ଏହି ସମୟରେ ଅଜାଣତରେ ବୋମା ଛାଡ଼ିବା ବ୍ୟବସ୍ଥା ସକ୍ରିୟ ହୋଇଯାଇଥିଲା।

ପ୍ରାୟ ୧୯ ଟନ୍ ଓଜନର ବୋମା ବିମାନରୁ ତଳକୁ ଖସିପଡ଼ିଥିଲା।

ଜମିରେ ପଡ଼ିବା ପରେ ବୋମାରେ ଥିବା ସାଧାରଣ ବିସ୍ଫୋରକ ବିସ୍ଫୋରଣ ହୋଇଥିଲା।

ଏହାର ପ୍ରଭାବରେ ଜମିରେ ପ୍ରାୟ ୨୫ ଫୁଟ ଚଉଡ଼ା ଓ ୧୨ ଫୁଟ ଗଭୀର ଗାତ ସୃଷ୍ଟି ହୋଇଥିଲା।

Unemployment rate: ବେକାରି ହାର ୫.୧%କୁ ହ୍ରାସ ଗ୍ରାମାଞ୍ଚଳରେ କମିଲା, ସହରାଞ୍ଚଳରେ ବଢ଼ିଲା ଏହି ଘଟଣାର ସବୁଠାରୁ ବଡ଼  କଥା ହେଲା  ବୋମାଟି ପୂର୍ଣ୍ଣ ପରମାଣୁ ବିସ୍ଫୋରଣ କରିନଥିଲା।

କାରଣ ଏହାର ପରମାଣୁ କ୍ୟାପସୁଲ୍ ଅଲଗା ସୁରକ୍ଷିତ ଭାବେ ରଖାଯାଇଥିଲା।

ତେଣୁ ଏହା ଏକ ବଡ଼ ପରମାଣୁ ବିସ୍ଫୋରଣରେ ପରିଣତ ହୋଇନଥିଲା।

ଯଦି ପରମାଣୁ ଅଂଶ ସକ୍ରିୟ ଅବସ୍ଥାରେ ଥାଆନ୍ତା, ତେବେ ପରିସ୍ଥିତି କେତେ ଭୟାବହ ହୋଇପାରିଥାନ୍ତା, ତାହା କଳ୍ପନା କରିବା ମଧ୍ୟ କଷ୍ଟକର।

ଏହି ଘଟଣା ଦୀର୍ଘ ସମୟ ଧରି ସାର୍ବଜନୀନ ଆଲୋଚନାରୁ ଦୂରେ ରହିଥିଲା।

ସେହି ଭୟଙ୍କର ଘଟଣାର ପ୍ରାୟ ସାତ ଦଶନ୍ଧି ପରେ ଆଜିର ଆଲବୁକର୍କ ଏକ ଜୀବନ୍ତ ଓ ଆଧୁନିକ ସହର।

କିପରି ଅଛି  ଆଲବୁକର୍କ ସହର ?ନ୍ୟୁ ମେକ୍ସିକୋର ଏହି ସହର ନିଜର ସଂସ୍କୃତି, ପର୍ଯ୍ୟଟନ ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ପରିଚିତ।

ପ୍ରତିବର୍ଷ ଆୟୋଜିତ ଆଲବୁକର୍କ ଇଣ୍ଟରନ୍ୟାସନାଲ୍ ବେଲୁନ୍ ଫିଏଷ୍ଟା ସହରର ଏକ ବଡ଼ ଆକର୍ଷଣ।

ଆକାଶରେ ଶହ ଶହ ରଙ୍ଗିନ ବେଲୁନ୍ ଉଡ଼ୁଥିବା ଦୃଶ୍ୟ ଆଜି ଏହି ସହରର ପରିଚୟ ପାଲଟିଛି।

ହଲିଉଡ୍‌ର ଲୋକପ୍ରିୟ ସିରିଜ୍ "ବ୍ରେକିଂ ବ୍ୟାଡ୍" ଏବଂ "ବେଟର୍ କଲ୍ ସଲ୍" ଯୋଗୁଁ ମଧ୍ୟ ଆଲବୁକର୍କ ବିଶ୍ୱସ୍ତରରେ ଅଧିକ ପରିଚିତ ହୋଇଛି ।

ଏହି ଘଟଣା ଆଜି ମଧ୍ୟ ଏକ ବଡ଼ ଚେତାବନୀ ପରମାଣୁ ଅସ୍ତ୍ର କେବଳ ଯୁଦ୍ଧରେ ନୁହେଁ, ଏକ ଛୋଟ ଭୁଲ୍‌ରେ ମଧ୍ୟ ମାନବ ସଭ୍ୟତା ପାଇଁ ଭୟଙ୍କର ବିପଦ ସୃଷ୍ଟି କରିପାରେ।

ସୌଭାଗ୍ୟବଶତଃ ୧୯୫୭ର ସେହି ଦିନ ଆଲବୁକର୍କ ଏକ ବିଶାଳ ପରମାଣୁ ବିପର୍ଯ୍ୟୟରୁ ବର୍ତ୍ତି ଯାଇଥିଲା।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media