Flood in Baitarani ବୈତରଣୀରେ ଦ୍ୱିତୀୟ ବନ୍ୟା: ଦଶରଥପୁରର ୧୯ ପଞ୍ଚାୟତର ୧.୦୭ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ

Aug 18, 2026 - 19:21
Flood in Baitarani ବୈତରଣୀରେ ଦ୍ୱିତୀୟ ବନ୍ୟା: ଦଶରଥପୁରର ୧୯ ପଞ୍ଚାୟତର ୧.୦୭ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ

"ଦଶରଥପୁର:  ଲଗାଣ ବର୍ଷା ଓ ବୈତରଣୀ ନଦୀରେ ଚତୃର୍ଥ ବନ୍ୟା ଦଶରଥପୁର ବାସୀଙ୍କୁ କଲବଲ କରିଚାଲିଛି।

ଦ୍ବିତୀୟ ବନ୍ୟାରେ ଯାଜପୁର ଜିଲ୍ଲାର  ଦଶରଥପୁର ବ୍ଲକ୍‌ଟି ସର୍ବାଧିକ କ୍ଷତି ହୋଇଛି।

ବ୍ଲକର ୧୯ ପଞ୍ଚାୟତର ୬୫ ରାଜସ୍ବ ଗ୍ରାମର ବନ୍ୟା ପ୍ରଭାବିତ ହୋଇଛି।

ପ୍ରାୟ ୧ ଲକ୍ଷ  ୭ ହଜାର ୫୭୨ ରୁ ଅଧିକ ଲୋକ ବନ୍ୟା ପ୍ରଭାବିତ ହୋଇଛନ୍ତି।

Advertisment Flood In Jajpur: ଯାଜପୁର ଜିଲ୍ଲାରେ ବନ୍ୟା; ରିଲିଫ ଓ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ ବନ୍ୟାରେ ଦଶରଥପୁର ବ୍ଲକର ମୋଟ ୩୫ ପଞ୍ଚାୟତରୁ ୧୯ ପଞ୍ଚାୟତ ଯଥା  ତରପଦା, କସପା, ମଲିକାପୁର, ଶୁଶୁଆ, ମଙ୍ଗଳପୁର, କନିକାପଡା, ଛଚିଣା, କଟିକଟା, ଜୟନ୍ତରା, ନିଜାମପୁର, କୟାଁ, କମାରଡ଼ିହ, ଖାନନଗର, ଥାଳକୁଡି, ପାଲଟପୁର, ଜାଫରପୁର, ବିରିପଟା, ଦତ୍ତପୁର, ଦୁଦୁରାଅଣ୍ଟା ଆଦି ପଞ୍ଚାୟତ ପ୍ରଭାବିତ ହୋଇଛି।

ଗାଁ ମଝିରେ ୩ /୪ ଫୁଟ ଉଚ୍ଚତାରେ ବନ୍ୟା ଜଳ ପ୍ରବାହିତ ହେଉଛି।

ମଙ୍ଗଳପୁର - କୟାଁଗୋଲା ୨୦ ନମ୍ବର ଜାତୀୟ ରାଜ ପଥ ଦୁବକଣ ଠାରୁ କୟାଁଗୋଲା ପର୍ଯ୍ୟନ୍ତ ରାସ୍ତା ଉପରେ ୨ ଫୁଟ ଉଚ୍ଚ ତାରେ ବନ୍ୟା ଜଳ ପ୍ରଭାବିତ ହେଉଛି।

ସେହିପରି  କାଟିଆ - ବୈଷପନରାସ୍ତା, ଅହିୟାସ - ତରପଡା ରାସ୍ତା, ବଉଳାଙ୍ଗ - ମଲିକାପୁର ରାସ୍ତା, ପରିପଦା - ଦତ୍ତପୁର, ବୈଷପନ - ଅର୍ଦ୍ଧାଉଳିଆ, ଲାଲବାଗ - ନିଜାମପୁର, ଲକ୍ଷ୍ମୀପୁର - ଗୁଣ୍ଠୁଣିପଡା, ମଙ୍ଗଳପୁର - ମହାନ୍ତିପାଟଣା, ମୁଖ୍ୟ ରାସ୍ତା ସମେତ ଏକାଧିକ ଗ୍ରାମ୍ୟ ରାସ୍ତା ଉପରେ  ବନ୍ୟା ଜଳ ପ୍ରବାହିତ ହେବାରୁ ଯୋଗାଯୋଗ ହେବା ସମ୍ଭବ ହେଉନାହିଁ।

Jajpur: ବନ୍ୟାରେ ଉବୁଟୁବୁ ଯାଜପୁର: ଜଳବନ୍ଦିରେ ୧୩୦ରୁ ଅଧିକ ଗାଁ ବନ୍ୟା ଆସିବାରୁ ଶତାଧିକ କଚା ଘର ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି।

ଲଗାଣ ବର୍ଷା ଏବଂ ବନ୍ୟାରେ ବ୍ଲକର ପ୍ରାୟ ୬ ହଜାର ୨୯୧ ହେକ୍ଟର ଚାଷ ଜମିରେ ମାସେ ହେବ ପାଣି ବୁଡି ରହିଥିବାରୁ ଧାନ, ପରିବା ଆଦି ଫସଲ ନଷ୍ଟ ହୋଇଯାଇଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media