CDPO Arrested for Bribe ଗାଡ଼ି ଭଡ଼ା ବକୟା ପୈଠ ପାଇଁ ନେଉଥିଲେ ୫ ହଜାର ଟଙ୍କା ଲାଞ୍ଚ, ଧରାପଡ଼ିଲେ ସିଡିପିଓ
"ଭୁବନେଶ୍ବର: ଶିଶୁ ଉନ୍ନୟନ ବିଭାଗରେ ଲାଗିଥିବା ଗାଡ଼ି ଭଡ଼ା ବିଲ୍ ବାବଦରେ ଥିବା ବକୟା ପ୍ରଦାନ କରିବା ନିମନ୍ତେ ୫ ହଜାର ଟଙ୍କା ଲାଞ୍ଚ ନେଇ ବାଲେଶ୍ବର ଜିଲ୍ଲା ବାଲେଶ୍ବର ସଦର ଶିଶୁ ଉନ୍ନୟନ ପ୍ରକଳ୍ପ ଅଧିକାରୀ (ସିଡିପିଓ) ମଧୁସ୍ମିତା ମହାନ୍ତି ଧରାପଡ଼ିଛନ୍ତି।
Advertisment Vigilance raid ପୁଣି ଭିଜିଲାନ୍ସ ଜାଲରେ କୋଇଡ଼ାର ପୂର୍ବତନ ରେଞ୍ଜନର ପ୍ରସନ୍ନ କୁମାର ଅଭିଯୁକ୍ତ ମଧୁସ୍ମିତା ମହାନ୍ତି ସମ୍ପ୍ରତି ଉଭୟ ବାଲେଶ୍ବର ସଦର ଓ ବାଲେଶ୍ବର ପୌରାଞ୍ଚଳର ସିଡିପିଓ ଭାବେ ଦାୟିତ୍ବ ତୁଲାଉଛନ୍ତି।
ଅଭିଯୋଗକାରୀଙ୍କ ଗାଡ଼ି ବାଲେଶ୍ବର ପୌର ପରିଷଦ ଅଞ୍ଚଳରେ ସିଡିପିଓ କାର୍ଯ୍ୟାଳୟରେ ୨୦୨୪ରୁ ନିୟୋଜିତ ହୋଇଥିଲା।
ଗତ କିଛି ଦିନ ପୂର୍ବେ ସେ ଗାଡ଼ିର ଜୁନ୍ ଓ ଜୁଲାଇ ୨୦୨୬ର ଭଡ଼ା ବାବଦକୁ ୨୬୦୦୦ଟଙ୍କା ବକୟା ପୈଠ କରିବା ନିମନ୍ତେ ଆବେଦନ କରିଥିଲେ।
ତେବେ ସିଡିପିଓ ମହାନ୍ତି ଏହା ଦେବା ନିମନ୍ତେ ଟାଳଟୁଳ ନୀତି ଧରୁଥିଲେ।
ବିଲ୍ ପାସ୍ କରାଇବା ନିମନ୍ତେ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ।
ଶେଷରେ ନିରୁପାୟ ହୋଇ ଅଭିଯୋଗକାରୀ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ।
Bribe Cases ୫୦ହଜାର ଟଙ୍କା ହାତଗୁଞ୍ଜା ନେଇଥିଲେ ଦଣ୍ଡପାଇଲେ ପୂର୍ବ ଜେଇ, ୮ହଜାର ଲାଞ୍ଚ ନେଇ ଧରାପଡ଼ିଲେ ମାଲକାନଗିରି ଆର୍ଆଇ ଆଜି ମାଗିଥିବା ଲାଞ୍ଚ ଟଙ୍କା ଅଭିଯୋଗକାରୀଙ୍କ ନିକଟରୁ ଗ୍ରହଣ କରିବା ବେଳେ ଭିଜିଲାନ୍ସ ଟିମ୍ ସିଡିପିଓ ମହାନ୍ତିଙ୍କୁ ରଙ୍ଗେହାତ ଧରିଥିଲା।
ଏହାପରେ ସିଡିପିଓଙ୍କ ଘର ଓ ସରକାରୀ କାର୍ଯ୍ୟାଳୟରେ ଏକକାଳୀନ ଚଢ଼ାଉ କରାଯାଇଛି।
ଆୟବହିର୍ଭୁତ ସମ୍ପତ୍ତି ଠୁଳର ସମ୍ପର୍କରେ ଅନୁସନ୍ଧାନ କରାଯାଉଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
