Kalyani in 'Pralaya': ‘ପ୍ରଳୟ’ରେ କଲ୍ୟାଣୀ
"ରଣବୀର ସିଂହଙ୍କ ବହୁପ୍ରତୀକ୍ଷିତ ଚଳଚ୍ଚିତ୍ର "ପ୍ରଳୟ"ର ସୁଟିଂ ମୁମ୍ବାଇଠାରେ ଆରମ୍ଭ ହୋଇଯାଇଛି।
ତାଙ୍କ ସହିତ ସୁଟିଂ ସେଟ୍ରେ ମୁଖ୍ୟ ଅଭିନେତ୍ରୀ ଭାବେ ଯୋଗ ଦେଇଛନ୍ତି କଲ୍ୟାଣୀ ପ୍ରିୟଦର୍ଶନ।
କଲ୍ୟାଣୀ ଏହି ଚଳଚ୍ଚିତ୍ରରେ କାମ କରିବା ନେଇ ଖୁବ୍ ଉତ୍ସାହିତ।
ଏହାର କାରଣ ହେଲା ସେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ଅନେକ ସଫଳତା ପାଇଥିଲେ ହେଁ ବଲିଉଡ୍ ଚଳଚ୍ଚିତ୍ରରେ ଏ ଯାଏ କାମ କରି ନଥିଲେ। "ପ୍ରଳୟ" ଜରିଆରେ ସେ ବଲିଉଡ୍ରେ ପଦାର୍ପଣ କରିବେ।
ପୁଣି "ଧୁରନ୍ଧର" ଓ "ଧୁରନ୍ଧର ୨" ଚଳଚ୍ଚିତ୍ରର ଅଭୂତପୂର୍ବ ସଫଳତା ପରେ ବଲିଉଡ୍ର ସବୁଠାରୁ ଅଧିକ ଚାହିଦାରେ ଥିବା ରଣବୀର ସିଂହଙ୍କ ନାୟିକା ହେବାର ସୁଯୋଗ ତାଙ୍କୁ ମିଳିଛି।
Advertisment Horoscope 2026 August 18: ଜାଣନ୍ତୁ ଆଜିର ରାଶିଫଳ...
କଲ୍ୟାଣୀ ଆଞ୍ଚଳିକ ଶିଳ୍ପରେ ଥାଇ ବି ଜାତୀୟ ସ୍ତରରେ ଚର୍ଚ୍ଚିତ ହୋଇଛନ୍ତି।
ଗତ ବର୍ଷ ମୁକ୍ତିଲାଭ କରିଥିବା ମାଲୟାଲମ୍ ଚଳଚ୍ଚିତ୍ର "ଲୋକା"ରେ ଏକ ମହିଳା ସୁପର୍ହିରୋ ଚରିତ୍ରରେ ଅଭିନୟ କରି ସେ ଦର୍ଶକଙ୍କ ଧ୍ୟାନ ଆକର୍ଷଣ କରିଥିଲେ।
ଏବେ "ପ୍ରଳୟ"ରେ ଏ ଦୁହିଁଙ୍କୁ ଜୋମ୍ବିମାନଙ୍କ ସହ ଲଢ଼ୁଥିବାର ଦେଖିବାକୁ ମିଳିବ।
ମୁମ୍ବାଇ ସହରରେ ମାରାତ୍ମକ ମହାମାରୀ ପରେ ଜୋମ୍ବିମାନେ ଆତଙ୍କ ଖେଳାଇ ଦେଇଥିବାର କାଳ୍ପନିକ କାହାଣୀ ଏହାର କେନ୍ଦ୍ରରେ ଅଛି।
ଏହି ଚଳଚ୍ଚିତ୍ରର ପ୍ରଯୋଜକ ହଂସଲ ମେହେଟା କହିଛନ୍ତି ଭାରତରେ ଏମିତି ଚଳଚ୍ଚିତ୍ର ନିର୍ମାଣ ହୋଇ ନାହିଁ ଏବଂ ଏହା ସଂପୂର୍ଣ୍ଣ ମୌଳିକ କାହାଣୀ ଉପରେ ଆଧାରିତ।
Ganja seized: ଗଂଜେଇ ଚାଲାଣ ବେଳେ ଚଢ଼ଉ, ଚାରି ଅଭିଯୁକ୍ତ ଗିରଫ"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
