Hardik: ଦିନିକିଆ ଶୃଙ୍ଖଳା ପାଇଁ ହାର୍ଦିକ ଫିଟ୍‌ ଘୋଷିତ

Jun 09, 2026 - 16:19
Hardik: ଦିନିକିଆ ଶୃଙ୍ଖଳା ପାଇଁ ହାର୍ଦିକ ଫିଟ୍‌ ଘୋଷିତ

"ମୁମ୍ବାଇ: ଆଫଗାନିସ୍ତାନ ବିପକ୍ଷ ୩ ମ୍ୟାଚ୍‌ ଦିନିକିଆ ଶୃଙ୍ଖଳା ପାଇଁ ଅଭିଜ୍ଞ ଅଲରାଉଣ୍ଡର୍‌ ହାର୍ଦିକ ପାଣ୍ଡ୍ୟାଙ୍କୁ ଫିଟ୍‌ ଘୋଷଣା କରିଛି ବିସିସିଆଇ।

ବୋର୍ଡର ସେଣ୍ଟର ଅଫ୍‌ ଏକ୍ସଲେନ୍ସ ହାର୍ଦିକଙ୍କ ଫିଟ୍‌ନେସ୍‌କୁ ନେଇ କ୍ଲିୟରାନ୍ସଦେବା ପରେ ସେ ଏବେ ସମ୍ପୃକ୍ତ ଶୃଙ୍ଖଳା ପାଇଁ ଉପଲବ୍‌ଧ ହୋଇଛନ୍ତି।

ପିଠି ମାଂସପେଶୀରେ ସମସ୍ୟା କାରଣରୁ ପାଣ୍ଡ୍ୟା ଏକାଧିକ ଆଇପିଏଲ୍‌ ମ୍ୟାଚ୍‌ରେ ଖେଳିପାରିନଥିଲେ।Advertisment ଆଫଗାନିସ୍ତାନ ବିପକ୍ଷ ଶୃଙ୍ଖଳାରେ ଖେଳିବାକୁ ଯୋଗ୍ୟ ଜୁନ୍‌ ୨ ତାରିଖରୁ ‌ସେ ସିଓଇରେ ଯୋଗଦେଇଥିଲେ।

ଏବେ ବିନା ବାଧାରେ ୧୦ ଓଭର ବୋଲିଂ କରିବା ପରେ ସିଓଇର ସ୍ପୋର୍ଟସ ସାଇନ୍ସ ଟିମ୍‌ ତାଙ୍କ ଫିଟ୍‌ନେସ୍‌କୁ ସବୁଜ ସଙ୍କେତ ଦେଇଛି।ଫଳରେ ସେ ଶନିବାରଠାରୁ ଧରମଶାଲାରୁ ଆରମ୍ଭ ହେଉଥିବା ଆଫଗାନିସ୍ତାନ ବିପକ୍ଷ ଶୃଙ୍ଖଳାରେ ଖେଳିବାକୁ ଯୋଗ୍ୟ ହୋଇଛନ୍ତି।

ବେଙ୍ଗାଲୁରୁସ୍ଥିତି ସିଓଇରେ ସାମିଲ ହେବା ପୂର୍ବରୁ ହାର୍ଦିକ ବିଦେଶରେ କିଛି ଦିନ କଟାଇଥିଲେ।

ବିଶେଷ କରି ପାଣ୍ଡ୍ୟା ତାଙ୍କ ପୂର୍ଣ୍ଣ କୋଟାର ୧୦ ଓଭର ବୋଲିଂ କରିଥିବାରୁ ଭାରତୀୟ ଦଳ ଆଶାବାଦୀ ରହିଛି।

ଅନ୍ୟପକ୍ଷରେ ପୂର୍ବତନ ଅଧିନାୟକ ରୋହିତ ଶର୍ମା ମଧ୍ୟ ସିଓଇରେ ରହି ନିଜ ଫିଟ୍‌ନେସ୍‌ ଫେରିପାଇବା ପ୍ରକ୍ରିୟା ଭିତରେ ରହିଛନ୍ତି।

ଆହୁରି ପଢ଼ନ୍ତୁ:Sri Lanka A vs India A: ଶ୍ରୀଲଙ୍କାରେ ବୈଭବଙ୍କୁ କ୍ରିଜ୍‌ରୁ ବାହାରକୁ ପଠାଇଲେ ମହମ୍ମଦ ସିରାଜ  ଆହୁରି ଦେଖନ୍ତୁ...

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।