Nightclub Controversy: ନାଇଟ୍ କ୍ଲବ୍ ଅଡୁଆରେ ଷ୍ଟୋକ୍ସ, ଆଟ୍କିନ୍ସନ୍
"ଲଣ୍ଡନ୍: ଏକ ନାଇଟ୍ କ୍ଲବ୍ ଘଟଣା ପାଇଁ ଏବେ ଅଡୁଆରେ ପଡ଼ିଯାଇଛନ୍ତି ଦୁଇ ଇଂଲଣ୍ଡ କ୍ରିକେଟର୍।
ସେମାନେ ହେଲେ ଟେଷ୍ଟ୍ ଦଳ ଅଧିନାୟକ ବେନ୍ ଷ୍ଟୋକ୍ସ ଏବଂ ଦ୍ରୁତ ବୋଲର ଗସ୍ ଆଟକିନସନ୍।
ଇଂଲଣ୍ଡ କ୍ରିକେଟ୍ ବୋର୍ଡ (ଇସିବି) ଏହାର ତଦନ୍ତ ବି କରୁଛି।
ଦଳୀୟ ଶୃଙ୍ଖଳା ଉଲ୍ଲଂଘନ ଓ ସଂସ୍କୃତିକୁ ନେଇ ପ୍ରଶ୍ନ ବି ଉଠିଛି।
ନ୍ୟୁଜିଲାଣ୍ଡ୍ ବିପକ୍ଷ ପ୍ରଥମ ଟେଷ୍ଟ୍ ବିଜୟ ପରେ ଏହି ଘଟଣା ନଜରକୁ ଆସିବା ପରେ ଇସିବି ମଧ୍ୟ କଠୋର ହୋଇଛି।
ଚଳିତ ବର୍ଷ ପ୍ରାରମ୍ଭରେ ଏକ ଆସେସ୍ ଶୃଙ୍ଖଳା ବେଳେ ଖେଳାଳିମାନେ ମାତ୍ରାଧିକ ମଦ୍ୟପାନ କରିବା ଘଟଣା ମଧ୍ୟ ବିବାଦ ଭିତରକୁ ଆସିଥିଲା, ସେତେବେଳେ ହ୍ୟାରି ବ୍ରୁକ୍ ବହୁ ସମାଲୋଚିତ ହୋଇଥିଲେ।
ଏଭଳି ଘଟଣା ବାରମ୍ବାର ଦୃଷ୍ଟିଗୋଚର ହେଉଥିବାରୁ ଇସିବି ଖେଳାଳିଙ୍କ ଆଚରଣ ସଂହିତାରେ କଠୋର ନିୟମାବଳି ଜାରି କରିଥିଲା।
ଏହା ସତ୍ତ୍ବେ ଘଟଣାର ପୁନରାବୃତ୍ତି ହୋଇଥିବାରୁ ଇଂଲଣ୍ଡର ଦଳୀୟ ସଂସ୍କୃତିକୁ ନେଇ ଚିନ୍ତା ବଢ଼ିଛି।Advertisment ମୁଖ୍ୟ ପ୍ରଶିକ୍ଷକ ବ୍ରେଣ୍ଡନ୍ ମ୍ୟାକଲମଙ୍କ ଉପରେ ଚାପ ପଡ଼ିଛି ବିଶେଷ କରି ମୁଖ୍ୟ ପ୍ରଶିକ୍ଷକ ବ୍ରେଣ୍ଡନ୍ ମ୍ୟାକଲମଙ୍କ ଉପରେ ଚାପ ପଡ଼ିଛି।
ତେବେ ବେନ୍ ଷ୍ଟୋକ୍ସ ଏବଂ ଗସ୍ ଆଟକିନ୍ସନ୍ଙ୍କ ନାଇଟ୍ କ୍ଲବ୍ ଘଟଣାକୁ ନେଇ ବିସ୍ତୃତି ଭାବେ ଇସିବି କିଛି କହିନାହିଁ।
କେବଳ ଲର୍ଡସ ଟେଷ୍ଟ୍ ବିଜୟ ପରେ ଦଳୀୟ ପ୍ରୋଟୋକଲ୍ରେ ଉଲ୍ଲଂଘନ ନେଇ ତଦନ୍ତ ଚାଲିଛି ବୋଲି ଇସିବି ଏକ ପ୍ରେସ୍ ବିବୃତ୍ତିରେ ପ୍ରକାଶ କରିଛି।
ପୂର୍ବରୁ ବେନ୍ ଷ୍ଟୋକ୍ସ ୨୦୧୭ ମସିହାରେ ମଧ୍ୟ ଏକ ନାଇଟ୍ କ୍ଲବ୍ ଘଟଣାରେ ଲିପ୍ତ ହୋଇ ୨୦୧୭-୧୮ ଆସେସ୍ ଶୃଙ୍ଖଳାରୁ ବଞ୍ଚିତ ହୋଇଥିଲେ।
ସୂଚନାଯୋଗ୍ୟ, ଲର୍ଡସ ଟେଷ୍ଟ୍ ଜିତିବା ପରେ ଏବେ ଇଂଲଣ୍ଡ ଦଳ ଦ ଓଭାଲରେ ଜୁନ୍ ୧୭ ତାରିଖରୁ ନ୍ୟୁଜିଲାଣ୍ଡ୍ ବିପକ୍ଷରେ ଦ୍ବିତୀୟ ଟେଷ୍ଟ୍ ଖେଳିବାକୁ ପ୍ରସ୍ତୁତ ହେଉଛି।
ଅଧିକ ପଢ଼ନ୍ତୁ: Bird strike: ୧୨୪ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ବିମାନ ସହ ମଝି ଆକାଶରେ ପକ୍ଷୀ ଧକ୍କା ଆହୁରି ଦେଖନ୍ତୁ...
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।