Earthquake: ନେପାଳରେ ଭୂମିକମ୍ପ ଝଟକା: ରିକ୍ଟର ସ୍କେଲରେ ତୀବ୍ରତା ୪.୨
"କାଠମାଣ୍ଡୁ: ପଶ୍ଚିମ ନେପାଳରେ ବୁଧବାର ପ୍ରତ୍ୟୁଷରେ ଏକ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି।
ରିକ୍ଟର ସ୍କେଲ୍ରେ ଏହାର ତୀବ୍ରତା ୪.୨ ରେକର୍ଡ କରାଯାଇଛି।
ରାଷ୍ଟ୍ରୀୟ ଭୂକମ୍ପ ନିରୀକ୍ଷଣ ଓ ଅନୁସନ୍ଧାନ କେନ୍ଦ୍ର (ଏନଇଏମଆରସି) ର ସୂଚନା ଅନୁଯାୟୀ, ସ୍ଥାନୀୟ ସମୟ ସକାଳ ୪:୪୦ ରେ ଏହି ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା।Advertisment Assam Floods: ଆସାମରେ ବନ୍ୟା ପରିସ୍ଥିତି ସଙ୍ଗୀନ: ମୃତ୍ୟୁ ସଂଖ୍ୟା ୨୧କୁ ଛୁଇଁଲା କ୍ଷୟକ୍ଷତିର ତଥ୍ୟ ମିଳିନାହିଁ ଏହାର କେନ୍ଦ୍ରବିନ୍ଦୁ ରାଜଧାନୀ କାଠମାଣ୍ଡୁଠାରୁ ପ୍ରାୟ ୯୦୦ କିଲୋମିଟର ପଶ୍ଚିମରେ ଥିବା ସୁଦୂରପଶ୍ଚିମ ପ୍ରଦେଶର ବଝାଙ୍ଗ ଜିଲ୍ଲାର କୋଟଦେୱାଲ୍ ନିକଟରେ ରହିଥିଲା।
ଏହି ଭୂକମ୍ପର ପ୍ରଭାବ ପଡ଼ୋଶୀ ବାଜୁରା ଓ ଦାର୍ଚୁଲା ଜିଲ୍ଲାରେ ମଧ୍ୟ ଅନୁଭୂତ ହୋଇଥିଲା।
ତେବେ ଏହି ଘଟଣାରେ କୌଣସି ଧନଜୀବନ ହାନି କିମ୍ବା କ୍ଷୟକ୍ଷତିର ତଥ୍ୟ ମିଳିନାହିଁ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।